ଏଥର ସାଧାରଣ ନିର୍ବାଚନରେ ନୂଆ ବ୍ୟବସ୍ଥା: ଯେଉଁଠି ଡ୍ୟୁଟି, ସେଇଠି ଭୋଟ୍‌

ଭୁବନେଶ୍ୱର,୨୫ା୧: ଏଥର ସାଧାରଣ ନିର୍ବାଚନରେ ଭୋଟ୍‌ ଦେବା ପାଇଁ ନୂଆ ବ୍ୟବସ୍ଥା କରାଯାଇଛି। ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଭୋଟ୍‌ ଦେଇପାରିବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ଭୋଟ୍‌ଗ୍ରହଣ କେନ୍ଦ୍ର କରାଯିବ। ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ୍‌ ଦିବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା କରାଯିବ।
ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ, ହୋମ୍‌ ଭୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ। ଭୋଟ୍‌ ପାଇଁ ସବୁ ଜିଲାରେ ଇଭିଏମ ପହଞ୍ଚି ସାରିଛି ବୋଲି କହିଛନ୍ତି ନିର୍ବାଚନ କମିଶନର।