ଚାହିଦା ଅଛି, ପ୍ରୋତ୍ସାହନ ନାହିଁ

ନୟାଗଡ଼ ଅଫିସ,୭।୫: ନୟାଗଡ଼ର ଆଖୁ ଅଧିକ ଦୋରୁଅ ଓ ଶର୍କରାଯୁକ୍ତ ଥିବାରୁ ଗୁଡ଼ର ଚାହିଦା ବଢ଼ିବାରେ ଲାଗିଛି। ହେଲେ ଏଥିପାଇଁ ସରକାରୀ ପ୍ରୋତ୍ସାହନ ନାହିଁ। ଫଳରେ ଚାଷୀମାନେ କେବଳ ନିଜ ଶ୍ରମ ବିନିଯୋଗ କରି ଏହି ବ୍ୟବସାୟ ଚଳାଇଛନ୍ତି। ନୟାଗଡ଼ ଚିନି କଳ ବନ୍ଦ ହେବା ପରେ ଆଖୁ ଚାଷ କମିଛି। ତଥାପି କେତେଜଣ ଚାଷୀ ନିଜର ପାରମ୍ପରିକ ଗୁଡ଼ ବ୍ୟବସାୟ ଜାରି ରଖିଛନ୍ତି। ଚିନି ପରିବର୍ତ୍ତେ ଗୁଡ଼ ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ବଢ଼ିଛି। ଏହା ବିଭିନ୍ନ ବ୍ୟଞ୍ଜନ, ପିଠା, ମୁଅଁ।, ଉଖୁଡା, ଆଚାର ପ୍ରସ୍ତୁତିରେ ବ୍ୟବହାର ହେଉଛି। ନୟାଗଡ଼ର ଗୁଡ଼ ଏବେ ଢେଙ୍କାନାଳ, ଅନୁଗୋଳ, କଟକ, ଭୁବନେଶ୍ୱର, ଗଞ୍ଜାମରେ ବିକ୍ରି ହେଉଛି।
ନୟାଗଡ଼ ବ୍ଲକ ବାଲୁଗଁ। ପଞ୍ଚାୟତ ନୂଆ କଣ୍ଟାବଣିଆ ଗଁ।ର ଚାଷୀ ଦୁର୍ଯ୍ୟୋଧନ ପ୍ରଧାନ କୁହନ୍ତି, ମୁଁ ୨୦ ମାଣ (୫ଏକର) ଜମିରେ ଆଖୁ ଚାଷ କରୁଛି। ମୋତେ ମୋ ପରିବାର ଓ ବଡ଼ଭାଇ ବୃନ୍ଦାବନଙ୍କ ପରିବାର ଆଖୁଚାଷଠାରୁ ଗୁଡ଼ ତିଆରି କରି ବିକ୍ରି ପର୍ଯ୍ୟନ୍ତ ସହଯୋଗ କରୁଛନ୍ତି। ପ୍ରତିଦିନ ୪ରୁ ୬ଜଣ ଲୋକ ଆଖୁଶାଳରେ ଦରକାର। ବିଦ୍ୟୁତ୍‌ ବ୍ୟବସ୍ଥା ସହିତ ଜେନେରେଟର ଦ୍ୱାରା ଆଖୁ ପେଡ଼ା ହେଉଛି। ଆଖୁ ରସ ପାଇପ୍‌ ଯୋଗେ ଶାଳରେ ପହଞ୍ଚୁଛି। ସେଠାରେ ଗୁଡ଼ ତିଆରି ହେଉଛି। ୬ ଓ ୮ ବର୍ଷ ବୟସରେ ଆମେ ଦୁଇ ଭାଇ ବାପାଙ୍କୁ ଆଖୁ ଫସଲରେ ସହଯୋଗ କରୁଥିଲୁ। ୧୦ ଓ ୧୨ ବର୍ଷ ବୟସରୁ ଆମେ ଆଖୁ ଫସଲ ସାଙ୍ଗକୁ ଗୁଡ଼ କରି ଆସୁଛୁ। ପ୍ରାୟ ୩୫ ବର୍ଷ ହେଲା ଆଖୁ ଚାଷ କରି ଆସୁଛୁ। ନୟାଗଡ଼ ଚିନିକଳ କାମ କରୁଥିବା ସମୟରେ ୧ରୁ ୨ମାଣ ଜମିରେ ହେଉଥିବା ଆଖୁରସରୁ କେବଳ ଗୁଡ଼ କରୁଥିଲୁ। ଅବଶିଷ୍ଟ ୧୮ ମାଣ ଜମିର ଆଖୁ ଚିନିକଳ ନେଇଯାଉଥିଲା। ଚିନିକଳ ବନ୍ଦ ପରେ ୨୦୨୧ ପର୍ଯ୍ୟନ୍ତ ୧୫ ମାଣ ଜମିର ଆଖୁ ଢେଙ୍କାନାଳ ଚିନିକଳକୁ ଦେଉଥିଲୁ। ହେଲେ କ୍ଷତି ହେଉଥିବାରୁ ଆଉ ଦେଉନାହିଁ। ଚିନିକଳ ବନ୍ଦ ପରେ ଆମ ଜିଲାରେ ଆଖୁ ଚାଷ ହ୍ରାସ ହୋଇଛି। ତେବେ ଆମ ଉପରେ ଏହାର ପ୍ରଭାବ ପଡ଼ିନି। ସବୁ ବର୍ଷ ଆମେ ୨୦ରୁ ୨୨ ମାଣ ଜମିରେ ଆଖୁ ଫସଲ କରି ଆସୁଛୁ। ଅନ୍ୟପକ୍ଷରେ ଗୁଡ଼ ପ୍ରସ୍ତୁତ କରୁଥିବାରୁ କ୍ଷତିର ହିସାବ ଆମ ପାଖରେ ନାହିଁ। ନିଜ ଜମି ୩ ମାଣ ଓ ଭାଗ ଜମି ୧୭ମାଣରେ ଯାହା ରୋଜଗାର ହୁଏ ଜମି ମାଲିକ, ଋଣ ଟଙ୍କା ପରିଶୋଧ ଓ ଦୁଇ ପରିବାର ଚଳେ। ଗୋଟିଏ ବର୍ଷରେ ଅତିକମ୍‌ରେ ୨ ଲକ୍ଷ ଟଙ୍କା ଲାଭ ମିଳେ। ଆମ୍ଭ ପରିବାର ପକ୍ଷରୁ ପ୍ରସ୍ତୁତ ଗୁଡ଼କୁ ବ୍ୟବସାୟୀମାନେ କେଜି ପ୍ରତି ୩୩ ଟଙ୍କାରେ କିଣନ୍ତି। ଢେଙ୍କାନାଳ, ଅନୁଗୋଳ ଓ ତାଳଚେରର ବ୍ୟବସାୟୀମାନେ ଗୁଡ଼ କିଣି ନିଅନ୍ତି। ଖୁଚୁରାରେ ଆମ ଗଁ।ରେ ୪୫ ଟଙ୍କାରେ ଗୁଡ଼ ବିକ୍ରି ହେଉଛି।
ନୂଆଗଁ। ବ୍ଲକ ଶିମିଳିସାହି ଗଁ।ର ଗୁଲୁବାସ ପ୍ରଧାନ କୁହନ୍ତି, ୬ ବର୍ଷରୁ ଆରମ୍ଭ କରିଥିବା ଆଖୁ ଚାଷ ୬୦ ବର୍ଷରେ ପହଞ୍ଚିଲାଣି। ବାପାଙ୍କୁ ଆଖୁ ଚାଷରେ ସହଯୋଗ କରୁ କରୁ ମୁଁ ଅଜାଣତରେ ଚାଷୀ ହୋଇଗଲି। ମୁଁ ପାଠ ପଢ଼ିନି କି ସ୍କୁଲ ଦେଖିନି। ତେବେ ନିଜ ନାମ ଦସ୍ତଖତ କରିବା ଶିଖିଛି। ଚାଷରେ କ୍ଷତି ହେଉ କି ଲାଭ ହେଉ ଆଉ ପଛକୁ ଫେରି ଦେଖିନି। ଚାଷ କରି ଝିଅ, ପୁଅ ବାହାଘର କରାଇଛି। ମୋ ପୁଅକୁ ପାଠ ପଢ଼ାଇଛି। ପୁଅ ଦୋକାନ କରିଛି। ମୋ ଝିଅ, ଜ୍ୱାଇଁ, ପୁଅ, ବୋହୂ ଚାଷରେ ସହଯୋଗ କରୁଛନ୍ତି। ପୂର୍ବରୁ ବଳଦ ଓ ପୋଢ଼ ଦ୍ୱାରା ଆଖୁ ପେଡ଼ା ହେଉଥିଲା। ଏବେ ବଳଦ ଓ ପୋଢ଼ ମିଳୁ ନାହାନ୍ତି। ସେମାନଙ୍କ ସହଯୋଗରେ ଆଖୁ ପେଡ଼ିଲେ କ୍ଷତି ହେଉଛି। ଏଣୁ ଟ୍ରାକ୍ଟର ଯୋଗେ ଆଖୁଶାଳ ବୁଲୁଛି। ଜଣେ ଅଥବା ୨ଜଣ ହେଲେ ଶାଳ ବୁଲିବାରେ ଅସୁବିଧା ନାହିଁ। ମୁଁ ୪ ମାଣ ଆଖୁ ଫସଲ କରିଛି। ସବୁ ଗୁଡ଼ ବିକ୍ରି କରୁଛି। ଗୁଡ଼ କେଜି ପ୍ରତି ୩୦ରୁ ୩୫ ଟଙ୍କାରେ ବ୍ୟବସାୟୀମାନେ କିଣି କଟକ, ଭୁବନେଶ୍ୱର ଓ ପୁରୀରେ ବିକ୍ରି କରୁଛନ୍ତି। ଗଁ। ଗହଳିରେ ମଧ୍ୟ କେଜି ପ୍ରତି ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି।
ପାଣିପୋଇଲା ଛକର ଆଖୁ ଚାଷୀ ପ୍ରମୋଦ କୁମାର କୁଣ୍ଡଙ୍କ ନୟାଗଡ଼ର ଆଖୁରେ ଭଲ ଚିନି ହୁଏ। ନୟାଗଡ଼ ଜିଲାର ୧ଟନ(୧୦ କୁଇଣ୍ଟାଲ) ଆଖୁ ଚିନିକଳରେ ପେଡ଼ାଗଲେ ୧ କୁଇଣ୍ଟାଲ ୫ କେଜି ଚିନି ମିଳୁଥିଲା। ଅନ୍ୟ ଜିଲାର ସମ ପରିମାଣର ଆଖୁ ପେଡ଼ିଲେ ୮୫ କେଜି ଚିନି ମିଳୁଥିଲା। ଚିନି ପରି ଗୁଡ଼ର ମାନ ରହୁଛି। ବାଲୁଗଁ।ର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ନୟାଗଡ଼ର ମାଟି ଆଖୁ ଚାଷ ପାଇଁ ଉପଯୁକ୍ତ। ଆଖୁ ଭଲ ହେଉଥିବାରୁ ଗୁଡ଼ ଭଲ ହେଉଛି। କେମିକାଲ ବଦଳରେ ପାରମ୍ପରିକ ପଦ୍ଧତିରେ ଗୁଡ଼ ତିଆରି ହେଉଥିବାରୁ ଏହାର ସ୍ବାଦ ବଜାୟ ରହିପାରୁଛି। ନୟାଗଡ଼, ରଣପୁର, ଓଡ଼ଗଁ।, ନୂଆଗଁ। ବ୍ଲକ ଅଞ୍ଚଳରେ ଆଖୁ ଚାଷ ଅଧିକ ହେଉଛି। ସମ୍ପୃକ୍ତ ଅଞ୍ଚଳରୁ ଗୁଡ଼କୁ ପ୍ରସ୍ତୁତ କରାଯାଇ ବିଭିନ୍ନ ଜିଲାକୁ ପଠାଯାଉଛି। ତେବେ କେତେଜଣ ବ୍ୟବସାୟୀ ଅନ୍ୟ ଜିଲାର ଗୁଡ଼କୁ ନୟାଗଡ଼ର ଗୁଡ଼ କହି ବିକ୍ରି କରୁଛନ୍ତି। ପ୍ରଶାସନିକସ୍ତରରେ ଧରପଗଡ଼ ନ ଥିବାରୁ ସେହି ଗୁଡ଼ ଯାଞ୍ଚ ହେଉନାହିଁ। ପୁଣି ଜିଲାରେ ଆଖୁ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ। ଯେଉଁମାନେ ଗୁଡ଼ ପ୍ରସ୍ତୁତ କରି ଜୀବିକା ବଞ୍ଚାଇ ରଖିଛନ୍ତି ସେମାନଙ୍କୁ ମଧ୍ୟ ସରକାରୀ ସହାୟତା ମିଳୁନାହିଁ। ଜିଆଇ ଟ୍ୟାଗ୍‌ର ମାନ୍ୟତା ମିଳିଲେ ଆମକୁ ଫାଇଦା ମିଳନ୍ତା ବୋଲି ଦଳବେହେରା କହିଛନ୍ତି।
ବାରବାଟୀ ଗଁ।ର ଗୁଡ଼ ବ୍ୟବସାୟୀ ବିରଞ୍ଚି ନାରାୟଣ ସାହୁ କୁହନ୍ତି, ଆମ ଗୁଡ଼ ‘ମା ଗୁଡ଼’ ବ୍ରାଣ୍ଡରେ କଟକ, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଜିଲା ଓ ଆଖପାଖ ଅଞ୍ଚଳରେ ବିକ୍ରି ହେଉଛି। ୧ କେଜି ଡବା ମୂଲ୍ୟ ୮୦ ଟଙ୍କା ଓ ୫୦୦ ଗ୍ରାମ ଡବା ୫୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଗୁଡ଼ରେ ପ୍ରସ୍ତୁତ ଖଜା ମଧ୍ୟ ବିକ୍ରି ହେଉଛି। ପୁଣି ଟିଣରେ ଗୁଡ଼ ଭର୍ତ୍ତିକରି ବିକ୍ରି କରାଯାଉଛି। ନୟାଗଡ଼ରୁ ଚାହିଦା ମୁତାବକ ଗୁଡ଼ ମିଳୁ ନ ଥିବାରୁ ବାହାର ରାଜ୍ୟରୁ ଗୁଡ଼ ଆଣିବାକୁ ପଡୁଛି। ଏହି ବ୍ୟବସାୟରେ ମୋର ବର୍ଷକୁ ଦେଢ଼ରୁ ଦୁଇ ଲକ୍ଷ ଟଙ୍କା ଲାଭ ହେଉଛି ବୋଲିି ସେ ସୂଚନା ଦେଇଛନ୍ତି।
ନୟାଗଡ଼ ପାଣିପୋଇଲାସ୍ଥିତ ଆଖୁ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ପ୍ରମୋଦ କୁମାର ନାୟକ କୁହନ୍ତି, ନୟାଗଡ଼ର ଆଖୁ ଉତ୍କଷ୍ଟ ଧରଣର। ଗୁଡ଼ ପ୍ରସ୍ତୁତି ବେଳେ ଚାଷୀ ଭେଣ୍ଡି ଗଛ ରସ ଓ ବାଦାମ ରସ ପକାଇ ମଇଳା ସଫା କରୁଛନ୍ତି। ଏଥିପାଇଁ କେମିକାଲ ବ୍ୟବହାର ହେଉନାହଁ। ପାରମ୍ପରିକ ପଦ୍ଧତିରେ ଗୁଡ଼ ପ୍ରସ୍ତୁତ କରାଯାଉଥିବାରୁ ତାହା ସ୍ବାଦିଷ୍ଟ ଲାଗୁଛି। ଏଥିପାଇଁ ନୟାଗଡ଼ ଗୁଡ଼କୁ ଜିଆଇ ଟ୍ୟାଗ୍‌ର ମାନ୍ୟତା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅତିରିକ୍ତ ଜିଲା ମୁଖ୍ୟ କୃଷି ଅଧିକାରୀ ଲଲାଟେନ୍ଦୁ ମହାପାତ୍ର କୁହନ୍ତି, ନୟାଗଡ଼ ଜିଲା ଏକ କୃଷି ପ୍ରଧାନ ଅଞ୍ଚଳ। ମହାନଦୀ, କୁସୁମୀ, କୁଅଁ।ରିଅଁ।, ଡାହୁକା, ବୃତ୍ତଙ୍ଗ, ବାଘମାରୀ ପରି ନଦୀକୂଳିଆ ଅଞ୍ଚଳରେ ଆଖୁଚାଷ ହୋଇ ଆସୁଛି। ତେବେ ଚିନିକଳ ବନ୍ଦ ପରେ ଆଖୁ ଫସଲ ହ୍ରାସ ପାଇଛି। ଚିନିକଳ ବନ୍ଦ ପୂର୍ବରୁ ଜିଲାରେ ୬ ହଜାର ହେକ୍ଟର ଜମିରେ ଆଖୁ ଫସଲ ହେଉଥିଲା। ଏବେ ଜିଲାରେ ମାତ୍ର ୧୨୦୫ ହେକ୍ଟର ଜମିରେ ଆଖୁ ଚାଷ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri