ବାଲେଶ୍ୱରରେ ହେବ ଟଙ୍କା ଛାପା କାଗଜ କାରଖାନା

ବାଲେଶ୍ୱର ଅଫିସ,୧୩।୭:  ବାଲେଶ୍ୱର ଜିଲା ରେମୁଣା ତହସିଲ ଅଞ୍ଚଳରେ ହେବ ନୋଟ ଛାପା କାଗଜ ପ୍ରସ୍ତୁତି କାରଖାନା। ଏଥିଲାଗି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ)ର ତିନିଜଣିଆ ଅଧିକାରୀ ମଙ୍ଗଳବାର ଜମି ସର୍ବେକ୍ଷଣ ଲାଗି ବାଲେଶ୍ୱରରେ ପହଞ୍ଚିଛନ୍ତି। ସେମାନେ ପ୍ରଥମେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କ ଅଫିସରେ ପହଞ୍ଚି ସେଠାରେ କିଛି ସମୟ ଆଲୋଚନା କରିଥିଲେ। ପରେ ଜମି ସର୍ବେକ୍ଷଣ ପାଇଁ ପଦାବଡ଼ଗାଁ ଅଞ୍ଚଳକୁ ଯାଇଥିଲେ। ତାଙ୍କ ସହ ରେମୁଣା ତହସିଲଦାର ଛବିରାଣୀ ସାହୁ, ବାଲେଶ୍ୱର ଓ ଭୁବନେଶ୍ୱରର ଇଡ୍‌କୋ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ଅଧିକାରୀମାନେ ରେମୁଣା ବ୍ଲକ ପଦାବଡ଼ଗାଁଠାରେ ଥିବା ସରକାରୀ ଜମିକୁ ଚିହ୍ନଟ କରିବା ସହିତ ଯୋଗାଯୋଗ ସୁବିଧାକୁ ଯାଞ୍ଚ କରିଥିଲେ। ଡିଷ୍ଟ୍ରିକ୍ଟ ଇନଭେଷ୍ଟମେଣ୍ଟ ପ୍ରମୋଶନ ଅଥରିଟି (ଡିଆଇପିଏ) ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରକଳ୍ପ ଲାଗି ଜମି ଚିହ୍ନଟ କରାଯାଇଥିବା ସୂଚନା ମିଳିଛି। ଆର୍‌ବିଆଇର ପ୍ରତିନିଧି ଦଳ ଜିଲା ପ୍ରଶାସନ ସହିତ ରେମୁଣା ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖିଥିଲେ। ଏହି ପ୍ରକଳ୍ପ ପାଇଁ ଦୁଇଟି ସ୍ଥାନର ପ୍ରାୟ ଶହେ ଏକର ଜମି ଆବଶ୍ୟକ ରହିଛି। ପ୍ରତିନିଧି ଦଳ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ। ଗତ ଏପ୍ରିଲରେ ଆର୍‌ବିଆଇର ୩ଜଣିଆ ଟିମ୍‌ ଇଡ୍‌କୋ ଏବଂ ଜିଲା ପ୍ରଶାସନ ସହଯୋଗରେ ରେମୁଣା ବ୍ଲକ ଅଧୀନ ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଅଞ୍ଚଳରେ ଥିବା ସରକାରୀ ଜମିକୁ ବୁଲି ଦେଖିଥିଲେ। ଏନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କହନ୍ତି, ଜିଲାରେ ଶିଳ୍ପ ପ୍ରତିଷ୍ଠା ନେଇ ବାଟ ଖୋଲିବାକୁ ଇଡ୍‌କୋର ଟିମ୍‌ ସହିତ ଜିଲା ପ୍ରଶାସନ ସରକାରୀ ଜମି ଚିହ୍ନଟ ଏବଂ ଜିଲାରେ ଏକ ଲ୍ୟାଣ୍ଡ୍‌ ବ୍ୟାଙ୍କ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରୁଛି। ଚଷାଖଣ୍ଡ ପଞ୍ଚାୟତ ସରପଞ୍ଚ କେଦାର ସାହୁ କହନ୍ତି, ଏହି ଅଞ୍ଚଳରେ ଶିଳ୍ପନୁଷ୍ଠାନ ହେଲେ କେବଳ ରେମୁଣା ନୁହେଁ, ସମଗ୍ର ଜିଲାର ବିକାଶ ହେବ। ନୋଟ୍‌ ଛାପା କାଗଜ କାରଖାନା ହେଲେ ଉକ୍ତ ସ୍ଥାନକୁ ଗମନାଗମନ ବ୍ୟବସ୍ଥା, ମାର୍କେଟ୍‌, ବିଦ୍ୟୁତ୍‌ ସୁବିଧା ଭଳି କ୍ଷେତ୍ରରେ ଉନ୍ନତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri