କେନାଲରେ ପାଣି ନାହିଁ, ତଳି ପ୍ରଭାବିତ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ)ପ୍ରତିବର୍ଷ ଜୁନ ଶେଷ ସୁଦ୍ଧା କେନାଲରେ ପାଣି ଆସିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମାଛଗାଁ ମୁଖ୍ୟ କେନାଲର ୧୯(ଏ) ଡିଷ୍ଟ୍ରିବ୍ୟୁଟାରୀରେ ପାଣି ନାହିଁ । ଅନ୍ୟପଟେ ଚଳିତବର୍ଷ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି । ଆଉ ଯେଉଁ ବର୍ଷା ହୋଇଛି ତାହା ଚାଷ କାମରେ ଆସିନାହିଁ । ଏଥିଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀମାନେ ତଳି ପକାଇ ନିରାଶ ହୋଇଛନ୍ତି । ଅଧିକାଂଶ ତଳି ମାଡ଼ ଖାଇ ଯାଇଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ସୌଭାଗ୍ୟବଶତଃ ଶନିବାର ବର୍ଷା ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି । କିନ୍ତୁ ସମୟ ଗଡ଼ି ଚାଲିଥିବାରୁ କେତେଦୂର ସଫଳ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ଯଦି ଅନୁକୂଳ ପାଣିପାଗ ଓ ୨ ଦିନ ଭିତରେ କେନାଲରେ ପାଣି ନ ଆସେ ତେବେ ଯାହା କିଛି ତଳି ବଞ୍ଚତ୍ ରହିଛି ତାହା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ନାଉଗାଁ ବ୍ଲକ ଏରଡ଼ା ଗ୍ରାମର ମହେନ୍ଦ୍ର କୁମାର ନାୟକ, ବିଭୁତି ନାୟକ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସନ୍ତୋଷ ରାଉତ ପ୍ରମୁଖ କହିଛନ୍ତି, ଜୁନ ୨୦ ଭିତରେ ତଳି ପଡିଥିଲା। ଏଗୁଡିକ ବଞ୍ଚତ୍ଥିଲେ ଏବେ ରୁଆ ହୋଇଯିବା କଥା । କିନ୍ତୁ ବର୍ଷା ଅଭାବରୁ ଅଧିକାଂଶ ମାଡ଼ ଖାଇଯାଇଛି । ବିଗତବର୍ଷଗୁଡିକରେ ଗଡ଼ିଆ, ପୋଖରୀରେ ପାଣି ଥିବା କାରଣରୁ ଏହାକୁ ବ୍ୟବହାର କରାଯାଉଥିଲା। ଏଥର ସେଗୁଡିକ ମଧ୍ୟ ଶୁଖିଲା ରହିଛି। ଏ ପରିସ୍ଥିତିରେ ଯାହା କିଛି ତଳି ବଞ୍ଚତ୍ଛି ତାହା ରୁଗ୍‌ଣ ସ୍ଥିତିରେ ରହିଛି। ମୋଟାମୋଟି ଭାବେ ଚଳିତବର୍ଷ ତଳି ମରୁଡି ଦେଖାଦେଇଛି। ୧୯(ଏ) ଡିଷ୍ଟ୍ରିବ୍ୟୁଟାରୀଟି ବିରିବାଟିରୁ ୩ କିଲୋମିଟର ତଳ ବୀରବରପାଟଣା, ରମ୍ଭାଦେଈପୁର ଦେଇ କେନ୍ଦାଳ, ମଧୁସୂଦନପୁର, କଣ୍ଟାପଡ଼ା, ଗାଲୁପଡ଼ା, ପୂରଣ, ଜୋତ, ସାଳଜଙ୍ଗ, କାଂସ, ଦେଭୋଗ ଓ ଖଇରଙ୍ଗ ଦେଇ ପାଖାପାଖି ୨୨ କିଲୋମିଟର ଲମ୍ବିଛି। ଏହି କେନାଲ ଦ୍ୱାରା ୨୧୨୩ ହେକ୍ଟର ଆୟକର୍ଟ କ୍ଷେତ୍ର ଜଳସେଚିତ ହୁଏ। ଏହା ଉପରେ ଭରସା କରି ଜିଲାର ୮୪,୨୭୫ ହେକ୍ଟର ଜମିରେ ଖରିଫ ଧାନ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ବୁଣା ୬,୭୫୪ ଓ ରୁଆ ୭୭,୫୧୨ ହେକ୍ଟର ହେବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ମାତ୍ର ଏ ପର୍ଯ୍ୟନ୍ତ କେବଳ ୩,୫୧୧ ହେକ୍ଟର ଜମିରେ ବିହନ ବୁଣାଯାଇଛି । ଚାଷୀ ପାଖାପାଖି ୧,୫୦୦ ହେକ୍ଟର ଜମିରେ ତଳି ପକାଇଛନ୍ତି । ମାତ୍ର ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ରୁଆ ଆରମ୍ଭ ହୋଇନାହିଁ । କାରଣ କେନାଲରେ ପାଣି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ଜିଲା ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ଖରିଫ୍‌ରେ ୭୦ରୁ ୮୦ ପ୍ରତିଶତ ଜମି କେନାଲ ଦ୍ୱାରା ଜଳସେଚିତ ଓ ଜୁନ ଭିତରେ ଦଳ ସଫା ହେବା କଥା। କିନ୍ତୁ ଏହା ଭିତରେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ପ୍ରତିବର୍ଷ ବିଭାଗୀୟ ଅଧିକାରୀ ବିଳମ୍ବରେ କେନାଲରେ ପାଣି ଛାଡି ସଫେଇ କରୁଛନ୍ତି । ଏହାଦ୍ୱାରା ବଡ ଧରଣର ଦୁର୍ନୀତି ହେଉଛି । ମାଛଗାଁ କେନାଲରେ ୧୪୦୦ କ୍ୟୁସେକ୍‌ ପାଣି ଯିବା ପରିବର୍ତ୍ତେ ୮୦୦ କ୍ୟୁସେକ୍‌ ଯାଉଛି । ୧୯(ଏ)ରେ ମଧ୍ୟ କମ ପାଣି ଯାଉଛି । ଏହାର ପ୍ରତିକାର ନ ହେଲେ ଚାଷୀ ଆନ୍ଦୋଳନ କରାଯିବ ବୋଲି ସ୍ବାଇଁ କହିଛନ୍ତି ।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ନବ କିଶୋର ମହାପାତ୍ରଙ୍କୁ ପଚାରିବାରୁ ବାସ୍ତବରେ ଜଳ ସଙ୍କଟ ଯୋଗୁ ତଳି ପ୍ରଭାବିତ ହୋଇଛି । କିନ୍ତୁ ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ । ଚାଷୀଙ୍କୁ ଏବେଠାରୁ ତଳି ପକାଇବାକୁ ପଡ଼ିବ । ଯଦିଓ ମୂଲିଆ ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଉଛି ତଥାପି ଅନ୍ୟ କିଛି ବାଟ ନାହିଁ । କେନାଲରେ ୨ ଦିନ ଭିତରେ ପାଣି ପହଞ୍ଚତ୍ ଯିବାର ଅଛି। ତେଣୁ ଆଗକୁ ସେଭଳି ଅସୁବିଧା ହୋଇ ନ ପାରେ ବୋଲି ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri