ନାହିଁ ପାର୍କିଂ ବ୍ୟବସ୍ଥା, ରାସ୍ତାରେ ଛିଡ଼ା ହେଉଛି ଟ୍ରକ୍‌

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ):ସୁନ୍ଦରଗଡ଼ ଜିଲା କୋଇଡ଼ା ଖଣି ଅଞ୍ଚଳରେ ରାସ୍ତା ଜାମ୍‌ ହେବା ନିତିଦିନିଆ ଘଟଣା। ପ୍ରତ୍ୟେକ ଦିନ ରାସ୍ତା ଜାମ୍‌ ଯୋଗୁ ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଏହାର ସ୍ଥାୟୀ ସମାଧାନ ହୋଇପାରୁନାହିଁ। ପୋଲିସ, ଆର୍‌ଟିଓ କର୍ତ୍ତୃପକ୍ଷ ଟ୍ରକ୍‌ ଉପରେ ଦୋଷ ଲଦି ଫାଇନ କାଟି ବସି ପଡୁଛନ୍ତି।
କୋଇଡ଼ା ଖଣି ଅଞ୍ଚଳରେ ଏବେ ୨୦ରୁ ଊର୍ଦ୍ଧ୍ୱ ଖଣି ଚାଲୁଛି। ହେଲେ ସ୍ଥାନୀୟ ଲୋକଙ୍କୁ ଖଣିରେ ନିଯୁକ୍ତି ନାହିଁ। ଏହି ଅଞ୍ଚଳର ବେକାର ଯୁବକମାନେ ଟ୍ରକ କରି ଖଣିରୁ ମାଲ ପରିବହନ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଲୁହାପଥର, ଲୁହାଗୁଣ୍ଡ ବୃଦ୍ଧି ଯୋଗୁ ଏବେ ବାହାର ଅଞ୍ଚଳର ହଜାର ହଜାର ଟ୍ରକ୍‌ ଏହି ଅଞ୍ଚଳରୁ ମାଲ ପରିବହନ କରୁଛନ୍ତି। ହେଲେ ଖଣିରେ ପାର୍କିଂ ବ୍ୟବସ୍ଥା ନାହିଁ। ଅଧିକ ଗାଡ଼ି ପାଇଁ ୫୨୦ଜାତୀୟ ରାଜପଥ ରେଙ୍ଗାଲବେଢ଼ାଠାରୁ କୁଶୁମୁଣ୍ଡି, କୋଇଡାଠାରୁ ୫୨୦ଜାତୀୟ ରାଜପଥ, କୋଇଡାଠାରୁ ଟେନ୍‌ସା ରାସ୍ତାରେ ଟ୍ରକ ଗୁଡିକ ଲମ୍ବା ଲାଇନ ଲଗାଉ ଥିବାରୁ ରାସ୍ତା ସବୁବେଳେ ଜାମ୍‌ ରହୁଛି। ଅଧିକାଂଶ ସମୟରେ ୮ରୁ ୧୦ ଘଣ୍ଟା ଧରି ରାସ୍ତା ଜାମ୍‌ ରହୁଛି। ଆମ୍ବୁଲାନ୍ସଠାରୁ ଆରମ୍ଭ କରି ଯାତ୍ରୀବାହୀ ବସ, ୪ଚକିଆ ଯାନ ଫସି ରହୁଛି। ଏଥିରେ ଟ୍ରକ ମାଲିକଙ୍କ କୌଣସି ଦୋଷ ନ ଥାଇ ମଧ୍ୟ ଫାଇନ ଦେବାକୁ ପଡୁଛି। ଏପରି କି ଦିନକୁ ୨ ଥର ଗୋଟିଏ ଟ୍ରକ ରାସ୍ତା ଜାମ୍‌ କରୁଛି ବୋଲି ଫାଇନ ଦେବାକୁ ପଡୁଛି। ହଜାର କି ଦୁଇ ହଜାର ନୁହେଁ, ୨୫୦୦ ଟଙ୍କାରୁ ନେଇ ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ଦେଉଛନ୍ତି ଫାଇନ। ଏଭଳି ସ୍ଥଳେ ଟ୍ରକ ମାଲିକମାନେ ଗାଡ଼ି କିସ୍ତି ଶୁଝିବା ଦୂରର କଥା, ନିଜ ପରିବାର ମଧ୍ୟ ଚଳାଇପାରୁ ନାହାନ୍ତି। ଆତ୍ମହତ୍ୟା ଛଡ଼ା ଆଉ ଉପାୟ କିଛି ନାହିଁ ବୋଲି କୋଇଡା, ଟେନ୍‌ସା, ମାଲଦା, ଗଣୁଆ, ପାଟାମୁଣ୍ଡା, କାଲଟା, କମଣ୍ଡ, ସାନ ଇନ୍ଦୁପୁର ଅଞ୍ଚଳର ଶହ ଶହ ଗାଡ଼ି ମାଲିକ ଅଭିଯୋଗ କରିଛନ୍ତି। ପ୍ରଶାସନ, ପୋଲିସ, ଆରଟିଓ ବିଭାଗ ପ୍ରଥମେ କୋଇଡା ଖଣି ଅଞ୍ଚଳରେ ଚାଲୁଥିବା ଖଣି ମାଲିକଙ୍କୁ ପ୍ରଶ୍ନ କରିବା ଉଚିତ ଯେ ସେମାନଙ୍କ ଖଣିରୁ ଦିନକୁ, ମାସକୁ, ବର୍ଷକୁ କେତେ ଲୁହାପଥର ଓ ଲୁହାଗୁଣ୍ଡ ପରିବହନ ହେଉଛି। ସେହି ହିସାବରେ ଟ୍ରକ ମଗାଇବା କଥା। ଖଣି ମାଲିକମାନେ ଖଣି ଲିଜ ନେବା ବେଳେ ଖଣିରୁ ଲୁହାପଥର, ଲୁହାଗୁଣ୍ଡ ପରିବହନ ନିମନ୍ତେ ଆସୁଥିବା ଟ୍ରକ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଖଣି ମାଲିକ ଟ୍ରକ ରଖିବା ପାଇଁ ପାର୍କିଂ ବ୍ୟବସ୍ଥା କରିନାହାନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ପ୍ରତ୍ୟେକ ଖଣି ମାଲିକ ନିଜ ନିଜ ଖଣିରେ ପାର୍କିଂ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ କରନ୍ତୁ ବୋଲି ଟ୍ରକ ମାଲିକମାନେ ଦାବି କରିଛନ୍ତି ।
ଏନେଇ କୋଇଡା ଆଇଆଇସି ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରୁ, ଯେଉଁ ଟ୍ରକ ଓଭର ଟେକ୍‌ କିମ୍ବା ଡବଲ ଲାଇନ କରୁଛନ୍ତି ସେହି ଟ୍ରକ୍‌କୁ ଆମେ ଫାଇନ ଓ ବ୍ଲାକ ଲିଷ୍ଟ କରୁଛୁ। ହେଲେ କୌଣସି ଫରକ ପଡୁନି। ଏହାର ଖୁବଶୀଘ୍ର ସମାଧାନ ହେବ ବୋଲି ଆଇଆଇସି ପତି ପ୍ରକାଶ କରିଥିଲେ।
ସେହିପରି ରାଉରକେଲା ଆରଟିଓ ବିଭୁରଞ୍ଜନ ସାମନ୍ତସିଂହାରଙ୍କୁ ପଚାରିବାରୁ, ଖଣି କର୍ତ୍ତୃପକ୍ଷ ପାର୍କିଂ ବ୍ୟବସ୍ଥା ବୁଝିବା କଥା। ଏହା ଆମର କାମ ନୁହେଁ । ଯେଉଁ ଗାଡ଼ି ଓଭରଟେକ କରୁଛି, ଲାଇନ କାଟି ଡବଲ ଲାଇନ କରୁଛି ଆମେ ତାଙ୍କଠାରୁ ଫାଇନ କାଟୁଛୁ। ଯେଉଁମାନେ ଲାଇନ କରି ଛିଡ଼ା ହେଉଛନ୍ତି ସେମାନଙ୍କଠାରୁ ଫାଇନ କଟାଯାଉ ନାହିଁ ବୋଲି ସାମନ୍ତସିଂହାର ପ୍ରକାଶ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri