ମୁଖ୍ୟ ପଦବୀ ସମ୍ଭାଳୁଛନ୍ତି ଭାରପ୍ରାପ୍ତ

ଆଠମଲ୍ଲିକ, ୨୧ା୩ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଅନେକ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ମୁଖ୍ୟ ଅଧିକାରୀ। ଏଠାରେ ଦୀର୍ଘବର୍ଷ ହେଲା ଅନ୍ୟ ଅଧିକାରୀ ଭାରପ୍ରାପ୍ତ ଭାବେ ମୁଖ୍ୟ ଦାୟିତ୍ୱ ସମ୍ଭାଳୁଛନ୍ତି। ଉପଖଣ୍ଡ ପ୍ରତି ସରକାରଙ୍କ ଏପରି ଅବହେଳାରୁ ବାଦ୍‌ ପଡ଼ିନି ସ୍କୁଲ କି କଲେଜ। ଆଠମଲ୍ଲିକ କଲେଜରେ ଦୀର୍ଘ ୧୩ ବର୍ଷ ହେବ ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ଜଣେ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି।
ପ୍ରକାଶ ଯେ, ଆଠମଲ୍ଲିକ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ୩ ବର୍ଷରୁ ଅଧିକ ହେବ ଉପଖଣ୍ଡ ଚିକିତ୍ସା ଅଧିକାରୀ ପଦବୀ ଖାଲି ପଡିଛି। ନୂଆ ଅଧ୍ୟକ୍ଷ ନିଯୁକ୍ତି ଦିଆ ନ ଯାଇ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଏହି ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ଆଠମଲ୍ଲିକ ମହାବିଦ୍ୟାଳୟରେ ୨୦୧୦ ମସିହାରୁ ଅଧ୍ୟକ୍ଷ ପଦବୀ ଖାଲି ପଡିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ଜଣେ ଅଧ୍ୟାପକ ସମ୍ଭାଳି ଆସୁଛନ୍ତି। କଲେଜରେ କର୍ତ୍ତବ୍ୟରତ ଅଧ୍ୟାପକମାନଙ୍କ ଭିତରୁ ବରିଷ୍ଠତା ଭିତ୍ତିରେ ଜଣେ ଅଧ୍ୟାପକଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳୁଥିବା ବହୁ ବର୍ଷ ହେଲା ଦେଖାଯାଉଛି। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଦବୀରେ ୧୩ ବର୍ଷ ହେଲା କୌଣସି ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ନାହଁ। ଦୀର୍ଘବର୍ଷ ଧରି ଏହି ଦାୟିତ୍ୱ ଗ୍ରନ୍ଥାଗାରିକ ତୁଲାଇ ଆସୁଥିଲେ। ହେଲେ ବର୍ଷେ ତଳୁ ସେ ଅବସର ଗ୍ରହଣ କରିଥିବାରୁ ଉକ୍ତ ପଦବୀ ଖାଲି ପଡ଼ିଥିଲା। ହେଲେ କିଛି ଦିନ ହେଲା ସହକାରୀ ଜିଲାପାଳ ଅତିରିକ୍ତ ଭାବେ ସୂଚନା ଓ ଲୋକ ସମ୍ପର୍କ ଦାୟିତ୍ୱ ତୁଲାଉଛନ୍ତି। ଉପଖଣ୍ଡର ପ୍ରମୁଖ ଶିକ୍ଷାନୁଷ୍ଠାନ ମହେନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗତ ଏପ୍ରିଲ ମାସରୁ ଅବସର ଗ୍ରହଣ କଲାପରେ ଅଦ୍ୟାବଧି କାହାରିକୁ ନିଯୁକ୍ତି ଦିଆଯାଉନାହିଁ। ବିଦ୍ୟାଳୟର ଇଂଲିଶ ଶିକ୍ଷକ ଏକବର୍ଷ ହେଲା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବରେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ସରକାର ସ୍ଥାୟୀ ଭାବେ ଅଧ୍ୟକ୍ଷ ପଦବୀ ପୂରଣ କରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି।

ସରକାର ଯତ୍ନବାନ ହୁଅନ୍ତୁ
ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରତ୍ୱାରୋପ କରୁଛନ୍ତି। ତେଣୁ ଆଠମଲ୍ଲିକ ଉପଖଣ୍ଡର ବିଭିନ୍ନ ବିଭାଗରେ ଖାଲିଥିବା ମୁଖ୍ୟ ଅଧିକାରୀ ପଦବୀ ପୂରଣ କରିବା ଦିଗରେ ସରକାର ଯତ୍ନବାନ ହେବା ଆବଶ୍ୟକ।
-ବିନୟ କୁମାର ପଟ୍ଟନାୟକ, ସାମାଜିକ କର୍ମୀ

ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦିଆଯାଉ
ବିଭାଗୀୟ କାର୍ଯ୍ୟକ୍ରମକୁ ଗତିଶୀଳ କରିବା ପାଇଁ ଖାଲିଥିବା ମୁଖ୍ୟ ଅଧିକାରୀ ପଦବୀ ଅତିଶୀଘ୍ର ପୂରଣ କରାଯିବା ଆବଶ୍ୟକ। ବିଶେଷକରି ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନକୁ ଗୁରୁତ୍ୱ ଦେବା ଦରକାର।
-ଦୀନେଶ କୁମାର ସିଂ, ଆଇନଜୀବୀ

ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ
ଉପଖଣ୍ଡସ୍ତରୀୟ ବିଭିନ୍ନ ବିଭାଗର ମୁଖ୍ୟ ଅଧିକାରୀ ଓ ଆଠମଲ୍ଲିକ ମହାବିଦ୍ୟାଳୟରେ ଖାଲି ରହିଥିବା ଅଧ୍ୟକ୍ଷ ପଦବୀ ପୂରଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
-ଆଶା କୁମାରୀ ସାହୁ, ଅଧ୍ୟକ୍ଷା, ଆଠମଲ୍ଲିକ ଏନ୍‌ଏସି


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଲଜ୍ଜା: ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri