ବାଣ ତିଆରି ପାଇଁ ନ ଥିଲା ଲାଇସେନ୍ସ

ଭଦ୍ରକ,୮।୫ (ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ୨୫ ନଂ. ୱାର୍ଡର ହଳଦୀଡିହ ବାଇପାସ୍‌ଠାରେ ମଙ୍ଗଳବାର ସକାଳେ ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟଣାର ତଦନ୍ତ ପରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଏହି ଗୋଦାମ ଦୀର୍ଘ ୩୦ବର୍ଷରୁ ଊର୍ଦ୍ଧ୍ୱ ଧରି ଏଠାରେ ଚାଲୁଥିବା ବେଳେ କେବଳ ବାଣ ରଖିବା ଓ ବିକ୍ରି କରିବା ପାଇଁ ଲାଇସେନ୍ସ ଥିଲା। କିନ୍ତୁ ବାଣ ତିଆରି ପାଇଁ କୌଣସି ଲାଇସେନ୍ସ ନ ଥିଲା ବୋଲି ତଦନ୍ତ ବେଳେ ଜଣାପଡ଼ିଥିବା ପୁରୁଣାବଜାର ଥାନାଧିକାରୀ ସୁଶାନ୍ତ ସାହୁ କହିଛନ୍ତି। ବିନା ଲାଇସେନ୍ସରେ ବାଣ ତିଆରି କରିବା, ନାବାଳକଙ୍କୁ ବାଣ ତିଆରି କାମରେ ଲଗାଇବା ଆଦି ଅପରାଧ ନେଇ ପୋଲିସ ନିଜ ଆଡୁ ପୁରୁଣାବଜାର ସବ୍‌ଇନ୍ସପେକ୍ଟର ସ୍ମୃତିରେଖା ସ୍ବାଇଁଙ୍କ ଅଭିଯୋଗକ୍ରମେ ମଙ୍ଗଳବାର ରାତିରେ ଏକ ମାମଲା (ନଂ ୧୦୭/୨୫) ରୁଜୁ କରିଛି। ଅପରପକ୍ଷେ ଗୋଦାମ ମାଲିକ ଫେରାର ଅଛନ୍ତି। ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଛି। ଜଳି ଯାଇଥିବା ଗୋଦାମ ସାମ୍ନାରେ ଥିବା ଅନ୍ୟ ୩ଟି ଘରୁ ବାଣ ଓ ବାଣ ତିଆରିରେ ବ୍ୟବହୃତ ସାମଗ୍ରୀ ଜବତ କରାଯିବା ସହ ଗୃହ ସିଲ୍‌ କରାଯାଇଥିବା ଅତିରିକ୍ତ ଏସ୍‌ପି ଅରୂପ ଅଭିଷେକ ବେହେରା କହିଛନ୍ତି।
ଯେ, ବାଣ ଗୋଦାମରେ ବିସ୍ଫୋରଣ ଯୋଗୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି। କଟକରୁ ମୃତଦେହ ଭଦ୍ରକରେ ପହଞ୍ଚତ୍ବା ପରେ ମଙ୍ଗଳବାର ରାତି ୯ଟାରେ ହଳଦୀଡିହ ବାଇପାସ୍‌ଠାରେ ମୃତଦେହ ରଖି ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରାଯାଇଥିଲା। ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଯୁବନେତା ଜାହିଦ୍‌ ହବିବ୍‌, କାଉନସିଲର ଶେଖ ସାହିଲ କାଦ୍ରୀଙ୍କ ସମେତ ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାର ଲୋକଙ୍କୁ ଚାକିରି ଦିଆଯିବା ସହ ଗୋଦାମ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ମୃତକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଜିଲାପାଳଙ୍କଠାରୁ ଜାଣିବା ପରେ ରାସ୍ତାରୋକୋ ହଟିଥିଲା। ଶ୍ରମିକ ରହିତୁନ୍‌ ବିବିଙ୍କ ମୃତ୍ୟୁ ପରେ ତାଙ୍କ ୩ ଝିଅ ଓ ଗୋଟିଏ ପୁଅ ବେସାହାରା ହୋଇଯାଇଛନ୍ତି। ୩ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଶ୍ରମିକ ଭାବେ କାମ କରି ପରିବାର ପ୍ରତିପୋଷଣ କରିବା ସହ ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ତାଙ୍କ ମୃତ୍ୟୁ ପରେ ପିଲାମାନଙ୍କ ପ୍ରତିପୋଷଣ ମୁଖ୍ୟ ସମସ୍ୟା ବୋଲି ପୌରାଧ୍ୟକ୍ଷା ହବିବ୍‌ କହିଛନ୍ତି। ଅନ୍ୟ ୩ ଗୁରୁତର କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ତେବେ ପୂର୍ବରୁ ଏହି ଗୋଦାମରେ ବିସ୍ଫୋରଣ ଘଟି ଏକାଧିକ ଶ୍ରମିକ ପ୍ରାଣ ହରାଇଥିବା ବେଳେ ସେତେବେଳେ ମଧ୍ୟ ଥାନାରେ ମାମଲା ରୁଜୁ ହୋଇଥିଲା। ତା’ପରେ ମଧ୍ୟ ବାଣ ତିଆରି ଲାଇସେନ୍ସ ନ ଥାଇ ସେଠାରେ ବାଣ ତିଆରି ହେଉଥିବା ପୋଲିସ ପ୍ରଶାସନ କିପରି ଜାଣିପାରିଲା ନାହିଁ ବୋଲି ଯୁବନେତା ଜାହିଦ୍‌ ହବିବ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ: କହିଲେ ଯମ ଅଜାଣତରେ…

ଜୟପୁର,୨୦।୧୨: ରାଜସ୍ବ ନିରୀକ୍ଷକଙ୍କୁ ପାଠ ପଢ଼ାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯମ ଅଜାଣତରେ ମଣିଷର ମୃତ୍ୟୁ ହୁଏନି। ଏହା ସହ ସେ...

ନୋଟ୍‌ ଛାପା କାରଖାନାରେ କିପରି ପାଇବେ ଚାକିରି, ଜାଣନ୍ତୁ କେତେ ମିଳିବ ଦରମା, ଏମିତି କରନ୍ତୁ ଆବେଦନ…

ନୂଆଦିଲ୍ଲୀ,୨୦ା୧୨: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନଙ୍କ ପାଇଁ ନୋଟ୍‌ ଛାପା କାରଖାନାରେ କାମ କରିବାର ସ୍ବପ୍ନ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ମଧ୍ୟ...

ଶସ୍ତା ହେବ ଔଷଧ, କମ୍ପାନୀଗୁଡ଼ିକ ସହ ଏକ ଆଶ୍ଚର୍ଯ୍ୟଜନକ ଚୁକ୍ତି କରିଛନ୍ତି ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଔଷଧ ମୂଲ୍ୟ ହ୍ରାସ ପାଇଁ ସବୁଠାରୁ ବଡ଼ ପଦକ୍ଷେପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ରୋଗୀମାନଙ୍କୁ...

ଦାମୀ କାର ଭିତରେ ସିକ୍ରେଟ୍‌ ଚ୍ୟାମ୍ବର: ପୁଷ୍ପା ଷ୍ଟାଇଲରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ିବସିଲା…

ବଲାଙ୍ଗୀର,୨୦।୧୨:(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥରେ ପୁଷ୍ପା ଷ୍ଟାଇଲରେ ଏକ କ୍ରେଟା କାରରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ମାଡ଼ିବସିଲା...

ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର...

ତାହେରପୁରରେ ଲ୍ୟାଣ୍ଡ କରିପାରିଲାନି ମୋଦିଙ୍କ ହେଲିକପ୍ଟର, ହଠାତ୍….

ନୂଆଦିଲ୍ଲୀ, ୨୦।୧୨:  ଖରାପ ପାଗ ଯୋଗୁଁ ଲ୍ୟାଣ୍ଡ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ଘନ କୁହୁଡ଼ି ଯୋଗୁଁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିନଥିଲା।...

୩୦ବର୍ଷ ପରେ ବିରଳ ନବପଞ୍ଚମ ମହାଯୋଗ, ଶିନଙ୍କ କୃପାରେ ନୂଆବର୍ଷରେ ଧନୀ ହେବେ ମକର ସହ ଏହି ୨ରାଶି

ନୂଆବର୍ଷ ୨୦୨୬ର ଆରମ୍ଭ ଜ୍ୟୋତିର୍ବିଦମାନଙ୍କ ପାଇଁ ବହୁତ ଖାସ୍ ହବାକୁ ଯାଉଛି । ଜାନୁଆରୀ ୧୪ ତାରିଖରେ ମକର ସଂକ୍ରାନ୍ତି ପଡୁଥିବା ବେଳେ ଏହାର ପରଦିନ...

ପାକିସ୍ତାନକୁ କଲେ ଖୁବ ପ୍ରଶଂସା, ଟ୍ରମ୍ପଙ୍କୁ କହିଲେ ଶାନ୍ତି ଦୂତ, ରୁବିଓଙ୍କ ବୟାନକୁ ନେଇ ହେଉଛି ଖୁବ ଚର୍ଚ୍ଚା!

ଓ୍ବାଶିଂଟନ,୨୦।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ଉଲ୍ଲେଖ କରି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri