ଦିଲ୍ଲୀ ଲିଙ୍କ୍‌ ନେଇ ଜୋର ଧରିଲା ଚର୍ଚ୍ଚା

ସମ୍ବଲପୁର,୧୧ା୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଗୁଳିକରି ହତ୍ୟା ଘଟଣାକୁ ଶୁକ୍ରବାର ୧୩ଦିନ ପୂରିଛି। ଘଟଣାର ପ୍ରଥମ ଦିନରୁ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏଯାବତ୍‌ ହତ୍ୟାର କାରଣ ସ୍ପଷ୍ଟ କରିପାରି ନାହିଁ। ଇତିମଧ୍ୟରେ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସଙ୍କୁ ଗୁଜରାଟ ନେଇ ପଲିଗ୍ରାଫ୍‌ ଏବଂ ନାର୍କୋ ଟେଷ୍ଟ କରାଯାଇଛି। ଏଥିନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ପ୍ରକାର ଗୁଜବ ସୃଷ୍ଟି ହେବାରେ ଲାଗିଛି। ଉଦାହରଣ ସ୍ବରୂପ ଗୋପାଳଙ୍କୁ ଭାଜପା ଶାସିତ ଗୁଜରାଟକୁ କାହିଁକି ନିଆଗଲା, ସେ ସମ୍ପର୍କରେ କଳ୍ପନା ଜଳ୍ପନା ସୃଷ୍ଟି ହେଉଛି। ତେବେ ନବ ଦାସ ହତ୍ୟା ଘଟଣାରେ ରାଜ୍ୟର ଜଣେ ପ୍ରଭାବଶାଳୀ ନେତା ଓ ଜଣେ ପ୍ରଶାସନିକ ଅଧିକାରୀଙ୍କ ସମ୍ପୃକ୍ତି ଥିବାନେଇ ବିଭିନ୍ନ ମହଲରେ ଆଲୋଚନା ହୋଇ ଆସୁଥିବାବେଳେ ଏବେ ଏକ ନୂଆ ତଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ନବଙ୍କ ହତ୍ୟାକାଣ୍ଡର ସୁରାକ୍‌ ଦିଲ୍ଲୀରୁ ମିଲିବ ବୋଲି କୁହାଯାଉଛି।
ଆଲୋଚନା ହେଉଛି ଯେ, ହତ୍ୟାର କିଛି ସପ୍ତାହ ପୂର୍ବେ ନବ ଦାସ ଦିଲ୍ଲୀ ଗସ୍ତ କରିଥିଲେ। ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ ଥିଲା। ସେଠାରେ ଦୁଇଜଣ କେନ୍ଦ୍ରମନ୍ତ୍ରୀଙ୍କ ସହ ନବଙ୍କ ସାକ୍ଷାତ୍‌ ହୋଇଥିଲା। ଏପରି କି ବଚସା ମଧ୍ୟ ହୋଇଥିଲା ବୋଲି ନବ କୁଆଡ଼େ କହିଥିଲେ। କୋଇଲା ପରିବହନ ବ୍ୟବସାୟରେ ସମ୍ପୃକ୍ତି ଥିବା କେତେକ ସୂତ୍ରରୁ ଜଣାପଡ଼ିଛି ଯେ, ରେଙ୍ଗାଲି ତହସିଲ ତଲାବିରା କୋଇଲାଖଣି – ୨ ଓ ୩ ରେ ପରିବହନ ଏବଂ ଏଠାରେ ଥିବା ଅନ୍ୟାନ୍ୟ ସମସ୍ୟାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। କୁହାଯାଉଛି ଯେ, ସମ୍ବଲପୁର ଜିଲା ରେଙ୍ଗାଲି, ଝାରସୁଗୁଡ଼ା, ସୁନ୍ଦରଗଡ଼, ବ୍ରଜରାଜନଗର ଭଳି କୋଇଲା ଖଣି ଅଞ୍ଚଳରେ ପରିବହନ ଓ ଅନ୍ୟ କାମଗୁଡ଼ିକରେ ଅନେକ ଲୋକ ନିୟୋଜିତ ହୋଇ ରୋଜଗାର କରୁଛନ୍ତି। ସେମାନଙ୍କ ମଧ୍ୟରେ ଅଧିକାଂଶଙ୍କ ସହ ନବ ଦାସଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସମର୍ଥନ ରହୁଥିଲା। ତେଣୁ କୋଇଲା ଖଣିଗୁଡ଼ିକରେ ପରିବହନ କାର୍ଯ୍ୟରେ ନିୟୋଜିତ ଅନ୍ୟ କମ୍ପାନୀଗୁଡ଼ିକର ଅଧିକାରୀମାନେ ନବଙ୍କୁ କୁଆଡ଼େ ଟାର୍ଟେଟ କରିଥିଲେ। ଅନ୍ୟପକ୍ଷରେ କୋଇଲା ପରିବହନରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଅଂଶୀଦାର ରହିଥିବାରୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ଲଗାଇ ନବଙ୍କ ସମସ୍ତ ବ୍ୟବସାୟକୁ ବନ୍ଦ କରି ଦିଆଯିବାକୁ ମଧ୍ୟ ଚେଷ୍ଟା କରାଯାଇ ଥାଇପାରେ। ତେଣୁ ନବଙ୍କ ଉକ୍ତ ଦିଲ୍ଲୀ ଗସ୍ତ ସମୟର ଫୋନ୍‌ କଲ୍‌ ମଧ୍ୟ ଯାଞ୍ଚ କରିବାକୁ କେତେକ ମହଲରୁ ଦାବି ଉଠିଲାଣି। ଅପରପକ୍ଷରେ ଅଭିଯୁକ୍ତ ଗୋପାଳ ଦାସଙ୍କ ସରକାରୀ ବାସଭବନରୁ ଜବତ ହୋଇଥିବା କାର୍‌(ଓଆର୍‌୧୫-ଏମ୍‌-୪୨୬୩) କୋଇଲା ପରିବହନ ସଂସ୍ଥା ମାଲିକ ଅରୁନ କୁମାର ମୁନ୍ଦ୍ରାଙ୍କର ବୋଲି କ୍ରାଇମ୍‌ବ୍ରାଞ୍ଚ ଜାଣିବାକୁ ପାଇଛି। ତେଣୁ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ପଚରାଉଚରା ମଧ୍ୟ କରିଛି। ସେହିପରି ନବ ଦାସଙ୍କ ହତ୍ୟା ଘଟଣାର ୨ଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲାରେ ଜଣେ କୋଇଲା ପରିବହନ ସଂସ୍ଥାର ମାଲିକଙ୍କୁ ଦୁର୍ବୃତ୍ତମାନେ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗି ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଶିଳ୍ପ ଓ ଖଣି ଅଞ୍ଚଳରେ କୋଇଲା ପରିବହନକୁ ନେଇ ପୂର୍ବରୁ ଏକାଧିକ ମୁଣ୍ଡ ଗଡ଼ିଥିବା ନଜିର ରହିଛି। ସେଥିରେ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଆସିଛି। ତେଣୁ ଏବେ କୋଇଲା ପରିବହନ ବିବାଦରେ ଜଣେ ପୋଲିସକୁ ନିୟୋଜିତ କରି ନବ ଦାସଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri