ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା

ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ(ଆରଡବ୍ଲ୍ୟୁଏସ୍‌ଏସ୍‌) ପକ୍ଷରୁ ବହୁ ପ୍ରକଳ୍ପ କରାଯାଇଛି। ହେଲେ ଅନେକ ସମୟରେ ଏସବୁ ଅକାମୀ ହୋଇପଡୁଛି। ଫଳରେ ଲୋକେ ସବୁ ସମୟରେ ଜଳ କଷ୍ଟରେ ରହୁଛନ୍ତି। ତେଣୁ ଚୂଆ ଏବଂ ନାଳରୁ ପାଣି ସଂଗ୍ରହ କରି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଫୁଲବାଣୀ ବ୍ଲକ ଗୁମାଗଡ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପାଣି ପାଇଁ ଏହି ପଞ୍ଚାୟତର ଦୂବଘାଟି ଏବଂ ଟେଙ୍ଗେରୀ ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି।
ଆରଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପକ୍ଷରୁ ଦୂବଘାଟି ଓ ଟେଙ୍ଗେରୀ ଗ୍ରାମରେ ସୋଲାର ପାନୀୟ ଜଳ ପ୍ରକଳ୍ପ ହୋଇଥିଲା। ସେଠାରୁ ଲୋକେ ପାଣି ନେଉଥିଲେ। ଦୁବଘାଟି ଗ୍ରାମର ଉପର ସାହିରେ ବର୍ଷେ ହେବ ଏହି ପ୍ରକଳ୍ପ ହୋଇଥିଲା। ୩/୪ ମାସ ଲୋକେ ପାଣି ପାଇଲେ। ଏହାପରେ ପ୍ରକଳ୍ପ ଖରାପ ହୋଇଗଲା। ପାଖାପାଖି ୯ ମାସ ହେବ ଏହା ଅଚଳ ପଡିଛି। ସେହିପରି ଟେଙ୍ଗେରି ଗ୍ରାମରେ ୨ ବର୍ଷ ହେବ ପ୍ରକଳ୍ପ କରାଯାଇ ପାଣି ଦିଆଯାଉଥିଲା। ତେବେ ଗତ ୬ ମାସ ହେଲା ସୋଲାର ଠିକ ଭାବେ କାମ କରୁ ନ ଥିବାରୁ ପାଣି ଉଠି ପାରୁନି। ଅଳ୍ପ ପରିମାଣର ପାଣି ସେଠାରେ ମିଳୁଛି। ଲୋକେ ପାଣି ପାଇଁ ବହୁ ହଇରାଣ ହେଉଛନ୍ତି। ଅନ୍ୟପକ୍ଷରେ ଦୁବଘାଟି ଗ୍ରାମରେ ଥିବା ନଳକୂପ ଅଚଳ। ପ୍ରତି ଦୁଇ ଘଣ୍ଟାରେ ଥରେ ଅଳ୍ପ ସମୟ ପାଇଁ ପାଣି ବାହାରୁଛି। ତାହା ପୁଣି ଗୋଳିଆ। କିଛି ଦିନ ତଳେ ଏହାର ମରାମତି କରାଯାଇଛି। ଗ୍ରାମବାସୀ କହିଛନ୍ତି ପ୍ରଥମେ ପ୍ରକଳ୍ପ ଯୋଗେ ପାଣି ମିଳିବାରୁ ବହୁତ ଖୁସି ହୋଇଥିଲୁ। କିଛି ଦିନ ପରେ ଏହା ଅଚଳ ହୋଇଗଲା। ପୂର୍ବ ପରି ପୁଣି ଏବେ ଚୂଆ ଏବଂ ନାଳ ପାଣି ବ୍ୟବହାର କରୁଛୁ। ଏଥିପାଇଁ ଅନେକ ସମୟରେ ରୋଗରେ ପଡୁଛୁ। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ଦୁବଘାଟି ଗ୍ରାମର ଚିତ୍ତରଞ୍ଜନ କହଁର, ମୃତ୍ୟୁଞ୍ଜୟ କହଁର, ବିଜୟ କହଁର, ବିଦ୍ୟାଧର କହଁର, ଟେଙ୍ଗେରି ଗ୍ରାମର ପ୍ରଦୀପ କହଁର, ଚକ୍ରଧର କହଁର ପ୍ରମୁଖ ପ୍ରକାଶ କରିଛନ୍ତି। ଗୁମାଗଡ ସରପଞ୍ଚ ପ୍ରତାପ ଚନ୍ଦ୍ର କହଁର କହିଛନ୍ତି, ପାନୀୟ ଜଳ ସମସ୍ୟା ଏହି ଦୁଇଟି ଗାଁରେ ପ୍ରକଳ୍ପ ଅଚଳ ଯୋଗୁ ହୋଇଛି। ସୋଲାର ସଜାଡିବାକୁ ବାରମ୍ବାର ଫୋନ ଯୋଗେ ଡାକିଲେ ଦିନ ଗଡ଼ାଇ ଚାଲୁଛନ୍ତି। ନଳକୂପ କିଛି ଦିନ ହେବ ମରାମତି ହୋଇଛି। ସେଥିରୁ ଆବଶ୍ୟକ ଅନୁଯାୟୀ ପାଣି ମିଳୁନାହିଁା ତୁରନ୍ତ ଅଚଳ ପ୍ରକଳ୍ପ ମରାମତି ହେଲେ ଲୋକେ ପାଣି ପାଇ ପାରିବେ ବୋଲି ସରପଞ୍ଚ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କୁନାମୀ ହେମ୍ବ୍ରମଙ୍କୁ ପଚାରିବାରୁ ଘଟଣା ବିଷୟରେ ସେ ଜାଣି ନ ଥିବା କହିଥିଲେ। ସମସ୍ୟା ସମାଧାନ କରାଯାଇ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ଯନ୍ତ୍ରୀ ହେମ୍ରମ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri