ସଞ୍ଜ ନଇଁଲେ ଖୋଲୁଛି ନିଶା ପସରା

ଖଇରା,୨୧ା୮(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ବିଭିନ୍ନ ଗଁାରେ ଅବାଧ ନିଶା କାରବାର ଚାଲିଥିବା ଅଭିଯୋଗ ହେଉଛି। ସଞ୍ଜ ନଇଁଲେ ଖୋଲୁଛି ନିଶା ପସରା। ପାନ, ତେଜରାତି ଦୋକାନରେ ଦେଶୀ ବିଦେଶୀ ମଦ ସାଙ୍ଗକୁ ଅନ୍ୟାନ୍ୟ ନିଶା ସାମଗ୍ରୀ ସହଜରେ ଉପଲବ୍ଧ ହେଉଛି। ଅନେକ ଛୋଟ ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ଏହାର କବଳିତ ହେଉଛନ୍ତି। ସନ୍ଧ୍ୟା ଘଣ୍ଟ ବାଜିଲେ ଝିଅ ବୋହୂ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଦୋକାନ ସଂଖ୍ୟା ବଢ଼ିବା ଅନୁପାତରେ ଘରୋଇ ହିଂସା ମଧ୍ୟ ବଢ଼ି ଚାଲିଛି। ନିକଟରେ ଖଇରାରେ ଏକ ଅବକାରୀ ବିଭାଗ କାର୍ଯ୍ୟାଳୟ ଖୋଲିଥିଲେ ମଧ୍ୟ କର୍ମଚାରୀମାନେ କାର୍ଯ୍ୟାଳୟ ଭିତରୁ ତାଲା ଦେଇ ଫ୍ୟାନ ପବନ ତଳେ ନିଘୋଡ଼ ନିଦରେ ଶୋଇବା ବେଆଇନ ମଦ ବିକ୍ରେତାମାନଙ୍କ କାରବାରକୁ ଅଧିକ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହେଉଛି। ୨ କର୍ମଚାରୀ ଏଭଳି ଶୋଇ ରହିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।  ତୁରନ୍ତ ଏଭଳି ବେଆଇନ ମଦ କାରବାରକୁ ବନ୍ଦ କରା ନ ଗଲେ ଅତିଷ୍ଠ ଖଇରାବାସୀ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ପୂର୍ବରୁ ଖଇରା କାର୍ଯ୍ୟାଳୟ ସୋରରେ ଚାଲୁଥିବା ବେଳେ ସୋରରୁ ଏକ ଟିମ୍‌ ପ୍ରାୟ ପ୍ରତ୍ୟେକ ଦିନ ଆସି ଧରପଗଡ଼ କରିବା ସହ ବ୍ୟାପକ ପରିମାଣର ମଦ ଜବତ କରୁଥିଲେ। ୨ବର୍ଷ ତଳେ ଖଇରା ଅର୍ଜୁନପୁରଠାରେ ଭଡ଼ାଘରେ କାର୍ଯ୍ୟାଳୟ ଆରମ୍ଭ ହେବା ପରେ ଖଇରାବାସୀ ଆଶ୍ୱସ୍ତି ଲାଭ କରିଥିଲେ ଯେ, ଗଁା ଗହଳିରେ କଁାଭଁା ଚାଲୁଥିବା ବେଆଇନ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ। ହେଲେ ଖଇରା ଅଞ୍ଚଳର ଲୋକଙ୍କ ସେଭଳି ଖୁସି ଏବେ ଲୁହରେ ପ୍ରତିଫଳିତ ହେଉଛି। ଛୋଟ ଛୋଟ ପିଲା ନିଶାସକ୍ତ ହୋଇ ଘରକୁ ଫେରିବା ମା’ବାପାଙ୍କ ଆଖିରୁ ନିଦ ହଜାଇ ଦେଇଛି। ୨ବର୍ଷ ମଧ୍ୟରେ ୩୭ ପଞ୍ଚାୟତର ଗଁାଗହଳିର ଚିତ୍ର ଅନୁଧ୍ୟାନ କଲେ ଏବେ ଛୋଟ ବଡ଼ ୧ହଜାରରୁ ଅଧିକ ଦୋକାନ ଚାଲୁଛି। ବିଭାଗୀୟ କର୍ମଚାରୀ କଁାଭଁା ମଝିରେ ଝଲକ ଦେଖାଇବାକୁ ଛୋଟ ଛୋଟ ବ୍ୟବସାୟୀଙ୍କୁ ଧରି ଜେଲରେ ପୁରାଉଛନ୍ତି। ନିକଟରେ ଗଗନଧୂଳୀ ପଞ୍ଚାୟତର ମଛଦା ଗ୍ରାମରେ ଏଭଳି ଏକ ଘଟଣାକୁ ନେଇ ଏବେ ବି ଅସନ୍ତୋଷ କୁହୁଳୁଛି ା  କିଛି ବିହାରୀ ବିକ୍ରେତା ଓଡ଼ିଆ କର୍ମଚାରୀଙ୍କୁ ହାତବାରିସି କରି ଏହିଭଳି କାରବାରର କାୟା ବିସ୍ତାର କରୁଛନ୍ତି ା କୁରୁଣ୍ଟା,ସାରଡାଙ୍ଗ, ଅଲିପୁର, ହନ୍ନବାବୀ,ପତିରାଜପୁର ଭଳି ଶାନ୍ତିପ୍ରିୟ ଅଞ୍ଚଳଗୁଡ଼ିକରେ ଏବେ ପ୍ରତ୍ୟେହ ହିଂସା ଲାଗି ରହୁଥିବା ବେଳେ ଏଥିପାଇଁ ନିଶା ମୁଖ୍ୟ କାରଣ ବୋଲି କୁହାଯାଉଛି। ଏବେ ଖଇରାର କିଛି ଯୁବ ଗୋଷ୍ଠୀ ଚରସ,ହେରୋଇନ ବ୍ୟବସାୟ ଆରମ୍ଭ କରିଥିବା ବେଳେ ବିଳମ୍ବିତ ରାତିରେ ଗଁାଗଁାରେ ପଶି କଲେଜ ପଢୁଆ ପିଲାମାନଙ୍କୁ ନିଜ ଅଧୀନକୁ ନେବାକୁ ପ୍ରୟାସ ଆରମ୍ଭ କରୁଥିବା ଅଭିଯୋଗ ହୋଇଛି। ଭାଇରାଲ୍‌ ଭିଡିଓ ସମ୍ପର୍କରେ ଅବକାରୀ ଏସ୍‌ପି ସୁଶାନ୍ତ ପାଢ଼ୀଙ୍କୁ ଯୋଗାଯୋଗ କରିବାରେ ସେ ଏହାର ଯାଞ୍ଚ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri