ଚାହିଦା ଅଛି, ପ୍ରୋତ୍ସାହନ ନାହିଁ

ନୟାଗଡ଼ ଅଫିସ,୭।୫: ନୟାଗଡ଼ର ଆଖୁ ଅଧିକ ଦୋରୁଅ ଓ ଶର୍କରାଯୁକ୍ତ ଥିବାରୁ ଗୁଡ଼ର ଚାହିଦା ବଢ଼ିବାରେ ଲାଗିଛି। ହେଲେ ଏଥିପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ଫଳରେ ଚାଷୀମାନେ କେବଳ ନିଜ ଶ୍ରମ ବିନିଯୋଗ କରି ଏହି ବ୍ୟବସାୟ ଚଳାଇଛନ୍ତି। ନୟାଗଡ଼ ଚିନି କଳ ବନ୍ଦ ହେବା ପରେ ଆଖୁ ଚାଷ କମିଛି। ତଥାପି କେତେଜଣ ଚାଷୀ ନିଜର ପାରମ୍ପରିକ ଗୁଡ଼ ବ୍ୟବସାୟ ଜାରି ରଖିଛନ୍ତି। ଚିନି ପରିବର୍ତ୍ତେ ଗୁଡ଼ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବଢ଼ିଛି। ଏହା ବିଭିନ୍ନ ବ୍ୟଞ୍ଜନ, ପିଠା, ମୁଅଁ।, ଉଖୁଡା, ଆଚାର ପ୍ରସ୍ତୁତିରେ ବ୍ୟବହାର ହେଉଛି। ନୟାଗଡ଼ର ଗୁଡ଼ ଏବେ ଢେଙ୍କାନାଳ, ଅନୁଗୋଳ, କଟକ, ଭୁବନେଶ୍ୱର, ଗଞ୍ଜାମରେ ବିକ୍ରି ହେଉଛି।
ନୟାଗଡ଼ ବ୍ଲକ ବାଲୁଗଁ। ପଞ୍ଚାୟତ ନୂଆ କଣ୍ଟାବଣିଆ ଗଁ।ର ଚାଷୀ ଦୁର୍ଯ୍ୟୋଧନ ପ୍ରଧାନ କୁହନ୍ତି, ମୁଁ ୨୦ ମାଣ (୫ଏକର) ଜମିରେ ଆଖୁ ଚାଷ କରୁଛି। ମୋତେ ମୋ ପରିବାର ଓ ବଡ଼ଭାଇ ବୃନ୍ଦାବନଙ୍କ ପରିବାର ଆଖୁଚାଷଠାରୁ ଗୁଡ଼ ତିଆରି କରି ବିକ୍ରି ପର୍ଯ୍ୟନ୍ତ ସହଯୋଗ କରୁଛନ୍ତି। ପ୍ରତିଦିନ ୪ରୁ ୬ଜଣ ଲୋକ ଆଖୁଶାଳରେ ଦରକାର। ବିଦ୍ୟୁତ୍‌ ବ୍ୟବସ୍ଥା ସହିତ ଜେନେରେଟର ଦ୍ୱାରା ଆଖୁ ପେଡ଼ା ହେଉଛି। ଆଖୁ ରସ ପାଇପ୍‌ ଯୋଗେ ଶାଳରେ ପହଞ୍ଚୁଛି। ସେଠାରେ ଗୁଡ଼ ତିଆରି ହେଉଛି। ୬ ଓ ୮ ବର୍ଷ ବୟସରେ ଆମେ ଦୁଇ ଭାଇ ବାପାଙ୍କୁ ଆଖୁ ଫସଲରେ ସହଯୋଗ କରୁଥିଲୁ। ୧୦ ଓ ୧୨ ବର୍ଷ ବୟସରୁ ଆମେ ଆଖୁ ଫସଲ ସାଙ୍ଗକୁ ଗୁଡ଼ କରି ଆସୁଛୁ। ପ୍ରାୟ ୩୫ ବର୍ଷ ହେଲା ଆଖୁ ଚାଷ କରି ଆସୁଛୁ। ନୟାଗଡ଼ ଚିନିକଳ କାମ କରୁଥିବା ସମୟରେ ୧ରୁ ୨ମାଣ ଜମିରେ ହେଉଥିବା ଆଖୁରସରୁ କେବଳ ଗୁଡ଼ କରୁଥିଲୁ। ଅବଶିଷ୍ଟ ୧୮ ମାଣ ଜମିର ଆଖୁ ଚିନିକଳ ନେଇଯାଉଥିଲା। ଚିନିକଳ ବନ୍ଦ ପରେ ୨୦୨୧ ପର୍ଯ୍ୟନ୍ତ ୧୫ ମାଣ ଜମିର ଆଖୁ ଢେଙ୍କାନାଳ ଚିନିକଳକୁ ଦେଉଥିଲୁ। ହେଲେ କ୍ଷତି ହେଉଥିବାରୁ ଆଉ ଦେଉନାହିଁ। ଚିନିକଳ ବନ୍ଦ ପରେ ଆମ ଜିଲାରେ ଆଖୁ ଚାଷ ହ୍ରାସ ହୋଇଛି। ତେବେ ଆମ ଉପରେ ଏହାର ପ୍ରଭାବ ପଡ଼ିନି। ସବୁ ବର୍ଷ ଆମେ ୨୦ରୁ ୨୨ ମାଣ ଜମିରେ ଆଖୁ ଫସଲ କରି ଆସୁଛୁ। ଅନ୍ୟପକ୍ଷରେ ଗୁଡ଼ ପ୍ରସ୍ତୁତ କରୁଥିବାରୁ କ୍ଷତିର ହିସାବ ଆମ ପାଖରେ ନାହିଁ। ନିଜ ଜମି ୩ ମାଣ ଓ ଭାଗ ଜମି ୧୭ମାଣରେ ଯାହା ରୋଜଗାର ହୁଏ ଜମି ମାଲିକ, ଋଣ ଟଙ୍କା ପରିଶୋଧ ଓ ଦୁଇ ପରିବାର ଚଳେ। ଗୋଟିଏ ବର୍ଷରେ ଅତିକମ୍‌ରେ ୨ ଲକ୍ଷ ଟଙ୍କା ଲାଭ ମିଳେ। ଆମ୍ଭ ପରିବାର ପକ୍ଷରୁ ପ୍ରସ୍ତୁତ ଗୁଡ଼କୁ ବ୍ୟବସାୟୀମାନେ କେଜି ପ୍ରତି ୩୩ ଟଙ୍କାରେ କିଣନ୍ତି। ଢେଙ୍କାନାଳ, ଅନୁଗୋଳ ଓ ତାଳଚେରର ବ୍ୟବସାୟୀମାନେ ଗୁଡ଼ କିଣି ନିଅନ୍ତି। ଖୁଚୁରାରେ ଆମ ଗଁ।ରେ ୪୫ ଟଙ୍କାରେ ଗୁଡ଼ ବିକ୍ରି ହେଉଛି।
ନୂଆଗଁ। ବ୍ଲକ ଶିମିଳିସାହି ଗଁ।ର ଗୁଲୁବାସ ପ୍ରଧାନ କୁହନ୍ତି, ୬ ବର୍ଷରୁ ଆରମ୍ଭ କରିଥିବା ଆଖୁ ଚାଷ ୬୦ ବର୍ଷରେ ପହଞ୍ଚିଲାଣି। ବାପାଙ୍କୁ ଆଖୁ ଚାଷରେ ସହଯୋଗ କରୁ କରୁ ମୁଁ ଅଜାଣତରେ ଚାଷୀ ହୋଇଗଲି। ମୁଁ ପାଠ ପଢ଼ିନି କି ସ୍କୁଲ ଦେଖିନି। ତେବେ ନିଜ ନାମ ଦସ୍ତଖତ କରିବା ଶିଖିଛି। ଚାଷରେ କ୍ଷତି ହେଉ କି ଲାଭ ହେଉ ଆଉ ପଛକୁ ଫେରି ଦେଖିନି। ଚାଷ କରି ଝିଅ, ପୁଅ ବାହାଘର କରାଇଛି। ମୋ ପୁଅକୁ ପାଠ ପଢ଼ାଇଛି। ପୁଅ ଦୋକାନ କରିଛି। ମୋ ଝିଅ, ଜ୍ୱାଇଁ, ପୁଅ, ବୋହୂ ଚାଷରେ ସହଯୋଗ କରୁଛନ୍ତି। ପୂର୍ବରୁ ବଳଦ ଓ ପୋଢ଼ ଦ୍ୱାରା ଆଖୁ ପେଡ଼ା ହେଉଥିଲା। ଏବେ ବଳଦ ଓ ପୋଢ଼ ମିଳୁ ନାହାନ୍ତି। ସେମାନଙ୍କ ସହଯୋଗରେ ଆଖୁ ପେଡ଼ିଲେ କ୍ଷତି ହେଉଛି। ଏଣୁ ଟ୍ରାକ୍ଟର ଯୋଗେ ଆଖୁଶାଳ ବୁଲୁଛି। ଜଣେ ଅଥବା ୨ଜଣ ହେଲେ ଶାଳ ବୁଲିବାରେ ଅସୁବିଧା ନାହିଁ। ମୁଁ ୪ ମାଣ ଆଖୁ ଫସଲ କରିଛି। ସବୁ ଗୁଡ଼ ବିକ୍ରି କରୁଛି। ଗୁଡ଼ କେଜି ପ୍ରତି ୩୦ରୁ ୩୫ ଟଙ୍କାରେ ବ୍ୟବସାୟୀମାନେ କିଣି କଟକ, ଭୁବନେଶ୍ୱର ଓ ପୁରୀରେ ବିକ୍ରି କରୁଛନ୍ତି। ଗଁ। ଗହଳିରେ ମଧ୍ୟ କେଜି ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି।
ପାଣିପୋଇଲା ଛକର ଆଖୁ ଚାଷୀ ପ୍ରମୋଦ କୁମାର କୁଣ୍ଡଙ୍କ ନୟାଗଡ଼ର ଆଖୁରେ ଭଲ ଚିନି ହୁଏ। ନୟାଗଡ଼ ଜିଲାର ୧ଟନ(୧୦ କୁଇଣ୍ଟାଲ) ଆଖୁ ଚିନିକଳରେ ପେଡ଼ାଗଲେ ୧ କୁଇଣ୍ଟାଲ ୫ କେଜି ଚିନି ମିଳୁଥିଲା। ଅନ୍ୟ ଜିଲାର ସମ ପରିମାଣର ଆଖୁ ପେଡ଼ିଲେ ୮୫ କେଜି ଚିନି ମିଳୁଥିଲା। ଚିନି ପରି ଗୁଡ଼ର ମାନ ରହୁଛି। ବାଲୁଗଁ।ର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ନୟାଗଡ଼ର ମାଟି ଆଖୁ ଚାଷ ପାଇଁ ଉପଯୁକ୍ତ। ଆଖୁ ଭଲ ହେଉଥିବାରୁ ଗୁଡ଼ ଭଲ ହେଉଛି। କେମିକାଲ ବଦଳରେ ପାରମ୍ପରିକ ପଦ୍ଧତିରେ ଗୁଡ଼ ତିଆରି ହେଉଥିବାରୁ ଏହାର ସ୍ବାଦ ବଜାୟ ରହିପାରୁଛି। ନୟାଗଡ଼, ରଣପୁର, ଓଡ଼ଗଁ।, ନୂଆଗଁ। ବ୍ଲକ ଅଞ୍ଚଳରେ ଆଖୁ ଚାଷ ଅଧିକ ହେଉଛି। ସମ୍ପୃକ୍ତ ଅଞ୍ଚଳରୁ ଗୁଡ଼କୁ ପ୍ରସ୍ତୁତ କରାଯାଇ ବିଭିନ୍ନ ଜିଲାକୁ ପଠାଯାଉଛି। ତେବେ କେତେଜଣ ବ୍ୟବସାୟୀ ଅନ୍ୟ ଜିଲାର ଗୁଡ଼କୁ ନୟାଗଡ଼ର ଗୁଡ଼ କହି ବିକ୍ରି କରୁଛନ୍ତି। ପ୍ରଶାସନିକସ୍ତରରେ ଧରପଗଡ଼ ନ ଥିବାରୁ ସେହି ଗୁଡ଼ ଯାଞ୍ଚ ହେଉନାହିଁ। ପୁଣି ଜିଲାରେ ଆଖୁ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ। ଯେଉଁମାନେ ଗୁଡ଼ ପ୍ରସ୍ତୁତ କରି ଜୀବିକା ବଞ୍ଚାଇ ରଖିଛନ୍ତି ସେମାନଙ୍କୁ ମଧ୍ୟ ସରକାରୀ ସହାୟତା ମିଳୁନାହିଁ। ଜିଆଇ ଟ୍ୟାଗ୍‌ର ମାନ୍ୟତା ମିଳିଲେ ଆମକୁ ଫାଇଦା ମିଳନ୍ତା ବୋଲି ଦଳବେହେରା କହିଛନ୍ତି।
ବାରବାଟୀ ଗଁ।ର ଗୁଡ଼ ବ୍ୟବସାୟୀ ବିରଞ୍ଚି ନାରାୟଣ ସାହୁ କୁହନ୍ତି, ଆମ ଗୁଡ଼ ‘ମା ଗୁଡ଼’ ବ୍ରାଣ୍ଡରେ କଟକ, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଜିଲା ଓ ଆଖପାଖ ଅଞ୍ଚଳରେ ବିକ୍ରି ହେଉଛି। ୧ କେଜି ଡବା ମୂଲ୍ୟ ୮୦ ଟଙ୍କା ଓ ୫୦୦ ଗ୍ରାମ ଡବା ୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଗୁଡ଼ରେ ପ୍ରସ୍ତୁତ ଖଜା ମଧ୍ୟ ବିକ୍ରି ହେଉଛି। ପୁଣି ଟିଣରେ ଗୁଡ଼ ଭର୍ତ୍ତିକରି ବିକ୍ରି କରାଯାଉଛି। ନୟାଗଡ଼ରୁ ଚାହିଦା ମୁତାବକ ଗୁଡ଼ ମିଳୁ ନ ଥିବାରୁ ବାହାର ରାଜ୍ୟରୁ ଗୁଡ଼ ଆଣିବାକୁ ପଡୁଛି। ଏହି ବ୍ୟବସାୟରେ ମୋର ବର୍ଷକୁ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ଲାଭ ହେଉଛି ବୋଲିି ସେ ସୂଚନା ଦେଇଛନ୍ତି।
ନୟାଗଡ଼ ପାଣିପୋଇଲାସ୍ଥିତ ଆଖୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ପ୍ରମୋଦ କୁମାର ନାୟକ କୁହନ୍ତି, ନୟାଗଡ଼ର ଆଖୁ ଉତ୍କଷ୍ଟ ଧରଣର। ଗୁଡ଼ ପ୍ରସ୍ତୁତି ବେଳେ ଚାଷୀ ଭେଣ୍ଡି ଗଛ ରସ ଓ ବାଦାମ ରସ ପକାଇ ମଇଳା ସଫା କରୁଛନ୍ତି। ଏଥିପାଇଁ କେମିକାଲ ବ୍ୟବହାର ହେଉନାହଁ। ପାରମ୍ପରିକ ପଦ୍ଧତିରେ ଗୁଡ଼ ପ୍ରସ୍ତୁତ କରାଯାଉଥିବାରୁ ତାହା ସ୍ବାଦିଷ୍ଟ ଲାଗୁଛି। ଏଥିପାଇଁ ନୟାଗଡ଼ ଗୁଡ଼କୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅତିରିକ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କୁହନ୍ତି, ନୟାଗଡ଼ ଜିଲା ଏକ କୃଷି ପ୍ରଧାନ ଅଞ୍ଚଳ। ମହାନଦୀ, କୁସୁମୀ, କୁଅଁ।ରିଅଁ।, ଡାହୁକା, ବୃତ୍ତଙ୍ଗ, ବାଘମାରୀ ପରି ନଦୀକୂଳିଆ ଅଞ୍ଚଳରେ ଆଖୁଚାଷ ହୋଇ ଆସୁଛି। ତେବେ ଚିନିକଳ ବନ୍ଦ ପରେ ଆଖୁ ଫସଲ ହ୍ରାସ ପାଇଛି। ଚିନିକଳ ବନ୍ଦ ପୂର୍ବରୁ ଜିଲାରେ ୬ ହଜାର ହେକ୍ଟର ଜମିରେ ଆଖୁ ଫସଲ ହେଉଥିଲା। ଏବେ ଜିଲାରେ ମାତ୍ର ୧୨୦୫ ହେକ୍ଟର ଜମିରେ ଆଖୁ ଚାଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri