Posted inଜାତୀୟ

ଗୋଟିଏ ବୋମା ଧମକରେ କ୍ଷତି ହେଉଛି ୩କୋଟି, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୯।୧୦: କିଛି ଦିନ ହେବ ଲଗାତାର ଭାବେ ଭାରତର ବିମାନଗୁଡ଼ିକୁ ବୋମା ଧମକ ମିଳୁଛି। ଶନିବାର ତିନୋଟି ଇଣ୍ଡିଗୋ ଏୟାରଲାଇନ୍ସ ଏବଂ କିଛି ବିମାନ ଆକାସା ଏୟାରକୁ ଧମକ ମିଳିିଛି। ଏହାପରେ ବିମାନର ଜରୁରୀ ଅବତରଣ କରାଇ ଯାଞ୍ଚ ପରେ ଏହା ନକଲି ଫୋନ କଲ ବୋଲି ଜଣାପଡ଼ୁଛି। କିନ୍ତୁ ଗୋଟିଏ ଗୋଟିଏ ଏହି ଫେକ କଲ ବିମାନ କମ୍ପାନୀଙ୍କୁ କୋଟି କୋଟି ଟଙ୍କା କ୍ଷତି ପହଞ୍ଚାଉଛି। ରିପୋର୍ଟ ଅନୁସାରେ, ଗୋଟିଏ ମିଛ ବୋମା ଧମକରେ ବିମାନ କମ୍ପାନୀଙ୍କୁ ତିନି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି।

ଜଣେ ବରିଷ୍ଠ ପାଇଲଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବୋଇଙ୍ଗ ୭୭୭ ବିମାନର ସର୍ବାଧିକ ଲୋଡ଼ିଂ ଓଜନ ୨୫୦ ଟନ ହେବ। କିନ୍ତୁ ଉଡ଼ାଣ ସମୟରେ ଯାତ୍ରୀଙ୍କ ସାମଗ୍ରୀ ଏବଂ କାର୍ଗୋ ସହ ଓଜନ ୩୪୦-୩୫୦ ଟନ ହୋଇଯାଏ। ଦୁଇ ଘଣ୍ଟା ମଧ୍ୟରେ ବିମାନର ଲ୍ୟାଣ୍ଡିଂ କରାଇବାର ଅର୍ଥ ପାଖାପାଖି ୧୦୦ ଟନ ଇନ୍ଧନ ଶେଷ ହେବା। ଏହା ବାଦ୍‌ ବିମାନର ଲୋଡିଂ ଓଜନ ଇନ୍ଧନ ଖର୍ଚ୍ଚ ଉପରେ ନିର୍ଭର କରେ।

ଏହା ଦ୍ୱାରା ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ବାଦ ଜରୁରୀ ଅବତରଣ କରିବା କାରଣରୁ ବିମାନକୁ ଅନ୍ୟ ଅନ୍ୟାନ୍ୟ ଖର୍ଚ୍ଚ ଭରିବାକୁ ପଡ଼ିଥାଏ। ବିମାନ କମ୍ପାନୀକୁ ଏଥିପାଇଁ ଯେଉଁ ଜରୁରୀ ଅବତରଣ କରାଯାଇଥିବା ବିମାନବନ୍ଦରକୁ ପାର୍କିଂ ଶୁଳ୍କ ସାଙ୍ଗକୁ ଯାତ୍ରୀ ଏବଂ ପାଇଲଟ, କ୍ରୁ ସଦସ୍ୟଙ୍କ ହୋଟେଲ ରହଣୀ ଖର୍ଚ୍ଚ, ସେମାନଙ୍କ ଖାଦ୍ୟପେୟ ଖର୍ଚ୍ଚ ଆଦି ଭରିବାକୁ ପଡ଼େ। ଯଦି ଯାତ୍ରୀଙ୍କୁ ଅନ୍ୟ କୌଣସି ବିମାନରେ ଯିବାକୁ ଥାଏ, ତେବେ ତାଙ୍କୁ କ୍ଷତିପୂରଣ ମଧ୍ୟ ଦିଆଯାଏ।

ଏହା ଦ୍ୱାରା କମ୍ପାନୀକୁ ପାଖାପାଖି ୩ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ସହିବାକୁ ପଡ଼େ ବୋଲି ଜଣେ ବରିଷ୍ଠ ପାଇଲଟ କହିଛନ୍ତି। ଗତ କିଛି ଦିନ ହେବ ଭାରତର ମୋଟ ୪୦ଟି ବିମାନକୁ ବୋମା ଧମକ ମିଳିବା ଦ୍ୱାରା ଜରୁରୀ ଅବତରଣ କରାଯାଇଥିବାରୁ ବିମାନ କମ୍ପାନୀଙ୍କୁ ୬୦-୮୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିଛି।

ପ୍ରକାଶ ଥାଉକି, କିଛି ଦିନ ପୂର୍ବରୁ ଏୟାର ଇଣ୍ଡିଆର ବୋଇଙ୍ଗ ୭୭୭ ବିମାନ ନ୍ୟୁୟର୍କ ଯାଉ ଥିବାବେଳେ ବୋମା ଧମକ ମିଳିଥିଲା। ଫଳରେ ବିମାନକୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା। ଏତବେଳକୁ ବିମାନ ଦୁଇ ଘଣ୍ଟାର ଉଡ଼ାଣ ଭରି ସାରିଥିଲା। କିନ୍ତୁ ଏକ୍ସ ପୋଷ୍ଟ ଯୋଗେ ବୋମା ଧମକ ମିଳିବାରୁ ଦିଲ୍ଲୀ ବିମାନବନ୍ଦରରେ ଜରୁରୀ ଅବତରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବିଲେଇ ରଖିବାକୁ ନେଇ ଘରେ ହେଉଥିଲା ଯୁକ୍ତିତର୍କ, ଜିଦିରେ ଜୀବନ ହାରିଦେଲେ ଡାକ୍ତର

ନୂଆଦିଲ୍ଲୀ,୨୩।୩: ହାଇଦ୍ରାବାଦର ଆଲୱାଲ ଅଞ୍ଚଳରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ୨୩ ବର୍ଷୀୟା ଏମବିବିଏସ ଡାକ୍ତର ବିଲେଇ ପାଇଁ ଆତ୍ମହତ୍ୟା କରିଛନ୍ତି ।…

ଉତ୍କଟ ହେବାକୁ ଯାଉଛି ଗ୍ୟାସ ସଙ୍କଟ, ୧୪.୨ କିଲୋଗ୍ରାମ ସିଲିଣ୍ଡରରେ ଆଗକୁ ମିଳିବ ମାତ୍ର ଏତିକି କିଲୋ ଗ୍ୟାସ! ପ୍ରସ୍ତୁତ ହେଲାଣି ‘ପ୍ଲାନ ବି’

ନୂଆଦିଲ୍ଲୀ,୨୩।୩: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ହେତୁ ହର୍ମୁଜ ପ୍ରଣାଳୀ ଅବରୋଧ ହେବା ଯୋଗୁ ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ଗୁରୁତର ଭାବରେ ବାଧାପ୍ରାପ୍ତ…

ଭାଜପାରେ ଯୋଗଦେବେ କି ରାଘବ ଚଢା: ସବୁ ଖୋଲି କହିଦେଲେ ସଂଜୟ ସିଂହ

ନୂଆଦିଲ୍ଲୀ,୨୩।୩: ଆମ ଆଦମୀ ପାର୍ଟି (ଆପ)ର ଏମ୍‌ପି ରାଘବ ଚଢା ଦଳ ଛାଡ଼ିବେ ବୋଲି ଜୋରସୋରରେ ଚର୍ଚ୍ଚା ଛାଲିଛି। ଦଳୀୟ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ଦୀର୍ଘ ଅନୁପସ୍ଥିତି, ମଦ…

ମାମୁ ଘର ଆଗରେ ଖେଳୁଥିଲେ ଭୁଷୁଡ଼ିଲା  କାନ୍ଥ:  ଆଖିବୁଜିଲା  କୁନି ଝିଅ, ମା’ ବଡ଼ ଝିଅ…

ତିହିଡି଼,୨୩।୩(ସଞ୍ଜିତ ବଳ): ତିହିଡି଼ ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧୀନ କାଶୀପୁର ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଅଘଟଣ ଘଟିଛି l ଗ୍ରାମର ନାରାୟଣ ବେହେରା…

ଗାଁରେ ପଶି ତାଣ୍ଡବ ରଚିଲା ଦନ୍ତା, ଭାଙ୍ଗିଲା ବାଇକ୍‌-ସାଇକେଲ୍‌

ବୌଦ୍ଧ,୨୩।୩: ବୌଦ୍ଧ ଜିଲା ବୌଦ୍ଧ ବନଖଣ୍ଡ ସୁବଳୟା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ଏନେଇ ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ମିଳିଥିବା ସୂଚନା ମୁତାବକ, ରବିବାର ବିଳମ୍ୱିତ ରାତିରେ…

ବିବାଦୀୟ ସ୍ଥାନରେ ବାସନ୍ତୀ ପୂଜା ବନ୍ଦ:୧୬୩ ଧାରା ଜାରିକଲେ ପ୍ରଶାସନ,ଅଶାନ୍ତ ହେଉଛି…             

ଭୋଗରାଇ, ୩।୪ ( ପ୍ରଦୀପ ଦାସ ): ରାତି ପାହିଲେ ମଧୁ ପାର୍ବଣ । ମା ବାସନ୍ତୀ ଦେବୀଙ୍କ ଷଷ୍ଠୀ  ପୂଜା । ସବୁଠି ମାଙ୍କ ଆରାଧନା…

 ପଡୋଶୀ ଘର ଅଳିଆ ଗଦାରୁ ବ୍ୟାପିଲା ନିଆଁ: ଜଳିଗଲା….

ପରଜଙ୍ଗ,୨୩।୩ ( ନିଗମାନନ୍ଦ ଦଳବେହେରା): ଢ଼େଙ୍କାନାଳ ଜିଲା  ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ପଡିିଆଭଙ୍ଗା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗ୍ରାମର ରମେଶ ଜେନାଙ୍କ  ଦୁଇ…

ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ,୨୩।୩ (ରାକେଶ କୁମାର ରାଉତ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri