କେନାଲରେ ପାଣି ନାହିଁ, ତଳି ପ୍ରଭାବିତ

ଜଗତ୍‌ସିଂହପୁର,୧୬।୭(ପ୍ରମୋଦ କୁମାର ନାୟକ)ପ୍ରତିବର୍ଷ ଜୁନ ଶେଷ ସୁଦ୍ଧା କେନାଲରେ ପାଣି ଆସିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଜଗତ୍‌ସିଂହପୁର ଜିଲା ମାଛଗାଁ ମୁଖ୍ୟ କେନାଲର ୧୯(ଏ) ଡିଷ୍ଟ୍ରିବ୍ୟୁଟାରୀରେ ପାଣି ନାହିଁ । ଅନ୍ୟପଟେ ଚଳିତବର୍ଷ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଛି । ଆଉ ଯେଉଁ ବର୍ଷା ହୋଇଛି ତାହା ଚାଷ କାମରେ ଆସିନାହିଁ । ଏଥିଯୋଗୁ ଜଗତ୍‌ସିଂହପୁର ଜିଲାର ଚାଷୀମାନେ ତଳି ପକାଇ ନିରାଶ ହୋଇଛନ୍ତି । ଅଧିକାଂଶ ତଳି ମାଡ଼ ଖାଇ ଯାଇଥିବାରୁ ଚାଷୀକୁଳ ଚିନ୍ତାରେ ପଡ଼ିଛନ୍ତି । ସୌଭାଗ୍ୟବଶତଃ ଶନିବାର ବର୍ଷା ଚାଷୀଙ୍କ ମନରେ ଆଶା ସଞ୍ଚାର କରିଛି । କିନ୍ତୁ ସମୟ ଗଡ଼ି ଚାଲିଥିବାରୁ କେତେଦୂର ସଫଳ ହେବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ ଯଦି ଅନୁକୂଳ ପାଣିପାଗ ଓ ୨ ଦିନ ଭିତରେ କେନାଲରେ ପାଣି ନ ଆସେ ତେବେ ଯାହା କିଛି ତଳି ବଞ୍ଚତ୍ ରହିଛି ତାହା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ ନାଉଗାଁ ବ୍ଲକ ଏରଡ଼ା ଗ୍ରାମର ମହେନ୍ଦ୍ର କୁମାର ନାୟକ, ବିଭୁତି ନାୟକ, ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସନ୍ତୋଷ ରାଉତ ପ୍ରମୁଖ କହିଛନ୍ତି, ଜୁନ ୨୦ ଭିତରେ ତଳି ପଡିଥିଲା। ଏଗୁଡିକ ବଞ୍ଚତ୍ଥିଲେ ଏବେ ରୁଆ ହୋଇଯିବା କଥା । କିନ୍ତୁ ବର୍ଷା ଅଭାବରୁ ଅଧିକାଂଶ ମାଡ଼ ଖାଇଯାଇଛି । ବିଗତବର୍ଷଗୁଡିକରେ ଗଡ଼ିଆ, ପୋଖରୀରେ ପାଣି ଥିବା କାରଣରୁ ଏହାକୁ ବ୍ୟବହାର କରାଯାଉଥିଲା। ଏଥର ସେଗୁଡିକ ମଧ୍ୟ ଶୁଖିଲା ରହିଛି। ଏ ପରିସ୍ଥିତିରେ ଯାହା କିଛି ତଳି ବଞ୍ଚତ୍ଛି ତାହା ରୁଗ୍‌ଣ ସ୍ଥିତିରେ ରହିଛି। ମୋଟାମୋଟି ଭାବେ ଚଳିତବର୍ଷ ତଳି ମରୁଡି ଦେଖାଦେଇଛି। ୧୯(ଏ) ଡିଷ୍ଟ୍ରିବ୍ୟୁଟାରୀଟି ବିରିବାଟିରୁ ୩ କିଲୋମିଟର ତଳ ବୀରବରପାଟଣା, ରମ୍ଭାଦେଈପୁର ଦେଇ କେନ୍ଦାଳ, ମଧୁସୂଦନପୁର, କଣ୍ଟାପଡ଼ା, ଗାଲୁପଡ଼ା, ପୂରଣ, ଜୋତ, ସାଳଜଙ୍ଗ, କାଂସ, ଦେଭୋଗ ଓ ଖଇରଙ୍ଗ ଦେଇ ପାଖାପାଖି ୨୨ କିଲୋମିଟର ଲମ୍ବିଛି। ଏହି କେନାଲ ଦ୍ୱାରା ୨୧୨୩ ହେକ୍ଟର ଆୟକର୍ଟ କ୍ଷେତ୍ର ଜଳସେଚିତ ହୁଏ। ଏହା ଉପରେ ଭରସା କରି ଜିଲାର ୮୪,୨୭୫ ହେକ୍ଟର ଜମିରେ ଖରିଫ ଧାନ ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ସେଥିରୁ ବୁଣା ୬,୭୫୪ ଓ ରୁଆ ୭୭,୫୧୨ ହେକ୍ଟର ହେବ ବୋଲି ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ମାତ୍ର ଏ ପର୍ଯ୍ୟନ୍ତ କେବଳ ୩,୫୧୧ ହେକ୍ଟର ଜମିରେ ବିହନ ବୁଣାଯାଇଛି । ଚାଷୀ ପାଖାପାଖି ୧,୫୦୦ ହେକ୍ଟର ଜମିରେ ତଳି ପକାଇଛନ୍ତି । ମାତ୍ର ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ରୁଆ ଆରମ୍ଭ ହୋଇନାହିଁ । କାରଣ କେନାଲରେ ପାଣି ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ନବ ନିର୍ମାଣ କୃଷକ ସଙ୍ଗଠନ ଜିଲା ସଂଯୋଜକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି, ଖରିଫ୍‌ରେ ୭୦ରୁ ୮୦ ପ୍ରତିଶତ ଜମି କେନାଲ ଦ୍ୱାରା ଜଳସେଚିତ ଓ ଜୁନ ଭିତରେ ଦଳ ସଫା ହେବା କଥା। କିନ୍ତୁ ଏହା ଭିତରେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ପ୍ରତିବର୍ଷ ବିଭାଗୀୟ ଅଧିକାରୀ ବିଳମ୍ବରେ କେନାଲରେ ପାଣି ଛାଡି ସଫେଇ କରୁଛନ୍ତି । ଏହାଦ୍ୱାରା ବଡ ଧରଣର ଦୁର୍ନୀତି ହେଉଛି । ମାଛଗାଁ କେନାଲରେ ୧୪୦୦ କ୍ୟୁସେକ୍‌ ପାଣି ଯିବା ପରିବର୍ତ୍ତେ ୮୦୦ କ୍ୟୁସେକ୍‌ ଯାଉଛି । ୧୯(ଏ)ରେ ମଧ୍ୟ କମ ପାଣି ଯାଉଛି । ଏହାର ପ୍ରତିକାର ନ ହେଲେ ଚାଷୀ ଆନ୍ଦୋଳନ କରାଯିବ ବୋଲି ସ୍ବାଇଁ କହିଛନ୍ତି ।
ଏ ସମ୍ପର୍କରେ ଜିଲା ମୁଖ୍ୟ କୃଷି ଅଧିକାରୀ ନବ କିଶୋର ମହାପାତ୍ରଙ୍କୁ ପଚାରିବାରୁ ବାସ୍ତବରେ ଜଳ ସଙ୍କଟ ଯୋଗୁ ତଳି ପ୍ରଭାବିତ ହୋଇଛି । କିନ୍ତୁ ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇ ଦିଆଯାଇ ପାରିବ । ଚାଷୀଙ୍କୁ ଏବେଠାରୁ ତଳି ପକାଇବାକୁ ପଡ଼ିବ । ଯଦିଓ ମୂଲିଆ ସମସ୍ୟା ଚାଷୀଙ୍କୁ ଚିନ୍ତାରେ ପକାଉଛି ତଥାପି ଅନ୍ୟ କିଛି ବାଟ ନାହିଁ । କେନାଲରେ ୨ ଦିନ ଭିତରେ ପାଣି ପହଞ୍ଚତ୍ ଯିବାର ଅଛି। ତେଣୁ ଆଗକୁ ସେଭଳି ଅସୁବିଧା ହୋଇ ନ ପାରେ ବୋଲି ମହାପାତ୍ର କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri