ଖରିଫ ଚାଷ ପାଇଁ ସାର ନାହିଁ, ଧାର୍ଯ୍ୟ ଦରଠାରୁ ୪ ଶହ ଟଙ୍କା ଅଧିକରେ ହେଉଛି ବିକ୍ରି

ଝରିଗାଁ,୮ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାରେ ଖରିଫ ଚାଷ ଆରମ୍ଭ ହୋଇଛି। ଚାଷୀ ତଳି ପକାଇ ରୋଇବାକୁ ଅପେକ୍ଷା କରିଥିବା ବେଳେ ସାର ଯୋଗାଣ ସମସ୍ୟା ସୃଷ୍ଟି କରିଛି। ଆବଶ୍ୟକ ସାର ଯୋଗାଣ ହେଉ ନ ଥିବାରୁ ଚାଷୀ ବଜାରରୁ ଚଢ଼ାଦରରେ କିଣିବାକୁ ବାଧ୍ୟ ହେଉଛନ୍ତି। ଏହା ଖରିଫ ଚାଷ ଉପରେ ପ୍ରଭାବ ପକାଇବ ବୋଲି ପୂର୍ବତନ ଏମ୍‌ପି ପ୍ରଦୀପ ମାଝି ଶନିବାର ଝରିଗାଁସ୍ଥିତ ନିଜ ବାସଭବନରେ ଅନୁଷ୍ଠିତ ଏକ ପ୍ରେସ୍‌ମିଟ୍‌ କରି ଅଭିଯୋଗ ଆଣିଛନ୍ତି। ଚଳିତ ବର୍ଷ ଝରିଗାଁ ବ୍ଲକରେ ୨୮ହଜାର ୪ଶହ ୨୩ଜଣ ଚାଷୀ ପ୍ରାୟ ୧୫ହଜାର ୫ଶହ ହେକ୍ଟର ହେକ୍ଟର ଜମିରେ ଖରିଫ ଚାଷ (ଧାନ, ମକା) କରିଛନ୍ତି। ତେବେ ଅଦ୍ୟାବଧି ବ୍ଲକରେ ଗୋଟିଏ ଲ୍ୟାମ୍ପସ୍‌ ଓ ୪୨ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରରେ ସାର ବିକ୍ରି କରାଯାଉଛି। ବଜାରରେ ସମୟ ପୂର୍ବରୁ ଆବଶ୍ୟକଠାରୁ କମ୍‌ ସଂଖ୍ୟାର ରାସାୟନିକ ସାର ଆସିଥିବା ଫଳରେ ଚଳିତବର୍ଷର ଖରିଫ ଚାଷ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ଶ୍ରୀ ମାଝି କ୍ଷୋଭ ପ୍ରକାଶ କରିଛନ୍ତି। ଝରିଗାଁ ଲ୍ୟାମ୍ପରେ କେବଳ ଉକ୍ତ ସମବାୟରେ ପଞ୍ଜୀକୃତ କରିଥିବା ଚାଷୀଙ୍କୁ ଚାଷ ଋଣ ଭାବରେ ସାର ପ୍ରଦାନ କରାଯାଇଛି। ସାରର ଅଭାବ ବଜାର ଦରକୁ ଅଧିକ ବଢ଼ାଉଛି। ଅପରପକ୍ଷରେ ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ରଗୁଡ଼ିକରେ ସରକାରଙ୍କ ଧାର୍ଯ୍ୟଦରଠାରୁ ପ୍ରତ୍ୟେକ ସାର ବସ୍ତା ପିଛା ୪ଶହ ଟଙ୍କା ଅଧିକ ଦରରେ ବିକ୍ରି ହେଉଥିବା ନଜରକୁ ଆସୁଥିବା ନେଇ ଅଭିଯୋଗ ହୋଇଛି। ଚଳିତ ବର୍ଷ ଚାଷ ଆରମ୍ଭରୁ ସାରର ଅଭାବ କୃଷକମାନଙ୍କ ମନବଳ ଭାଙ୍ଗି ଦେଇଛି। ସାରର ଅଭାବ ଅଧିକ କ୍ଷତି କରିବ ବୋଲି ସେ ମତ ଦେଇଛନ୍ତି। ତେବେ ସ୍ବଳ୍ପ ବର୍ଷା ଏବଂ ସାରର ଅଭାବ ଯୋଗୁ ତଳି ରୁଆଯାଇ ପାରୁନାହିଁ। ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗଜାନନ ସାହୁଙ୍କୁ ଯୋଗାଯୋଗ କରିବାରୁ ଗତ ସପ୍ତାହରେ ଡିଏପି ସାର ଅଭାବ ରହିଥିଲା। କିନ୍ତୁ ବର୍ତ୍ତମାନ ବଜାରରେ ସମସ୍ତ ରାସାୟନିକ ସାର ମହଜୁଦ୍‌ ରହିଛି। ସେହିପରି ଝରିଗାଁ ବ୍ଲକର ସମସ୍ତ ପଞ୍ଜୀକୃତ ରାସାୟନିକ ସାର ବିକ୍ରେତାଙ୍କୁ ସରକାରଙ୍କ ଧାର୍ଯ୍ୟ ଦରରେ ବିକ୍ରି କରିବା ପାଇଁ ବାରମ୍ବାର କୁହାଯାଉଛି। କୃଷି ଅଧିକାରୀଙ୍କ ଅକସ୍ମାତ୍‌ ପରିଦର୍ଶନ ବେଳେ ମଧ୍ୟ ଠିକ୍‌ ଦରରେ ବଜାରରେ ସାର ବିକ୍ରି ହେଉଥିବା ବ୍ଲକ କୃଷି ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri