Posted inଜାତୀୟ

ସିନ୍ଧିଆ-ରାହୁଲଙ୍କ ଭେଟଘାଟକୁ ନେଇ ବଢିଲା ଚର୍ଚ୍ଚା, ଆଗକୁ ହେବ…

ନୂଆଦିଲ୍ଲୀ,୨୭।୧୧: ମଙ୍ଗଳବାର ସଂସଦରେ ସମ୍ବିଧାନ ଦିବସ ସମାରୋହ ଆୟୋଜନ କରାଯାଇଥିଲା। ତେବେ ସେଣ୍ଟ୍ରାଲ ହଲ୍‌ରେ ଏହି କାର୍ଯ୍ୟକ୍ରମରେ କିଛି ଅଜବ ଘଟଣା ଦେଖିବାକୁ ମିଳିଥିଲା। ଯେତେବେଳେ ଦୁଇ ପୁରୁଣା ବନ୍ଧୁ ଏକାଠି ନଜର ଆସିଥିଲେ। ଏହି ସମୟରେ ଯିଏ କିଏ ବି ଏହି ଘଟଣା ଦେଖିଥିଲେ ସେ ତାଜୁବ ହୋଇଯାଇଥିଲେ। ଦୁଇ ବନ୍ଧୁ ଦୀର୍ଘ ଦିନ ପରେ ଏକାଠି କଥାବାର୍ତ୍ତ ହେଉଥିବାର ଦେଖିବାକୁ ମିଳିଥିଲା। ଏହି ଦୁଇବନ୍ଧୁ ହେଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ।

ଦୁଇବନ୍ଧୁ ଏକାଠି ଦେଖାହେବା ପରେ ହାତ ମିଳାଇଥିଲେ। ଏହି ଦୃଶ୍ୟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ରାହୁଲ ଓ ସିନ୍ଧିଆଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ପ୍ରଥମେ ସିନ୍ଦିଆ ରାହୁଲଙ୍କୁ ଅଭିବାଦନ ଜଣାଇଥିଲେ। ଏହାପରେ ରାହୁଲ ତାଙ୍କୁ ଖୁସିରେ ହାତ ମିଳାଇଥିଲେ। ତେବେ ଦୁଇ ନେତାଙ୍କ ମଧ୍ୟରେ କୌଣସି ବାର୍ତ୍ତାଳାପ ହୋଇନଥିଲା। ଏହି ସମୟରେ କଂଗ୍ରେସ ସଭାପତି ଖାର୍ଗେ ମଧ୍ୟ ଉପସ୍ଥିତ ଥିଲେ।

ତେବେ ଏହି ଭେଟକୁ ନେଇ ଭାଜପା ଓ କଂଗ୍ରେସ ଏମପିଙ୍କ ମଧ୍ୟରେ ବହୁ ଚର୍ଚ୍ଚା ହୋଇଥିଲା। ୪ବର୍ଷ ପରେ ଦୁଇବନ୍ଧୁଙ୍କ ଭେଟ ହଠାତ୍‌ ଜାତୀୟ ରାଜନୀତିର ଏକ ବଡ଼ ପ୍ରସଙ୍ଗ ପାଲଟିଛି। ସେଣ୍ଟ୍ରାଲ ହଲରେ ଦୁହେଁ ଏକାଠି ହେବା ମାତ୍ରେ ଅନ୍ୟ କଂଗ୍ରେସ ନେତାମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଦୀର୍ଘ ଦିନ ଧରି କଂଗ୍ରେସରେ ଥିବା ସିନ୍ଧିଆଙ୍କୁ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଭାବରେ ବିବେଚନା କରାଯାଉଥିଲା। ମାର୍ଚ୍ଚ ୨୦୨୦ରେ କଂଗ୍ରେସରେ ସିନ୍ଧିଆ ବିଦ୍ରୋହ କରି ଦଳ ଛାଡିଥିଲେ। ଏହାପରେ ପ୍ରଥମ ଥର ପାଇଁ ଦୁଇ ନେତା ଗତକାଲି ସଂସଦରେ ମୁହାଁମୁହିଁ ହୋଇଛନ୍ତି। ୨୦୨୦ରେ ସିନ୍ଧିଆ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ଏହା ପରେ କମଲ ନାଥଙ୍କ ସରକାର ମଧ୍ୟପ୍ରଦେଶରେ ଗଠନ ହୋଇଥିଲା। ସେବେଠାରୁ ଉଭୟ ନେତା ପରସ୍ପରକୁ ଟାର୍ଗେଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri