କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ ଅଞ୍ଚଳରେ। ପଡୋଶୀ ଗଞ୍ଜାମ ଜିଲା ଏବଂ ଏହି ଚାରୋଟି ପଞ୍ଚାୟତକୁ ସଂଯୋଗ କରୁଛି କରଡ଼ା ଘାଟି। ୧୦କି.ମି. ବ୍ୟାପୀ ଏହି ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ଗାର୍ଡ ଓ୍ବାଲ ନାହିଁ। ଦୁଇ ଶହ ଫୁଟରୁ ଊର୍ଦ୍ଧ୍ୱ ଗଭୀର ଘାଟି ଦେଖି ଯାତାୟାତ ପାଇଁ ଲୋକେ ଭୟ କରୁଛନ୍ତି। ଯେଉଁ ସବୁ ଯାନବାହାନ ଚଳାଚଳ ହେଉଛି ଅତ୍ୟନ୍ତ ଅସୁରକ୍ଷିତ ଭାବେ ଯାତାୟାତ କରୁଛନ୍ତି। ତିନି ବର୍ଷ ହେଲା ରାସ୍ତା କାମ ଚାଲିଥିଲେ ମଧ୍ୟ ଠିକା ସଂସ୍ଥାର ଅହେତୁକ ବିଳମ୍ବ କାର୍ଯ୍ୟ ଯୋଗୁ କାମ ସମ୍ପୂର୍ଣ୍ଣ ହୋଇପାରୁନାହିଁ। ମାଲାଗୁଡ଼ାଠାରୁ କରଡ଼ା ପର୍ଯ୍ୟନ୍ତ ଏହି ଘାଟିର ଅନେକ ସ୍ଥାନରେ ମାଟି ଅତଡା ଖସୁଥିବା ଦେଖିବାକୁ ମିଳୁଛି। ୪୦ ବର୍ଷରୁ ଊଦ୍ଧର୍‌ବ ପୁରୁଣା ଏହି ଘାଟିରାସ୍ତା କେବଳ ମରାମତିରେ ଚାଲିଛି। ବର୍ଷାଦିନେ ଯାତାୟାତ କରିବା ସମ୍ଭବ ହେଉ ନାହିଁ। ରାସ୍ତା ଉପରକୁ ବର୍ଷାରେ ପଥର ଖସୁଛି। ଅନେକ ସମୟରେ ଛୋଟବଡ ଦୁର୍ଘଟଣାମାନ ଘଟୁଛ। ରାସ୍ତାକଡ଼ରେ ଗାର୍ଡୱାଲ ନ ଥିବା ଯୋଗୁ ଭାରସାମ୍ୟ ହରାଇଲେ ଘାଟି ତଳକୁ ଖସିଯିବାର ଆଶଙ୍କା ରହିଛି । ଉଭୟ ପାର୍ଶରେ ସଠିକ ଡ୍ରେନେଜ ନ ଥିବା ଯୋଗୁ ବର୍ଷାଦିନେ ରାସ୍ତା ଧୋଇହୋଇ ଯାଉଛି । ଏହାର ଗାର୍ଡୱାଲ ପାଇଁ ଦୃଷ୍ଟି ଦିଆଯାଉ ନ ଥିବାରୁ ମାଟି କ୍ଷୟ ହେବାରେ ଲାଗିଛି । ଗତ ସେପ୍ଟେମ୍ବର ମାସରେ କଳିଙ୍ଗା ଘାଟିରେ ଭୁଷ୍କଳନ ଯୋଗୁ ରାସ୍ତା ବନ୍ଦ ହେବା ଫଳରେ ବିକଳ୍ପ ରାସ୍ତା ଭାବେ ଏହି ରାସ୍ତା ଦେଇ ଦୈନିକ ଶତାଧିକ ଯାନବାହାନ ବିପଦପୂର୍ଣ୍ଣ ଭାବେ ଗଞ୍ଜାମ ଜିଲାକୁ ଚଳାଚଳ କରିଥିଲା। ଗାର୍ଡ ୱାଲ କାର୍ଯ୍ୟକୁ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ କହିଛନ୍ତି, ସଂପୃକ୍ତ ଠିକା ସଂସ୍ଥା ଦ୍ୱାରା ହିଁ ଗାର୍ଡ ୱାଲ କାର୍ଯ୍ୟ ସଂପୂର୍ଣ୍ଣ କରାଯିବ। ଘାଟି ତଳୁ ଜାଲି ଦେଇ ଷ୍ଟେପ ନିର୍ମାଣ କରାଯାଉଥିବାରୁ କାମରେ ବିଳମ୍ବ ଘଟୁଛି।

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri