Posted inଜାତୀୟ

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା ଏୟାରକୁ ଧମକ ମିଳିିଛି। ଏହାପରେ ବିମାନର ଜରୁରୀ ଅବତରଣ କରାଇ ଯାଞ୍ଚ ପରେ ଏହା ନକଲି ଫୋନ କଲ ବୋଲି ଜଣାପଡ଼ୁଛି। କିନ୍ତୁ ଗୋଟିଏ ଗୋଟିଏ ଏହି ଫେକ କଲ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କା କ୍ଷତି ପହଞ୍ଚାଉଛି। ରିପୋର୍ଟ ଅନୁସାରେ, ଗୋଟିଏ ମିଛ ବୋମା ଧମକରେ ବିମାନ କମ୍ପାନୀଙ୍କୁ ତିନି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

ଜଣେ ବରିଷ୍ଠ ପାଇଲଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋଇଙ୍ଗ ୭୭୭ ବିମାନର ସର୍ବାଧିକ ଲୋଡ଼ିଂ ଓଜନ ୨୫୦ ଟନ ହେବ। କିନ୍ତୁ ଉଡ଼ାଣ ସମୟରେ ଯାତ୍ରୀଙ୍କ ସାମଗ୍ରୀ ଏବଂ କାର୍ଗୋ ସହ ଓଜନ ୩୪୦-୩୫୦ ଟନ ହୋଇଯାଏ। ଦୁଇ ଘଣ୍ଟା ମଧ୍ୟରେ ବିମାନର ଲ୍ୟାଣ୍ଡିଂ କରାଇବାର ଅର୍ଥ ପାଖାପାଖି ୧୦୦ ଟନ ଇନ୍ଧନ ଶେଷ ହେବା। ଏହା ବାଦ୍‌ ବିମାନର ଲୋଡିଂ ଓଜନ ଇନ୍ଧନ ଖର୍ଚ୍ଚ ଉପରେ ନିର୍ଭର କରେ।

ଏହା ଦ୍ୱାରା ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ବାଦ ଜରୁରୀ ଅବତରଣ କରିବା କାରଣରୁ ବିମାନକୁ ଅନ୍ୟ ଅନ୍ୟାନ୍ୟ ଖର୍ଚ୍ଚ ଭରିବାକୁ ପଡ଼ିଥାଏ। ବିମାନ କମ୍ପାନୀକୁ ଏଥିପାଇଁ ଯେଉଁ ଜରୁରୀ ଅବତରଣ କରାଯାଇଥିବା ବିମାନବନ୍ଦରକୁ ପାର୍କିଂ ଶୁଳ୍କ ସାଙ୍ଗକୁ ଯାତ୍ରୀ ଏବଂ ପାଇଲଟ, କ୍ରୁ ସଦସ୍ୟଙ୍କ ହୋଟେଲ ରହଣୀ ଖର୍ଚ୍ଚ, ସେମାନଙ୍କ ଖାଦ୍ୟପେୟ ଖର୍ଚ୍ଚ ଆଦି ଭରିବାକୁ ପଡ଼େ। ଯଦି ଯାତ୍ରୀଙ୍କୁ ଅନ୍ୟ କୌଣସି ବିମାନରେ ଯିବାକୁ ଥାଏ, ତେବେ ତାଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଏ।

ଏହା ଦ୍ୱାରା କମ୍ପାନୀକୁ ପାଖାପାଖି ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ସହିବାକୁ ପଡ଼େ ବୋଲି ଜଣେ ବରିଷ୍ଠ ପାଇଲଟ କହିଛନ୍ତି। ଗତ କିଛି ଦିନ ହେବ ଭାରତର ମୋଟ ୪୦ଟି ବିମାନକୁ ବୋମା ଧମକ ମିଳିବା ଦ୍ୱାରା ଜରୁରୀ ଅବତରଣ କରାଯାଇଥିବାରୁ ବିମାନ କମ୍ପାନୀଙ୍କୁ ୬୦-୮୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭ ବିମାନ ନ୍ୟୁୟର୍କ ଯାଉ ଥିବାବେଳେ ବୋମା ଧମକ ମିଳିଥିଲା। ଫଳରେ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏତବେଳକୁ ବିମାନ ଦୁଇ ଘଣ୍ଟାର ଉଡ଼ାଣ ଭରି ସାରିଥିଲା। କିନ୍ତୁ ଏକ୍ସ ପୋଷ୍ଟ ଯୋଗେ ବୋମା ଧମକ ମିଳିବାରୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri