ଛିଡ଼ା ହୋଇ ରହିଛି ୯୫ ଲକ୍ଷ ଟ୍ରକ୍‌

ମୁମ୍ବାଇ: ଲକଡାଉନ୍‌ ଯୋଗୁ ଦେଶର ପ୍ରାୟ ୬୫% ଟ୍ରକ୍‌ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିଭିନ୍ନ ରାଜ୍ୟରେ ଏହି କ୍ଷେତ୍ରକୁ ୪୨ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ସୂଚନା ମିଳିଛି। ସାମଗ୍ରୀ ପରିବହନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣ କ୍ଷେତ୍ରରେ ଏହି କ୍ଷେତ୍ରର ଏକ ପ୍ରମୁଖ ଭୂମିକା ରହିଛି। ମାତ୍ର କର୍ଫ୍ୟୁ ଏବଂ ଲକ୍‌ଡାଉନ ଯୋଗୁ ଉକ୍ତ କ୍ଷେତ୍ର ସମସ୍ୟା ଦେଇ ବର୍ତ୍ତମାନ ଗତି କରୁଛି। ସମସ୍ୟା ରହିଥିବାରୁ ସରକାର ସହାୟତା ଦିଅନ୍ତୁ ବୋଲି ସଂଘ ପକ୍ଷରୁ ନିବେଦନ କରାଯାଇଛି। ଋଣ କିସ୍ତି କ୍ଷେତ୍ରରେ ଆଶ୍ୱସ୍ତି, ବିନା କୌଣସି କୋଲାଟେରାଲରେ ସଫ୍ଟ ଲୋନ ପ୍ରୋଭିଜନ, ଟିକସ ଛାଡ, ବୀମା ବୈଧତା ଅବଧି ବୃଦ୍ଧି ଭଳି ବିଭିନ୍ନ ସୁବିଧା ଯୋଗାଣ ଦିଗରେ ପଦକ୍ଷେପ ଆସିବାର ଆବଶ୍ୟକତା ରହିଛି ବୋଲି ସଂଘର ଅଧ୍ୟକ୍ଷ ବାଲ୍‌ ମାଲକିତ ସିଂ କହିଛନ୍ତି।
ଏହି କ୍ଷେତ୍ରକୁ ଯଦି ସରକାର କୌଣସି ସହାୟତା ପ୍ରଦାନ ନ କରନ୍ତି ତେବେ ଶିଳ୍ପର ସମସ୍ୟା ବଢିଯିବ। ଟ୍ରକ୍‌ ମାଲିକମାନେ କାରବାର ହରାଇବାର ଆଶଙ୍କା ରହିଥିବା ବେଳେ ଉକ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଲୋକ ଚାକିରି ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦେଶର ପ୍ରାୟ ୮୦% ବର୍ତ୍ତମାନ ଲକ୍‌ଡାଉନ ରହିଛି। ଫଳରେ ପ୍ରାୟ ୯୫ ଲକ୍ଷ ଟ୍ରକ୍‌ ବର୍ତ୍ତମାନ ଛିଡା ହୋଇଛି। ଚାହିଦା କମ୍‌ ଥିବାରୁ କେବଳ ୪୦ ଲକ୍ଷ ଟ୍ରକ୍‌ ବର୍ତ୍ତମାନ ଚଳାଚଳ କରୁଥିବା ସିଂ ମତ ପ୍ରକାଶ କରିଛନ୍ତି।
ସିଂ ପୁଣି କହିଛନ୍ତି, ଟ୍ରକ୍‌ ଚଳାଚଳ କ୍ଷେତ୍ରର ଦୈନିକ କ୍ଷତି ୧୬୦୦ କୋଟି ଟଙ୍କା ରହିଛି। ଏହା ଏପ୍ରିଲ ପ୍ରାରମ୍ଭରେ ୪୦୦ କୋଟି ଟଙ୍କା ରହିଥିଲା। କୋଭିଡ୍‌ କଟକଣା ବଢିବା ଯୋଗୁ ବର୍ତ୍ତମାନ ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପ୍ରିଲର ପ୍ରଥମ ୧୫ ଦିନରେ ଶିଳ୍ପର କ୍ଷତି ୪୦୦ କୋଟି ଟଙ୍କା ଥିଲା ଏବଂ ୩୦ ଏପ୍ରିଲ ବେଳକୁ ଏହା ୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହା ୨ ଗୁଣ ବଢି ୧୬୦୦ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ମୋଟ କ୍ଷତି ପ୍ରାୟ ୪୨ ହଜାର କୋଟି ଟଙ୍କା ରହିଛି। ସେହିଭଳି ଡିଜେଲ ଦର ବୃଦ୍ଧି ଶିଳ୍ପର ସମସ୍ୟାକୁ ଆହୁରି ବଢାଇଛି ବୋଲି ସିଂ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri