ପୋଲିସ ଗାଡ଼ିରେ ନାହିଁ ପିୟୁସି

କାକଟପୁର/ଅସ୍ତରଙ୍ଗ,୮ା୧(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ): ପ୍ରଦୂଷଣ ସାର୍ଟିଫିକେଟ ପାଇଁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଧାଡ଼ିରେ ଛିଡା ହୋଇ ସମୟ ବରବାଦ କରୁଛନ୍ତି। ଏପରିକି ଗାଡ଼ି ଉପରେ ରହିଥିବା ଜରିମାନା ଭରୁଛନ୍ତି। ଏପରିସ୍ଥଳେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ ଓ ସରକାରୀ ଗାଡ଼ି ପାଇଁ ଭିନ୍ନ ନିୟମ ଦେଖିବାକୁ ମିଳିଛି।

ଏହାକୁ ନେଇ ଆଞ୍ଚଳିକ ପରିବହନ ବିଭାଗର ସ୍ୱଚ୍ଛ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିୟୋଜିତ ଥିବା ଗାଡ଼ି ଏବଂ ପୋଲିସ ଭ୍ୟାନ୍‌ର ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ହେଉ ନ ଥିବାବେଳେ ସରକାରୀ କାଗଜପତ୍ର ଠିକ ନ ଥିବା ସାଧାରଣରେ ଅଭିଯୋଗ ହେଉଛି।

କାକଟପୁର ଥାନାରେ ସରକାରୀ ଗାଡ଼ି(ଓଡି ୦୫ଜି ୯୬୬୩)ର ବୀମା ନ ଥିବା ଏବଂ ପ୍ରଦୂଷଣ ସାର୍ଟିଫିକେଟ ଭାଲିଡିଟି ୦୪ ମେ ୨୦୨୦ରୁ ଶେଷ ହୋଇଯାଇଛି। ସେହିଭଳି ଅସ୍ତରଙ୍ଗ ଥାନା ଗାଡ଼ି (ଓଡି ୦୫ଜି ୭୬୭୩)ର ପ୍ରଦୂଷଣ ଭାଲିଡିଟି ୧୫ ଫେବୃଆରୀ ୨୦୨୪ରୁ ଶେଷ ହୋଇସାରିଛି। ତେବେ ଗାଡ଼ି ଦୁଇଟି ଚଳାଚଳ କରୁଥିଲେ ମଧ୍ୟ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନଜର ପଡୁନାହିଁ।

କେବଳ ଏହି ୨ଟି ଗାଡ଼ି ନୁହେଁ, ବ୍ଲକ ଅଞ୍ଚଳର ଅନେକ ସରକାରୀ କାର୍ଯ୍ୟରେ ବ୍ୟବହୃତ ଗାଡ଼ିରେ ପ୍ରଦୂଷଣ ସାର୍ଟିଫିକେଟ, ବୀମା ନ ଥିବା ଦେଖାଯାଇଛି। ଏବେ ବି ଅନେକ ଗାଡ଼ିରେ ଜାଣିଶୁଣି କାଗଜପତ୍ର ଠିକ କରାଯାଇନାହିଁ। ସରକାରୀ କାର୍ଯ୍ୟରେ ବ୍ୟବହୃତ କୌଣସି ଗାଡ଼ିକୁ ଆଞ୍ଚଳିକ ପରିବହନ କିମ୍ୱା ପୋଲିସ ବିଭାଗ ଜରିମାନା କରିବା ନଜରକୁ ଆସୁନାହିଁ। ଜିଲାପାଳ ଏବଂ ଏସ୍‌ପି ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି। ଅନ୍ୟପକ୍ଷରେ ଏ ନେଇ ସମ୍ପୃକ୍ତ ଦୁଇଟି ଥାନାର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରେ ହୋଲି ଖେଳିଲେ ସ୍ବାମୀ, ପ୍ରେମିକ ସହ ରହୁଥିବା ବେଳେ ସ୍ତ୍ରୀକୁ ହାଣି ହତ୍ୟା

ଲକ୍ଷ୍ନୌ,୪।୩: ଉତ୍ତର ପ୍ରଦେଶର ଶାହଜାହାନପୁର ଜିଲାରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି । ପ୍ରେମିକ ସହିତ ରହୁଥିବା ବେଳେ ସ୍ବାମୀ ଯାଇ ହତ୍ୟା କରିଥିବା…

ଅବକାରୀ ବିଭାଗର ଚଢ଼ାଉ: ମଦ ପ୍ରସ୍ତୁତି ସମୟରେ ହଠାତ୍‌…

ଜଳେଶ୍ୱର,୪ା୩(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ଧରଣର ସଫଳତା ମିଳିଛି। ଜଳେଶ୍ୱର ବ୍ଲକ ରାଇବଣିଆ…

ବାଥରୁମରେ ସନ୍ତାନ ଜନ୍ମ ଦେଲେ ୧୬ ବର୍ଷୀୟା ଛାତ୍ରୀ: ତା’ପରେ ଯାହା ଘଟିଲା, ଜାଣିଲେ ଫାଟିଯିବ କଲିଜା

ହାଇଦ୍ରାବାଦ୍‌,୪।୩: ତେଲଙ୍ଗାନାର ନାଗରକୁର୍ଣ୍ଣୁଲ ଜିଲାରେ ସୋମବାର ଏକ ହୃଦୟବିଦାରକ ଘଟଣା ଘଟିଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (KGBV) ରେ ଇଣ୍ଟରମିଡିଏଟ ପ୍ରଥମ ବର୍ଷରେ ପଢ଼ୁଥିବା ଜଣେ…

ଭାରସାମ୍ୟ ହରାଇ ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟି ପଡ଼ିଲା ବୋଲେରୋ, ଭିତରେ ଥିଲେ…

ମୋହନା,୪ା୩(ମନ୍ମଥ ମିଶ୍ର): ଭାରସାମ୍ୟ ହରାଇ ରାସ୍ତାକଡ଼ର ଡ୍ରେନ୍‌ ଓ୍ବାଲ୍‌କୁ ଧକ୍କା ଦେଇ ଓଲଟିପଡ଼ିଲା ବୋଲେରୋ। ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ଜଣ ବ୍ୟକ୍ତି। ସୂଚନା ପ୍ରକାରେ ଅଡ଼ବା…

ରାଞ୍ଚିରେ ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣ, ଜାଣନ୍ତୁ କେତେ ଲାଗିଲା ଫାଇନ?

ନୂଆଦିଲ୍ଲୀ,୪।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ରାଞ୍ଚିର ରାଜକୁମାର, କ୍ୟାପ୍ଟେନ କୁଲ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନିଙ୍କ କାରର କଟିଲା ଚାଲାଣଣ ।…

ସାଧାରଣ ଜନତାଙ୍କ ସହ ହୋଲି ଖେଳି ଶୁଭେଚ୍ଛା ଜଣାଇଲେ ଏମ୍‌ପି-ଏମ୍‌ଏଲ୍‌ଏ

ପାଟଣା,୪ା୩(ବୀରକିଶୋର ଦାଶ): ରଙ୍ଗର ପର୍ବ ହୋଲି ଅବସରରେ ବୁଧବାର କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ ଓ ପାଟଣା ଏମ୍‌ଏଲ୍‌ଏ ଅଖିଳ ନାଏକ ପାଟଣା ନିର୍ବାଚନ ମଣ୍ଡଳୀର ସାହାରପଡ଼ା…

ଗଞ୍ଜାମରେ ଧୂମଧାମରେ ପାଳନ ହେଲା ହୋଲି :ସାମିଲ ହେଲେ ମହିଳା

ଗଞ୍ଜାମ,୪/୩(ବିଦ୍ୟାଧର ସାହୁ ):ସମଗ୍ର ଭାରତ ବର୍ଷରେ ପବିତ୍ର ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ରଙ୍ଗର ପର୍ବ ହୋଲି ଧୂମଧାମରେ ପାଳିତ ହୋଇଛି। ୱାର୍ଡ…

ହୋଲିରେ କମିଲା ସୁନା! ୨୨k କିଣିବାକୁ GST ଓ ମେକିଂ ଚାର୍ଜ ବାଦରେ ଦେବେ କେତେ?

ନୂଆଦିଲ୍ଲୀ,୪।୩: ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ, ସୁନା ଏବଂ ରୂପା ଉପରେ ଚାପ ପଡିଛି, ଯାହା ଫଳରେ ରେଟ କମ ହୋଇଛି । ଲଗାତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri