ବିପଦ ବେଳେ ବନ୍ୟା ଆଶ୍ରୟସ୍ଥଳୀ ନୋହିଲା

ଯାଜପୁର,୪ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାବାସୀଙ୍କ ପାଇଁ ବନ୍ୟା ଚିର ସହଚର ହୋଇଛି। ବର୍ଷା ମାସ ଆସିଲେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, କାଣୀ, ବୁଢା ଇତ୍ୟାଦି ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ଦୁର୍ଗତଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ ବିଧାୟକ, ନେତା, ମନ୍ତ୍ରୀ ଖାଲି ଗଦାଗଦା ପ୍ରତିଶ୍ରୁତି ଦେଇଥାନ୍ତି। ଦୁର୍ବଳ ନଦୀବନ୍ଧର ମରାମତି, ଆବଶ୍ୟକସ୍ଥଳେ ନଦୀବନ୍ଧ ନିର୍ମାଣ ଆଦି ଅନେକ ସପନ ଦେଖାଇଥାନ୍ତି। ଏପରି କି ଜୀବନର ସୁରକ୍ଷା ଦୃଷ୍ଟିରୁ ବନ୍ୟା ସମୟରେ ନଦୀବନ୍ଧ ଉପରେ ଦିନ ନ କାଟିବାକୁ ପ୍ରତିଶ୍ରୁତି ଦେଇ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଦୃଢୋକ୍ତି ପ୍ରକାଶ କରିଥାନ୍ତି। ହେଲେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର କେତେଜଣ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଏବଂ କାର୍ଯ୍ୟରେ ନିୟନ୍ତ୍ରଣର ଅଭାବ ଯୋଗୁ ବନ୍ୟା ଆଶଙ୍କା ତଥା ବିପଦ ସମୟରେ ୫ଟି ବନ୍ୟା ଆଶ୍ରୟସ୍ଥଳୀ ନିର୍ଦ୍ଧାରିତ ସମୟରେ ନିର୍ମାଣ ହୋଇ ପାରିନାହିଁ। ଏହି କାର୍ଯ୍ୟରେ ଅବହେଳା କରିଥିବା ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ସହ ଚୁକ୍ତି ଖାରଜ କରିବାକୁ ଚେତାବନୀ ଦେବା ଭଳି ଶସ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତ୍ତମାନ ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକରେ ବୈତରଣୀର ଉଛୁଳା ପାଣିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହିକ୍ରମରେ ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳୀ ଅଭାବରୁ ବିପନ୍ନମାନେ ପୁଣି ନଦୀବନ୍ଧରେ ଆଶ୍ରୟ ନେବାର ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲାରେ ୨୦୨୦ ଅଗଷ୍ଟରେ ଏକ ବଡ଼ ଧରଣର ବନ୍ୟା ବିତ୍ପାତ ଦେଖା ଦେଇଥିଲା। ଏହି ବନ୍ୟାରେ ଜିଲାରେ ୩୦ଟି ଛୋଟବଡ଼ ଘାଇ ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ସେହି ସମୟରେ ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳୀ ଅଭାବରୁ ଲକ୍ଷାଧିକ ଲୋକ ବନ୍ଧ ହିଡରେ ବିପଦସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରିଥିବା ଦେଖିବାକୁ ମିଳିଥିଲା। ଏହିକ୍ରମରେ ସରକାର ବନ୍ୟା ବିତ୍ପାତ ଅଞ୍ଚଳରେ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହିକ୍ରମରେ ଯାଜପୁର ଜିଲା ଜୟଚଣ୍ଡୀ ହାଇସ୍କୁଲ ପରିସରରେ ୩୦୦୦ ବର୍ଗ ଫୁଟ ବିଶିଷ୍ଟ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥାନୀୟ ଠିକାଦାରଙ୍କୁ ଅଣଦେଖା କରି କେନ୍ଦ୍ରାପଡ଼ା ଜିଲା ଜୁଆନିଆ ଗ୍ରାମର ପ୍ରଥମ ଶ୍ରେଣୀ ଠିକାଦାର ହରେକୃଷ୍ଣ ଧଳଙ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏହି ପ୍ରକଳ୍ପ ୨୯ା୬ା୨୦୨୧ ରୁ ଆରମ୍ଭ ହୋଇ ୨୮ା୫ା୨୦୨୨ରେ ସାରିବାକୁ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ବିଡମ୍ବନା ଯେ, ନିର୍ଦ୍ଧାରିତ ସମୟର ୨୨ ମାସ ପରେ ବି ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ତେଣୁ ଆଇନ ଅନୁସାରେ ଚୁକ୍ତି ରଦ୍ଦ କରାଯାଇ କାହିଁକି ଜରିମାନା ଆଦାୟ କରା ନ ଯିବ ସେଥିପାଇଁ ଠିକାଦାର ଧଳଙ୍କୁ ଜୁଲାଇ ୨୧ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ଅନୁରୂପ ଭାବେ ବିସିଜେ ହାଇସ୍କୁଲ ପରିସରରେ ନିର୍ମାଣ ହେବାକୁ ଥିବା ବନ୍ୟା ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ ହୋଇ ନ ପାରିବାରୁ ସେହି ଠିକାଦାର ଧଳଙ୍କୁ ଅନ୍ୟ ଏକ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏହାବାଦ୍‌ ଶ୍ରୀବନ୍ତ ହାଇସ୍କୁଲ ପରିସର ଏବଂ କେ.ସି. ହାଇସ୍କୁଲ ପରିସରରେ ନିର୍ମାଣ ହେଉଥିବା ୨ଟି ବନ୍ୟା ଆଶ୍ରୟସ୍ଥଳୀ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଏହି ଦୁଇଟି ବନ୍ୟା ଆଶ୍ରୟ ସ୍ଥଳି ୨୯ା୬ା୨୦୨୧ରେ ଆରମ୍ଭ ହୋଇ ୨୮ା୯ା୨୦୨୨ରେ ସାରିବା କଥା। କିନ୍ତୁ ଆଜକୁ ୨୨ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଆବଶ୍ୟକ ନିର୍ମାଣ ହୋଇ ପାରିନାହିଁ। ତେଣୁ ପାଣିକୋଇଲି ଗ୍ରାମର ନିୟୋଜିତ ପ୍ରଥମ ଶ୍ରେଣୀ ଠିକାଦାର ନିରାକାର ସାମଲଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ବିଡମ୍ବନା ଯେ, ଗତ ୨୬ ତାରିଖରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ଶ୍ରୀବନ୍ତ ହାଇସ୍କୁଲ ପରିସରରେ ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳୀର ଚୁକ୍ତି ଖାରଜ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨ କୋଟି ୯୪ ଲକ୍ଷ ୧୮ ହଜାର ୨୩୫ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ସମୁଦାୟ କାର୍ଯ୍ୟର ମାତ୍ର ୧୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଟିଣା ହାଇସ୍କୁଲ ପରିସରରେ ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳୀ ଅଧାପନ୍ତରିଆ ହୋଇ ପଡିଛି। ଏଭଳି ଭାବେ ସଂପୃକ୍ତ ଠିକାଦାର ଏବଂ ଯନ୍ତ୍ରୀମାନଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଏବେ ସମ୍ଭାବ୍ୟ ବନ୍ୟାରେ ଅନେକ ବନ୍ୟାବିପନ୍ନଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଚୁକ୍ତି ଖିଲାପ କରିଥିବାରୁ ସଂପୃକ୍ତ ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହାସହ ଯେଉଁ ଠିକାଦାର ଆଦୌ ଆଗ୍ରହ ପ୍ରକାଶ କରି ନାହାନ୍ତି ସେମାନଙ୍କ ଚୁକ୍ତି ବାତିଲ କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri