ବିପଦ ବେଳେ ବନ୍ୟା ଆଶ୍ରୟସ୍ଥଳୀ ନୋହିଲା

ଯାଜପୁର,୪ା୮(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାବାସୀଙ୍କ ପାଇଁ ବନ୍ୟା ଚିର ସହଚର ହୋଇଛି। ବର୍ଷା ମାସ ଆସିଲେ ବୈତରଣୀ, ବ୍ରାହ୍ମଣୀ, ଖରସ୍ରୋତା, କାଣୀ, ବୁଢା ଇତ୍ୟାଦି ନଦୀକୂଳବାସୀ ଭୟରେ କାଳାତିପାତ କରିଥାନ୍ତି। ବନ୍ୟା ଦୁର୍ଗତଙ୍କୁ ସୁରକ୍ଷା ଦେବାକୁ ପ୍ରତିବର୍ଷ ବିଧାୟକ, ନେତା, ମନ୍ତ୍ରୀ ଖାଲି ଗଦାଗଦା ପ୍ରତିଶ୍ରୁତି ଦେଇଥାନ୍ତି। ଦୁର୍ବଳ ନଦୀବନ୍ଧର ମରାମତି, ଆବଶ୍ୟକସ୍ଥଳେ ନଦୀବନ୍ଧ ନିର୍ମାଣ ଆଦି ଅନେକ ସପନ ଦେଖାଇଥାନ୍ତି। ଏପରି କି ଜୀବନର ସୁରକ୍ଷା ଦୃଷ୍ଟିରୁ ବନ୍ୟା ସମୟରେ ନଦୀବନ୍ଧ ଉପରେ ଦିନ ନ କାଟିବାକୁ ପ୍ରତିଶ୍ରୁତି ଦେଇ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଦୃଢୋକ୍ତି ପ୍ରକାଶ କରିଥାନ୍ତି। ହେଲେ ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର କେତେଜଣ ଯନ୍ତ୍ରୀଙ୍କ ଠିକାଦାର ପ୍ରୀତି ଏବଂ କାର୍ଯ୍ୟରେ ନିୟନ୍ତ୍ରଣର ଅଭାବ ଯୋଗୁ ବନ୍ୟା ଆଶଙ୍କା ତଥା ବିପଦ ସମୟରେ ୫ଟି ବନ୍ୟା ଆଶ୍ରୟସ୍ଥଳୀ ନିର୍ଦ୍ଧାରିତ ସମୟରେ ନିର୍ମାଣ ହୋଇ ପାରିନାହିଁ। ଏହି କାର୍ଯ୍ୟରେ ଅବହେଳା କରିଥିବା ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ସହ ଚୁକ୍ତି ଖାରଜ କରିବାକୁ ଚେତାବନୀ ଦେବା ଭଳି ଶସ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ବର୍ତ୍ତମାନ ବିଞ୍ଝାରପୁର, ଦଶରଥପୁର, ଯାଜପୁର ଓ କୋରେଇ ବ୍ଲକରେ ବୈତରଣୀର ଉଛୁଳା ପାଣିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହିକ୍ରମରେ ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳୀ ଅଭାବରୁ ବିପନ୍ନମାନେ ପୁଣି ନଦୀବନ୍ଧରେ ଆଶ୍ରୟ ନେବାର ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି।
ଯାଜପୁର ଜିଲାରେ ୨୦୨୦ ଅଗଷ୍ଟରେ ଏକ ବଡ଼ ଧରଣର ବନ୍ୟା ବିତ୍ପାତ ଦେଖା ଦେଇଥିଲା। ଏହି ବନ୍ୟାରେ ଜିଲାରେ ୩୦ଟି ଛୋଟବଡ଼ ଘାଇ ସୃଷ୍ଟି ହୋଇଥିଲା। ଏଥିରେ ପ୍ରାୟ ୧୦ଲକ୍ଷ ଲୋକ ପ୍ରଭାବିତ ହୋଇଥିଲାବେଳେ ୧୨ ଜଣ ଲୋକଙ୍କ ଜୀବନ ଯାଇଥିଲା। ସେହି ସମୟରେ ଆବଶ୍ୟକ ବନ୍ୟା ଆଶ୍ରୟସ୍ଥଳୀ ଅଭାବରୁ ଲକ୍ଷାଧିକ ଲୋକ ବନ୍ଧ ହିଡରେ ବିପଦସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରିଥିବା ଦେଖିବାକୁ ମିଳିଥିଲା। ଏହିକ୍ରମରେ ସରକାର ବନ୍ୟା ବିତ୍ପାତ ଅଞ୍ଚଳରେ ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହିକ୍ରମରେ ଯାଜପୁର ଜିଲା ଜୟଚଣ୍ଡୀ ହାଇସ୍କୁଲ ପରିସରରେ ୩୦୦୦ ବର୍ଗ ଫୁଟ ବିଶିଷ୍ଟ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସ୍ଥାନୀୟ ଠିକାଦାରଙ୍କୁ ଅଣଦେଖା କରି କେନ୍ଦ୍ରାପଡ଼ା ଜିଲା ଜୁଆନିଆ ଗ୍ରାମର ପ୍ରଥମ ଶ୍ରେଣୀ ଠିକାଦାର ହରେକୃଷ୍ଣ ଧଳଙ୍କୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା। ଏହି ପ୍ରକଳ୍ପ ୨୯ା୬ା୨୦୨୧ ରୁ ଆରମ୍ଭ ହୋଇ ୨୮ା୫ା୨୦୨୨ରେ ସାରିବାକୁ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ବିଡମ୍ବନା ଯେ, ନିର୍ଦ୍ଧାରିତ ସମୟର ୨୨ ମାସ ପରେ ବି ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ତେଣୁ ଆଇନ ଅନୁସାରେ ଚୁକ୍ତି ରଦ୍ଦ କରାଯାଇ କାହିଁକି ଜରିମାନା ଆଦାୟ କରା ନ ଯିବ ସେଥିପାଇଁ ଠିକାଦାର ଧଳଙ୍କୁ ଜୁଲାଇ ୨୧ ତାରିଖରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ଅନୁରୂପ ଭାବେ ବିସିଜେ ହାଇସ୍କୁଲ ପରିସରରେ ନିର୍ମାଣ ହେବାକୁ ଥିବା ବନ୍ୟା ଆଶ୍ରୟସ୍ଥଳୀ ସମ୍ପୂର୍ଣ୍ଣ ହୋଇ ନ ପାରିବାରୁ ସେହି ଠିକାଦାର ଧଳଙ୍କୁ ଅନ୍ୟ ଏକ କାରଣ ଦର୍ଶାଅ ନୋଟିସ ହୋଇଥିଲା। ଏହାବାଦ୍‌ ଶ୍ରୀବନ୍ତ ହାଇସ୍କୁଲ ପରିସର ଏବଂ କେ.ସି. ହାଇସ୍କୁଲ ପରିସରରେ ନିର୍ମାଣ ହେଉଥିବା ୨ଟି ବନ୍ୟା ଆଶ୍ରୟସ୍ଥଳୀ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି। ଏହି ଦୁଇଟି ବନ୍ୟା ଆଶ୍ରୟ ସ୍ଥଳି ୨୯ା୬ା୨୦୨୧ରେ ଆରମ୍ଭ ହୋଇ ୨୮ା୯ା୨୦୨୨ରେ ସାରିବା କଥା। କିନ୍ତୁ ଆଜକୁ ୨୨ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଆବଶ୍ୟକ ନିର୍ମାଣ ହୋଇ ପାରିନାହିଁ। ତେଣୁ ପାଣିକୋଇଲି ଗ୍ରାମର ନିୟୋଜିତ ପ୍ରଥମ ଶ୍ରେଣୀ ଠିକାଦାର ନିରାକାର ସାମଲଙ୍କୁ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। ବିଡମ୍ବନା ଯେ, ଗତ ୨୬ ତାରିଖରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ନିର୍ବାହୀ ଯନ୍ତ୍ରୀ ଶ୍ରୀବନ୍ତ ହାଇସ୍କୁଲ ପରିସରରେ ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳୀର ଚୁକ୍ତି ଖାରଜ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୨ କୋଟି ୯୪ ଲକ୍ଷ ୧୮ ହଜାର ୨୩୫ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ସମୁଦାୟ କାର୍ଯ୍ୟର ମାତ୍ର ୧୫ ପ୍ରତିଶତ ସମ୍ପୂର୍ଣ୍ଣ ହୋଇ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଟିଣା ହାଇସ୍କୁଲ ପରିସରରେ ନିର୍ମାଣାଧୀନ ବନ୍ୟା ଆଶ୍ରୟସ୍ଥଳୀ ଅଧାପନ୍ତରିଆ ହୋଇ ପଡିଛି। ଏଭଳି ଭାବେ ସଂପୃକ୍ତ ଠିକାଦାର ଏବଂ ଯନ୍ତ୍ରୀମାନଙ୍କ ଦାୟିତ୍ୱହୀନତା କାର୍ଯ୍ୟ ଯୋଗୁ ଏବେ ସମ୍ଭାବ୍ୟ ବନ୍ୟାରେ ଅନେକ ବନ୍ୟାବିପନ୍ନଙ୍କ ଜୀବନ ସହ ଖେଳ ଖେଳାଯାଉଛି ବୋଲି ମତପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଚୁକ୍ତି ଖିଲାପ କରିଥିବାରୁ ସଂପୃକ୍ତ ଠିକାଦାରମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏହାସହ ଯେଉଁ ଠିକାଦାର ଆଦୌ ଆଗ୍ରହ ପ୍ରକାଶ କରି ନାହାନ୍ତି ସେମାନଙ୍କ ଚୁକ୍ତି ବାତିଲ କରାଯିବାକୁ ପ୍ରସ୍ତାବ ଦିଆଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri