A laboratory technician prepares COVID-19 patient samples for semi-automatic testing at Northwell Health Labs, Wednesday, March 11, 2020, in Lake Success, N.Y. The US Food and Drug Administration has approved faster testing protocols as the viral outbreak continues to spread worldwide. For most people, the new coronavirus causes only mild or moderate symptoms. For some it can cause more severe illness. (AP Photo/John Minchillo)
ଭୁବନେଶ୍ୱର, ୩୧।୭(ବ୍ୟୁରୋ)- କୋଭିଡ୍ ଆକ୍ରାନ୍ତଙ୍କ ଚିହ୍ନଟ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ତେଣୁ ଅଗଷ୍ଟରୁ ୧୨ହଜାର ବଦଳରେ ଦୈନିକ ୨୦ହଜାର ଟେଷ୍ଟ କରାଯିବ ବୋଲି ଶୁକ୍ରବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲ୍ଏସ୍) ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୦ହଜାର ଟେଷ୍ଟ ମଧ୍ୟରୁ ୮ହଜାର ଆର୍ଟି-ପିସିଆର୍ ଏବଂ ୧୨ହଜାର ଆଣ୍ଟିଜେନ୍ ଓ ଟ୍ରୁନାଟ୍ ଟେଷ୍ଟ ହେବ। ସରକାର ଚାହିଁଲେ ବେସରକାରୀ ଲାବୋରାଟୋରିରେ ପରୀକ୍ଷଣ କରିପାରିବେ। ରାଜ୍ୟରେ ଆଣ୍ଟିଜେନ୍ କିଟ୍ର ଅଭାବ ନାହିଁ। ବର୍ତ୍ତମାନ ପ୍ରତି ଜିଲାରେ ୩ହଜାରରୁ ଊର୍ଦ୍ଧ୍ୱ ଆଣ୍ଟିଜେନ୍ କିଟ୍ ମହଜୁଦ ରହିଛି। ଆବଶ୍ୟକ ପଡ଼ିଲେ ଅଧିକ କିଟ୍ ଯୋଗାଇ ଦିଆଯିବ। ଏଥିସହ ଦିନକୁ ଦିନ ରାଜ୍ୟର କିଛି ଜିଲାରେ କରୋନା ସ୍ଥିତିରେ ସୁଧାର ଆସୁଛି। ବର୍ତ୍ତମାନ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲାରେ କରୋନା ସଂକ୍ରମଣର ସ୍ଥିତି ସ୍ଥିର ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। କିଛି କିଛି ଜିଲାରେ ଅଳ୍ପ ସଂଖ୍ୟକ ଆକ୍ରାନ୍ତ ବଢ଼ୁଛନ୍ତି। ଯେପର୍ଯ୍ୟନ୍ତ ପୂରା କମି ନାହିଁ, ସେ ପର୍ଯ୍ୟନ୍ତ ସ୍ଥିତି ଆୟତ୍ତ ବୋଲି କୁହାଯାଇପାରିବ ନାହିଁ। ଏଥିସହ ରାଜ୍ୟରେ ପ୍ଲାଜ୍ମା ଥେରାପି ସଫଳ ହେଉଛି। କିନ୍ତୁ ପ୍ଲାଜ୍ମା ସଂଗ୍ରହରେ ସମସ୍ୟା ସୃଷ୍ଟି ହେଉଛି ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ପରିଡ଼ା କହିଛନ୍ତି।