ଦୀପାବଳିରେ ହେବ ସୁନାର ବର୍ଷା

ଭୁବନେଶ୍ୱର,୧୭।୧୦: ରାଜ୍ୟର ପ୍ରମୁଖ ଓଡ଼ିଆ ମନୋରଞ୍ଜନ ଭିତ୍ତିକ ଘରୋଇ ଚ୍ୟାନେଲ ଜୀ ସାର୍ଥକ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ (ପ୍ରତିଯୋଗିତା) ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଚଳିତ ଦୀପାବଳିରେ ଜୀ ସାର୍ଥକରେ ପ୍ରସାରିତ କାର୍ଯ୍ୟକ୍ରମଗୁଡିକ ମଧ୍ୟରୁ କିଛି ସରଳ ପ୍ରଶ୍ନର ଉତ୍ତର ଦେଇ ଭାଗ୍ୟଶାଳୀ ବିଜେତା (ଦର୍ଶକ) ସୁନା ଜିତିବାର ସୁଯୋଗ ପାଇପାରିବେ।

ଏ ନେଇ ମଧ୍ୟ ଚ୍ୟାନେଲ ପକ୍ଷରୁ ‘ଦୀପାବଳିରେ ସୁନାର ବର୍ଷା’ ଶୀର୍ଷକ ଏକ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ବିଶେଷ କରି ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଦର୍ଶକଙ୍କୁ ଜୀ ସାର୍ଥକ ଦେଖିବାକୁ ପଡିବ। ପ୍ରତିଦିନ ସଂଧ୍ୟା ୫ଟାରୁ ରାତି ୧୦ ଘଟିକା ମଧ୍ୟରେ ଜୀ ସାର୍ଥକରେ ପ୍ରସାରିତ ଧାରାବାହିକରୁ କିଛି ସରଳ ପ୍ରଶ୍ନ ପଚରାଯିବ। ଉକ୍ତ ପ୍ରଶ୍ନର ଠିକ୍‌ ଉତ୍ତରଦାତାଙ୍କ ମଧ୍ୟରୁ ପ୍ରତିଦିନ ୩ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଏକ ଗ୍ରାମ୍‌ର ଗୋଲ୍ଡ କଏନ ମିଳିବ। ସେହିଭଳି ପ୍ରତିଯୋଗିତା ଶେଷରେ ଜଣେ ମେଗା ବିଜେତାଙ୍କୁ ମଧ୍ୟ ୧୦ ଗ୍ରାମ୍‌ର ଗୋଲ୍ଡ କଏନ ପ୍ରଦାନ କରାଯିବ। ଉକ୍ତ ଗୋଲ୍ଡ କଏନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ଯୋଗାଇ ଦିଆଯିବ।

ଉଲ୍ଲେଖଯୋଗ୍ୟ ଯେ ଉକ୍ତ ପ୍ରତିଯୋଗିତା ୨୩ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ। ସେହିପରି ଜୀ ସାର୍ଥକରେ ବର୍ତ୍ତମାନ ଅନେକ ନୂଆ ମେଗା ସିରିୟଲ ମଧ୍ୟ ଆରମ୍ଭ ହୋଇଛି। ସଂଧ୍ୟା ୫ଟାରୁ ରାତି ୧୦ଟା ଭିତରେ ଦିଦି ନମ୍ବର ୱାନ୍‌, ଶ୍ୟାମା, ବିଜୟିନୀ, ଝିଲି, ସୁନା ଝିଅ, ସାଥିରେ, ମା ଯାହାର ସାହା, ସର୍ବଜିତା ଅନୁ, ଭୋଳା ଓ ସବୁଠାରୁ ଲୋକପ୍ରିୟ ଶୋ ସାରେଗାମାପା ସ୍ବରର ମହାମଞ୍ଚ ପ୍ରସାରିତ ହେଉଛି। ଅପରପକ୍ଷରେ ପ୍ରାଇମଟାଇମରେ ପ୍ରସାରିତ ସମସ୍ତ ଓଡିଆ ମେଗା ଧାରାବାହିକ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇଛି, ଯାହାକୁ ଦେଖି ଚ୍ୟାନେଲ ପକ୍ଷରୁ ପଚରା ଯାଇଥିବା ସରଳ ପ୍ରଶ୍ନର ଉତ୍ତର ଦେଇ ଦର୍ଶକେ ସୁନା କଏନ ଜିତିପାରିବେ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri