ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ନୂଆବର୍ଷ ପାଇଁ ଯେଉଁ କ୍ୟାଲେଣ୍ଡର ଛପାଯାଇଛି ସେଥିରେ ଏହି ତ୍ରୁଟି ପରିଲକ୍ଷିତ ହୋଇଛି। ଟେବୁଲ କ୍ୟାଲେଣ୍ଡର, ୱାଲ କ୍ୟାଲେଣ୍ଡର ଓ ଡାଏରୀରେ ସମାନ ଚିତ୍ର ଦେଖାଯାଇଛି। ପଟ୍ଟଚିତ୍ରରେ ଅଙ୍କା ଯାଇଥିବା ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟର ଫଟୋରେ ମଧ୍ୟ ତ୍ରୁଟି ଦେଖାଯାଇଛି। ପ୍ରଥମେ ଦେବୀ ସୁଭଦ୍ରା, ପରେ ଶ୍ରୀଜଗନ୍ନାଥ ଓ ଶେଷରେ ଶ୍ରୀବଳଭଦ୍ରଙ୍କ ରଥଟଣା ଚିତ୍ର ରହିଛି। ଏହାକୁ ତୁରନ୍ତ ହଟାଇବାକୁ ଦାବି ହୋଇଛି।

 

Dharitri – Odisha’s No.1 Odia Daily