ଓଭରହେଡ୍‌ ଟ୍ୟାଙ୍କ ବସିଛି, ହେଲେ ଲୋକଙ୍କୁ ମିଳୁନି ପାଣି

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ପାନୀୟଜଳ ଯୋଗାଣ ପାଇଁ ୧୦ହଜାର ଲିଟର ପାଣି ସଂରକ୍ଷିତ କ୍ଷମତା ସମ୍ପନ୍ନ ଓଭରହେଡ୍‌ ଟ୍ୟାଙ୍କ ବସିଛି। ପମ୍ପ ହାଉସ୍‌ ବି ରହିଥିବାବେଳେ ଗ୍ରାମର ବିଭିନ୍ନ ସ୍ଥାନରେ ଷ୍ଟାଣ୍ଡ୍‌ପୋଷ୍ଟ ମଧ୍ୟ ସ୍ଥାପିତ ହୋଇଥିଲା। କିନ୍ତୁ ପ୍ରାୟ ୧କୋଟି ୧୨ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମରେ ଦୀର୍ଘ ୭ବର୍ଷତଳୁ ନିର୍ମିତ ଏହି ପ୍ରକଳ୍ପ ଏପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ୭ମାସ ତ ଦୂରର କଥା, ୭ପକ୍ଷ ମଧ୍ୟ ପାନୀୟଜଳ ଯୋଗାଇ ପାରି ନାହିଁ। ବାରମ୍ବାର ଏହି ପ୍ରକଳ୍ପ ଅଚଳ ହେଉଛି। ମରାମତି ପରେ ୫/୭ଦିନ ଠିକ୍‌ଭାବେ ଚାଲୁଛି। କିନ୍ତୁ ପରବର୍ତ୍ତୀ ସମୟରେ ପ୍ରକଳ୍ପରୁ ପାନୀୟଜଳ ଯୋଗାଣ ବନ୍ଦ ରହୁଛି। ଅନ୍ୟପଟେ ମରାମତି ବାବଦକୁ ଥରକୁ ଥର ଲକ୍ଷାଧିକ ଟଙ୍କା ବ୍ୟୟ ବରାଦ ହେଉଛି। ମରାମତି ମଧ୍ୟ ହେଉଛି। କିନ୍ତୁ ପ୍ରକଳ୍ପ ପୁଣି ଅଚଳ ହୋଇ ପଡ଼ିରହୁଛି। ଏଭଳି ଭାବେ ଦୀର୍ଘପ୍ରାୟ ୫ମାସ ହେଲା ଏହ ପ୍ରକଳ୍ପ ଅଚଳ ହୋଇପଡ଼ି ଥିବାବେଳେ ଗ୍ରାମବାସୀଙ୍କୁ ପାନୀୟଜଳ ପାଇଁ ଖୁବ୍‌ ହଟହଟା ହେବାକୁ ପଡ଼ୁଛି।
୧୦ୱାର୍ଡ଼ ବିଶିଷ୍ଟ ଧାଙ୍ଗେର ଗ୍ରାମ। ଏଠାରେ ସହରାପଡ଼ା, ନୂଆପଡ଼ା, ସଡ଼କପଡ଼ା, ମାଲିପଡ଼ା, ଲରିହାପଡ଼ା, ଟିକୁନୁଟିକ୍ରା, ଝାଙ୍କରଟିକ୍ରା, ହରିଜନପଡ଼ା, ପୋଢ଼ଟିକ୍ରା, ମହିମାନଗର ଭଳି ଅନେକ ସାହି ରହିଛି। ଗ୍ରାମର ଲୋକସଂଖ୍ୟା ୬ହଜାର ଟପିବ। ଏଠାରେ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ରହିଛି। ସେହିପରି ବିଭିନ୍ନ ସାହିରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଥିବାବେଳେ ଏକ ସ୍ବାସ୍ଥ୍ୟ ଉପକେନ୍ଦ୍ର ମଧ୍ୟ ଅଛି। କିନ୍ତୁ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ଏକ ନିତିଦିନିଆଁ ଘଟଣାରେ ପରିଣତ ହୋଇଛି। ଗ୍ରାମରେ କୂଅ, ନଳକୂଅ ସମେତ ବିିଭିନ୍ନ ଜଳାଶୟ ରହିଛି। ମାତ୍ର କେଉଁ ନଳକୂଅରୁ ପାଣି ବାହାରୁନି ତ ଆଉ କେଉଁଥିରେ ବ୍ୟବହାର ଉପଯୋଗୀ ପାଣି ବାହାରୁ ନାହିଁ। ସେହିପରି ଗ୍ରୀଷ୍ମଦିନରେ କୂଅ, ଜଳାଶୟ ଜଳସ୍ତର ହ୍ରାସ ପାଇବା ସହିତ ଅନେକ ଦିନ ଶୁଖିଲା ପଡ଼ି ଯାଉଛି।
ଏହି ଦୃଷ୍ଟିରେ ଧାଙ୍ଗେର ଗ୍ରାମରେ ପାନୀୟଜଳ ସମସ୍ୟା ଗ୍ରାମର ଏକ ପ୍ରମୁଖ ସମସ୍ୟା ଭାବେ ବର୍ଷବର୍ଷ ଧରି ରହି ଆସିଛି। ତେବେ ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ଗତ ୨୦୧୭ରେ ଉକ୍ତ ଗ୍ରାମରେ ପାନୀୟଜଳ ପ୍ରକଳ୍ପ କରାଯାଇଥିଲା। ଜୀରାନଦୀରୁ ପାଇପ୍‌ ମାଧ୍ୟମରେ ପାନୀୟଜଳ ଯୋଗାଣ ପାଇଁ ଗ୍ରାମରେ ଓଭରହେଡ୍‌ ଟ୍ୟାଙ୍କ ମଧ୍ୟ ନିର୍ମିତ କରାଗଲା। ସେହିପରି ବିଭିନ୍ନ ପଡ଼ାରେ ଷ୍ଟାଣ୍ଡପୋଷ୍ଟ ଗୁଡ଼ିକ ସ୍ଥାପନ କରାଗଲା। ୨୦୧୭ ଜୁଲାଇ ୧ରେ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଗଲା। କିନ୍ତୁ କାର୍ଯ୍ୟକ୍ଷମ ହେବାର ୧୦/୧୫ଦିନ ପରେ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲା। ବିଭିନ୍ନ ସ୍ଥାନରେ ପାଇପ୍‌ ଫାଟି ଯିବାରୁ ପାନୀୟଜଳ ଯୋଗାଣ ବ୍ୟାହତ ହୋଇଥିଲା। ମରାମତି ପରେ ପ୍ରକଳ୍ପ ପୁଣି ଚାଲିଲା। କିନ୍ତୁ ଅଳ୍ପ କିଛିଦିନ ଚାଲିବା ପରେ ପୁଣି ସମାନ ସମସ୍ୟା ଦେଖାଗଲା। ତେବେ ଥରେ କି ୨ଥର ନୁହେଁ, ବାରମ୍ବାର ଏଭଳି ଅଚଳ ହେଉଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ତା’ର ସ୍ଥାୟୀ ସମାଧାନ କରିବାରେ ସକ୍ଷମ ହୋଇନାହାନ୍ତି। ଅନ୍ୟପଟେ ମରାମତି ନାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଉକ୍ତ ପ୍ରକଳ୍ପରୁ ପାନୀୟଜଳ ପାଇବା ପାଇଁ ଗ୍ରାମବାସୀ ଯେଉଁ ଆଶା ରଖିଥିଲେ, ତାହା ଧୂଳିସାତ୍‌ ହୋଇଯାଉଛି।

‘କାମଚଳା ମରାମତି ଦୀର୍ଘସ୍ଥାୟୀ ନୁହେଁ’
ଲୋକ ଦେଖାଣିଆଁ କାମଚଳା ମରାମତି କରାଯାଉଛି। ମରାମତି ନାଁରେ ବାରମ୍ବାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ମରାମତିରେ କେବଳ ୨୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇ ସାରିଥିବ। ରାଜକୋଷ ଖାଲି ହେଉଛି। କିନ୍ତୁ ମରାମତିର ଅଳ୍ପଦିନ ପରେ ପୁଣି ପ୍ରକଳ୍ପ ଅଚଳ ହୋଇପଡ଼ୁଛି। ପ୍ରକୃତ ତ୍ରୁଟି ନିରୀକ୍ଷଣ କରି ଏହାର ସ୍ଥାୟୀ ସମାଧାନ ଦରକାର। -ରାମ ନାରାୟଣ ଭୋଇ, ଗ୍ରାମବାସୀ

‘ପ୍ରକଳ୍ପରୁ ୧୦୦ଦିନ ବି ପାଣି ମିଳିନି’
ଆମ ଗ୍ରାମରେ ଏହି ପ୍ରକଳ୍ପ ହେବା ଦ୍ୱାରା ଦୀର୍ଘଦିନର ପାନୀୟଜଳ ସମସ୍ୟା ଦୂରୀଭୂତ ହେବ ବୋଲି ଆଶା ରଖିଥିଲୁ। କିନ୍ତୁ ପ୍ରକଳ୍ପଟି ବାରମ୍ବାର ଅକାମୀ ହୋଇ ପଡ଼ୁଥିବା ଯୋଗୁ ଗ୍ରାମରେ ସବୁଦିନ ପାନୀୟଜଳ ସମସ୍ୟା ଲାଗି ରହିଛି। ୭ବର୍ଷତଳୁ ପ୍ରକଳ୍ପ ନିର୍ମାଣ ହୋଇଥିବାବେଳେ ଏପର୍ଯ୍ୟନ୍ତ ଗ୍ରାମବାସୀ ସେଥିରୁ ୧୦୦ଦିନ ପାଣି ପାଇ ନାହାନ୍ତି।

-ଲଲିତ ଦାଶ, ଗ୍ରାମବାସୀ

‘ଗ୍ରୀଷ୍ମ ପୂର୍ବରୁ ସ୍ଥାୟୀ ମରାମତି ହେଉ’
ପାନୀୟଜଳ ପ୍ରକଳ୍ପ ଯେଭଳି ବାରମ୍ବାର ଅଚଳ ହେଉଛି। ତାର ସ୍ଥାୟୀ ସମାଧାନ ପାଇଁ ଆମେ ବିଭାଗୀୟ କର୍ତ୍ତୃପକ୍ଷଙ୍କଠାରେ ଦାବି କରି ଆସୁଛୁ। କିନ୍ତୁ ଏପର୍ଯ୍ୟନ୍ତ ତାହା ହୋଇପାରି ନାହିଁ। ଏବେ ଦୀର୍ଘମାସ ଧରି ଉକ୍ତ ପ୍ରକଳ୍ପ ଅଚଳ ହୋଇ ପଡ଼ିରହିଛି। ମରାମତି ପାଇଁ ସୁଦ୍ଧା ବିଭାଗୀୟ କର୍ମଚାରୀ ପହଞ୍ଚି ନାହାନ୍ତି। ଗ୍ରୀଷ୍ମଋତୁ ଆସିବା ପୂର୍ବରୁ ଏହାର ମରାମତି କରାଯାଉ।

-ପ୍ରତାପ କର, ଗ୍ରାମବାସୀ

 


Enter your email to get our daily news in your inbox.

All Right Reserved By Dharitri.Com

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri