ବାସ୍ତୁରେ ଶୋଇବାକୁ ନେଇ ରହିଛି ନିୟମ, ଜାଣିଲେ ଶରୀର ସହ ନିଦ୍ରା ଉପରେ ପଡ଼ିବନି କୁପ୍ରଭାବ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବାକୁ ହୁଏ। ନଚେତ୍‌ ଏହାର କୁପ୍ରଭାବ ଆମର ଶରୀର ଓ ମନ ସହିତ ନିଦ୍ରା ଉପରେ ପଡ଼ିଥାଏ ବୋଲି କୁହାଯାଏ। ସେଥିପାଇଁ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି, ଦକ୍ଷିଣ ଦିଗକୁ ମୁଣ୍ଡକରି ଶୋଇବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହାଦ୍ୱାରା ସୁଖ ସମୃଦ୍ଧି ବଢିଥାଏ। ସେହିପରି ପୂର୍ବ ଦିଗକୁ ମୁଣ୍ଡକରି ଶୋଇଲେ ସ୍ବାସ୍ଥ୍ୟ ଭଲ ରହିଥାଏ। ଆବଶ୍ୟକ ପଡିଲେ ପଶ୍ଚିମ ଦିଗକୁ ମୁଣ୍ଡକରି ଶୋଇହେବ, କିନ୍ତୁ କେବେ ବି ଉତ୍ତର ଦିଗକୁ ମୁଣ୍ଡକରି ଶୋଇବା ଠିକ୍‌ ନୁହେଁ। ଏହାଦ୍ୱାରା ଶରୀର ରୋଗଗ୍ରସ୍ତ ହେବା ସହ ଧନହାନି ହେବାର ସମ୍ଭାବନା ରହିଥାଏ ବୋଲି ମାନ୍ୟତା ରହିଛି। ସେହିପରି ଶୋଇଲାବେଳେ ମୁଣ୍ଡ ପାଖରେ ଖବରକାଗଜ, ବହି, ପତ୍ରପତ୍ରିକା, ମୋବାଇଲ୍‌ ଫୋନ୍‌, ଲାପ୍‌ଟପ୍‌, ଘଣ୍ଟା ଆଦି ରଖିବା ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ମନରେ ଉତ୍ତେଜନା ସୃଷ୍ଟି ହେବା ସହିତ ମସ୍ତିଷ୍କ ଉପରେ କୁପ୍ରଭାବ ପଡ଼ିଥାଏ। ଅନ୍ୟପକ୍ଷେ ଶୋଇବା ସମୟରେ ଶେଯ ପାଖରେ କେବେ ବି ହେମଦସ୍ତା କିମ୍ବା କୌଣସି ପ୍ରକାରର କୁଟାକୁଟି ଜିନିଷ ରଖିବା ଠିକ୍‌ ନୁହେଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥାଏ ବୋଲି ବିଶ୍ୱାସ ରହିଛି। ସେହିପରି ଶେଯ ସାମ୍ନାରେ ଭୁଲ୍‌ରେ କେବେ ବି ଦର୍ପଣ ରଖିବେ ନାହିଁ। କାରଣ ଶୋଇବା ସମୟର ଛବି ଦର୍ପଣରେ ପ୍ରତିଫଳିତ ହେଲେ ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟୋପକାରୀ ପାଣିସିଙ୍ଗଡ଼ା-ପଦ୍ମନାଡ଼

ଜଳ ଓ ସ୍ଥଳଭାଗରେ ଯେତେପ୍ରକାର ଉଦ୍ଭିଦ, ଲତା, ଗୁଳ୍ମ, ଆଦି ରହିଛି; ସେଗୁଡ଼ିକର ଚେର, ମୂଳ, ଛାଲି, ଡାଳ, ପତ୍ର, ଫୁଲ ଓ ଫଳ ପ୍ରତ୍ୟେକ...

ସୌର ଝଡ଼

”ସୌର ଝଡ଼ ସାଧାରଣତଃ ସୌର କଳଙ୍କ ସହ ସଂଶ୍ଳିଷ୍ଟ ଥାଏ। ସୌର କଳଙ୍କ ହେଉଛି ସୂର୍ଯ୍ୟପୃଷ୍ଠର କଳା ଅଂଶ ଏବଂ ଏଥିରେ ଦ୍ରୁତ ଚୁମ୍ବକୀୟ କ୍ଷେତ୍ର...

ସ୍ବପ୍ନରେ ମୟୂର ଦେଖୁଛନ୍ତି କି? ଜାଣନ୍ତୁ କ’ଣ ମିଳିଥାଏ ସୂଚନା…

ମୟୂର ଏତେ ସୁନ୍ଦର ପକ୍ଷୀ ଯେ, ଯେତେବେଳେ ବି ଏହାକୁ ଦେଖିବେ ଖୁସି ଅନୁଭବ କରିବେ। ଅନେକ ଲୋକ ନିଜ ଘରେ ମୟୂର ପୁଚ୍ଛ ରଖିଥାନ୍ତି।...

ଡାଇବେଟିସ୍‌ ଥିଲେ ପିଅନ୍ତୁ ଏହି ଗ୍ରୀନ୍‌ ଜୁସ୍‌, ନିୟନ୍ତ୍ରଣରେ ରହିବ ସୁଗାର ଲେବଲ୍‌

ଡାଇବେଟିସ୍‌ ଏକ ସାଂଘାତିକ ରୋଗ। ଯାହା ଉଭୟ ବଂଶାନୁଗତ ଏବଂ ଜୀବନଶୈଳୀ ଯୋଗୁ ହୋଇଥାଏ। ଯେତେବେଳେ ଜଣେ ବ୍ୟକ୍ତିଙ୍କର ଡାଇବେଟିସ୍‌ ଥାଏ, ଇନ୍‌ସୁଲିନ ଶରୀରରେ ଉତ୍ପାଦନ...

ଏସବୁ ରାଶିର ଝିଅଙ୍କ ନାକ ଅଗରେ ରାଗ, ଶାନ୍ତ କରିବା କାଠିକର ପାଠ

ଜୌତିଷଶାସ୍ତ୍ର ଅନୁସାରେ ପ୍ରତିଟି ରାଶିର ସ୍ବାମୀ ଗ୍ରହ ଅଛନ୍ତି। ଏହାର ପ୍ରଭାବ ବ୍ୟକ୍ତିର ଜୀବନରେ ଦେଖିବାକୁ ମିଳିଥାଏ। ମଙ୍ଗଳ ଗ୍ରହ ଥିବା ରାଶିର ଜାତକଧାରୀ ବହୁତ...

ହାତରେ ‘କଇଁଛ ମୁଦି’ ପିନ୍ଧିଛନ୍ତି କି? ଏସବୁ ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଅଶୁଭ; ଜାଣନ୍ତୁ…

ଆଜିକାଲି ଲୋକମାନେ ହାତରେ ରୂପାର କଇଁଛ ମୁଦି ପିନ୍ଧୁଥିବା ପ୍ରାୟ ଦେଖାଯାଉଛି। ଏହାକୁ ପିନ୍ଧିଲେ ଧନ ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି। ହେଲେ ଅନେକ...

Astrology: ଗୋଟିଏ ଗୋତ୍ରରେ କ’ଣ ପାଇଁ କରାଯାଏ ନାହିଁ ବିବାହ, ଜାଣନ୍ତୁ କାରଣ

ଆମ ଶାସ୍ତ୍ରରେ ଗୋତ୍ରର ବହୁତ ମହତ୍ତ୍ବ ରହିଛିି। ଖାସ୍‌ କରି ପୂଜାପାଠ ଏବଂ ବିବାହ ସମୟରେ ଗୋତ୍ର ବିଷୟରେ ଜାଣି ରଖିବା ନିହାତି ଜରୁରୀ। ହିନ୍ଦୁୁପ୍ରଥା...

ଭାରତୀୟଙ୍କ ଫୁସଫୁସକୁ ଅଧିକ ଦୁର୍ବଳ କରିଛି କରୋନା ମହାମାରୀ: ପ୍ରକାଶ ପାଇଲା ରିପୋର୍ଟ…

ନୂଆଦିଲ୍ଲୀ,୧୯।୨ : କରୋନା ମହାମାରୀ ଭାରତୀୟଙ୍କ ଫୁସଫୁସକୁ ବହୁତ ଦୁର୍ବଳ କରିଦେଇଛି। ଭେଲୋରର ଖ୍ରୀଷ୍ଟିଆନ ମେଡିକାଲ କଲେଜ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ରିପୋର୍ଟରୁ ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri