ପିପିପି ମୋଡ୍‌ରେ ହେବ ୫ ମଲ୍ଟି ସ୍ପେସିଆଲିଟି, ସୁପର ସ୍ପେସିଆଲିଟି ହସ୍ପିଟାଲ

ଭୁବନେଶ୍ୱର,୫ା୧୦(ଅନିଲଦାସ)ରାଜ୍ୟରେ ଖୁବ୍‌ଶୀଘ୍ର ୫ଟି ନୂତନ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ। ପ୍ରଥମ ଥର ପାଇଁ ସରକାରୀ- ଘରୋଇ ଭାଗୀଦାରି(ପିପିପି) ମୋଡ୍‌ରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବିକାଶ କରାଯିବ। ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୦୦ରୁ ୨୦୦ ଶଯ୍ୟା ବିଶିଷ୍ଟ ୫ଟି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ପାଇଁ ଘରୋଇ ଅଂଶୀଦାରଙ୍କ ସହିତ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉକ୍ତ ହସ୍ପିଟାଲଗୁଡ଼ିକ ଅନୁଗୋଳ, ବଡ଼ବିଲ, ଭଦ୍ରକ ଓ ଝାରସୁଗୁଡ଼ାରେ ସ୍ଥାପନ କରାଯିବ। ଏଥିସହିତ କର୍କଟ ରୋଗର ଯତ୍ନ ପାଇଁ ପିପିପି ମୋଡ୍‌ରେ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହେବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡ୍‌ରେ ଯୋଗଦେଇ କହିଛନ୍ତି, ରାଜ୍ୟବାସୀଙ୍କ ପାଇଁ ଉନ୍ନତମାନର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରିବା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଓଡ଼ିଶାର ଲୋକମାନଙ୍କ ଉନ୍ନତ ସ୍ବାସ୍ଥ୍ୟ ସେବାର ଆବଶ୍ୟକତାକୁ ସମାନୁପାତିକ ଓ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ପୂରଣ କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରତ୍ୟେକ ଜୀବନ ମୂଲ୍ୟବାନ। ସୁସ୍ଥ ଓଡ଼ିଶା ଏବଂ ସୁଖୀ ଓଡ଼ିଶା ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ରାଜ୍ୟର ୧ କୋଟି ପରିବାର ସଦସ୍ୟମାନଙ୍କ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବରଦାନ ପାଲଟିଛି। ଏହାକୁ ପୂରଣ କରିବାରେ ଘରୋଇ ଡାକ୍ତରଖାନାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଜିଲାସ୍ତରରେ ଉନ୍ନତମାନର ସ୍ବାସ୍ଥ୍ୟସେବା ଅନୁଷ୍ଠାନ ସ୍ଥାପନ କରିବାକୁ ଘରୋଇ ପୁଞ୍ଜିନିବେଶକାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଘରୋଇ ସଂସ୍ଥା ସହ ହୋଇଥିବା ଏହି ଚୁକ୍ତିନାମାରେ ଖୁସି ବ୍ୟକ୍ତ କରି ମୁଖମନ୍ତ୍ରୀ କହିଛନ୍ତି, ଏହା ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏକ ନୂଆ ପଥପ୍ରଦର୍ଶକ ହେବ। ଯଥାଶୀଘ୍ର ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏକ ରୂପାନ୍ତରଣ ହୋଇଛି। ଚୁକ୍ତି ଅନୁଯାୟୀ ଉତ୍କଳ ହେଲ୍‌ଥ କେୟାର ଏବଂ ସିଲିକନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଅନୁଗୋଳ ଓ ବଡ଼ବିଲଠାରେ ୨୦୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ କରିବେ। ସେହିପରି ସିଗ୍‌ନସ ମେଡିକେୟାର ଏବଂ ପ୍ରିଣ୍ଟଲିଙ୍କ କମ୍ପ୍ୟୁଟର ଆଣ୍ଡ କମ୍ୟୁନିକେଶନ ପ୍ରାଇଭେଟ ଲିମିଟେଡ ଭଦ୍ରକ ଓ ଝାରସୁଗୁଡ଼ାଠାରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ସ୍ଥାପନ କରିବାକୁ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଏଥିସହିତ ଝାରସୁଗୁଡାଠାରେ ଭାଇଜାଗ ହସ୍ପିଟାଲ୍‌ସ ଆଣ୍ଡ କ୍ୟାନ୍‌ସର ରିସର୍ଚ୍ଚ ସେଣ୍ଟର ୧୨୦ ଶଯ୍ୟା ବିଶିଷ୍ଟ କ୍ୟାନ୍‌ସର କେୟାର ହସ୍ପିଟାଲ ନିର୍ମାଣ କରିବ। ରାଜ୍ୟ ସରକାର ଏଥିପାଇଁ ଜମି, ଭିତ୍ତିଭୂମି ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ। ପିପିପି ଅଂଶୀଦାରମାନେ ହସ୍ପିଟାଲ ନିର୍ମାଣ କରିବା ସହ କର୍ମଚାରୀ ନିଯୁକ୍ତି ଏବଂ ୩୦ବର୍ଷ ପାଇଁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବେ। ଏଥିରେ ୨୪ ଘଣ୍ଟିଆ ଟ୍ରମାକେୟାର, ଓପିଡି, ଆଇପିଡି ସେବା, ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଏବଂ ସୁପର ସ୍ପେସିଆଲିଟି ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ରାଜ୍ୟର ସମସ୍ତ ବୀମାଭୁକ୍ତ ରୋଗୀମାନେ ମାଗଣାରେ ସେବା ପାଇପାରିବେ। ଏହି ୫ଟି ପ୍ରକଳ୍ପରେ ୫୦୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ସହ ୩୫୦୦ ମେଡିକାଲ, ପାରାମେଡିକାଲ, ନର୍ସିିଂ ଏବଂ ପ୍ରଶାସନିକ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟ ିହେବ। ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ଉପସ୍ଥିତ ଥିଲେ। ଏଥିସହିତ ମୁଖ୍ୟ ଶାସନ ସଚିବ ପି.କେ. ଜେନା, ସ୍ବାସ୍ଥ୍ୟ ସଚିବ ବିଶାଳ ଦେବ ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri