ଛିଡ଼ା ହୋଇ ରହିଛି ୯୫ ଲକ୍ଷ ଟ୍ରକ୍‌

ମୁମ୍ବାଇ: ଲକଡାଉନ୍‌ ଯୋଗୁ ଦେଶର ପ୍ରାୟ ୬୫% ଟ୍ରକ୍‌ ବର୍ତ୍ତମାନ ବନ୍ଦ ହୋଇ ପଡିଛି। ବିଭିନ୍ନ ରାଜ୍ୟରେ ଏହି କ୍ଷେତ୍ରକୁ ୪୨ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ସୂଚନା ମିଳିଛି। ସାମଗ୍ରୀ ପରିବହନ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣ କ୍ଷେତ୍ରରେ ଏହି କ୍ଷେତ୍ରର ଏକ ପ୍ରମୁଖ ଭୂମିକା ରହିଛି। ମାତ୍ର କର୍ଫ୍ୟୁ ଏବଂ ଲକ୍‌ଡାଉନ ଯୋଗୁ ଉକ୍ତ କ୍ଷେତ୍ର ସମସ୍ୟା ଦେଇ ବର୍ତ୍ତମାନ ଗତି କରୁଛି। ସମସ୍ୟା ରହିଥିବାରୁ ସରକାର ସହାୟତା ଦିଅନ୍ତୁ ବୋଲି ସଂଘ ପକ୍ଷରୁ ନିବେଦନ କରାଯାଇଛି। ଋଣ କିସ୍ତି କ୍ଷେତ୍ରରେ ଆଶ୍ୱସ୍ତି, ବିନା କୌଣସି କୋଲାଟେରାଲରେ ସଫ୍ଟ ଲୋନ ପ୍ରୋଭିଜନ, ଟିକସ ଛାଡ, ବୀମା ବୈଧତା ଅବଧି ବୃଦ୍ଧି ଭଳି ବିଭିନ୍ନ ସୁବିଧା ଯୋଗାଣ ଦିଗରେ ପଦକ୍ଷେପ ଆସିବାର ଆବଶ୍ୟକତା ରହିଛି ବୋଲି ସଂଘର ଅଧ୍ୟକ୍ଷ ବାଲ୍‌ ମାଲକିତ ସିଂ କହିଛନ୍ତି।
ଏହି କ୍ଷେତ୍ରକୁ ଯଦି ସରକାର କୌଣସି ସହାୟତା ପ୍ରଦାନ ନ କରନ୍ତି ତେବେ ଶିଳ୍ପର ସମସ୍ୟା ବଢିଯିବ। ଟ୍ରକ୍‌ ମାଲିକମାନେ କାରବାର ହରାଇବାର ଆଶଙ୍କା ରହିଥିବା ବେଳେ ଉକ୍ତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ଲୋକ ଚାକିରି ହରାଇବେ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦେଶର ପ୍ରାୟ ୮୦% ବର୍ତ୍ତମାନ ଲକ୍‌ଡାଉନ ରହିଛି। ଫଳରେ ପ୍ରାୟ ୯୫ ଲକ୍ଷ ଟ୍ରକ୍‌ ବର୍ତ୍ତମାନ ଛିଡା ହୋଇଛି। ଚାହିଦା କମ୍‌ ଥିବାରୁ କେବଳ ୪୦ ଲକ୍ଷ ଟ୍ରକ୍‌ ବର୍ତ୍ତମାନ ଚଳାଚଳ କରୁଥିବା ସିଂ ମତ ପ୍ରକାଶ କରିଛନ୍ତି।
ସିଂ ପୁଣି କହିଛନ୍ତି, ଟ୍ରକ୍‌ ଚଳାଚଳ କ୍ଷେତ୍ରର ଦୈନିକ କ୍ଷତି ୧୬୦୦ କୋଟି ଟଙ୍କା ରହିଛି। ଏହା ଏପ୍ରିଲ ପ୍ରାରମ୍ଭରେ ୪୦୦ କୋଟି ଟଙ୍କା ରହିଥିଲା। କୋଭିଡ୍‌ କଟକଣା ବଢିବା ଯୋଗୁ ବର୍ତ୍ତମାନ ଅଧିକାଂଶ ରାଜ୍ୟରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏପ୍ରିଲର ପ୍ରଥମ ୧୫ ଦିନରେ ଶିଳ୍ପର କ୍ଷତି ୪୦୦ କୋଟି ଟଙ୍କା ଥିଲା ଏବଂ ୩୦ ଏପ୍ରିଲ ବେଳକୁ ଏହା ୮୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ ଏହା ୨ ଗୁଣ ବଢି ୧୬୦୦ କୋଟି ଟଙ୍କା ଛୁଇଁଛି। ଏହି ସମୟରେ ମୋଟ କ୍ଷତି ପ୍ରାୟ ୪୨ ହଜାର କୋଟି ଟଙ୍କା ରହିଛି। ସେହିଭଳି ଡିଜେଲ ଦର ବୃଦ୍ଧି ଶିଳ୍ପର ସମସ୍ୟାକୁ ଆହୁରି ବଢାଇଛି ବୋଲି ସିଂ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲାଗୁ ହୋଇପାରେ ଶ୍ରମ ଆଇନ

ନୂଆଦିଲ୍ଲୀ,୨୦।୧୨: କେନ୍ଦ୍ର ସରକାର ୨୦୨୨ ଜାନୁୟାରୀରେ ୪ ଶ୍ରମ ଆଇନ (ୱେଜ୍‌ କୋଡ୍‌) ଲାଗୁ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି। ଏହି ନୂତନ ଆଇନ...

ନୋକିଆର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୧୦।୭: ଏଚ୍‌ଏମ୍‌ଡି ଗ୍ଲୋବାଲ ପକ୍ଷରୁ ନୋକିଆର ନୂତନ ଉତ୍ପାଦ ତଥା ଫିଚର ଫୋନ୍‌ ନୋକିଆ୧୧୦ ୪ଜି ଏବଂ ନୋକିଆ୧୧୦ ୨ଜି’କୁ ନିକଟରେ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି।...

ଡିବିଟିରେ ୩୬,୬୫୯ କୋଟି

ନୂଆଦିଲ୍ଲୀ,୨୦।୪: ସୁବିଧାର ପ୍ରତ୍ୟକ୍ଷ ହସ୍ତାନ୍ତର(ଡିବିଟି) ଦ୍ୱାରା ଦେଶର ୧୬.୦୧ କୋଟି ଲୋକଙ୍କ ପାଖକୁ ସରକାର ୩୬,୬୫୯ କୋଟି ଟଙ୍କା ପଠାଇଛନ୍ତି। ପବ୍ଲିକ ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ(ପିଏଫ୍‌ଏମ୍‌ଏସ୍‌)ରେ...

୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ନୀତା ଅମ୍ବାନୀ

ମୁମ୍ବାଇ,୨୧।୬: ନୀତା ଅମ୍ବାନୀ ଏବଂ ରିଲାଏନ୍ସ ଫାଉଣ୍ଡେଶନକୁ  ୨୦୨୦ର ଶୀର୍ଷ ଫିଲାନଥ୍ରୋପିଷ୍ଟ ତାଲିକାରେ ସାମିଲ କରାଯାଇଛି। ଆମେରିକାର ପ୍ରମୁଖ ମାଗାଜିନ ଟାଉନ ଆଣ୍ଡ କଣ୍ଟ୍ରି ଏହାର...

୧୦% ମହଙ୍ଗା ହୋଇପାରେ ଟିଭି

ନୂଆଦିଲ୍ଲୀ,୨୨-୨: ଆସନ୍ତା ମାସରେ ଟିଭି ୧୦% ମହଙ୍ଗା ହୋଇପାରେ। ଭାରତକୁ ଅଧିକାଂଶ ଓପନ ସେଲ୍‌ ଟିଭି ପ୍ୟାନେଲ ଚାଇନାରୁ ସପ୍ଲାଇ ହୋଇଥାଏ। ଚାଇନାରେ କରୋନା ଭାଇରସ...

ବୟସ୍କଙ୍କୁ ଉବରର ସହାୟତା

ନୂଆଦିଲ୍ଲୀ:  ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ୨ୟ ପର୍ଯ୍ୟାୟରେ ସହଯୋଗ କରିବା ପାଇଁ ଉବର ପକ୍ଷରୁ ୧୦କୋଟି ଟଙ୍କା ମୂଲ୍ୟର ମାଗଣା ରାଇଡ୍‌ ପ୍ରଦାନ କରୁଛି।...

ପ୍ରମୁଖ ଉଦ୍ୟୋଗ କ୍ଷେତ୍ରରେ ମାନ୍ଦାବସ୍ଥା ଜାରି; କୋର୍‌ ସେକ୍ଟର ଅଭିବୃଦ୍ଧି ୧.୫% କମିଲା

ନୂଆଦିଲ୍ଲୀ,୧-୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଲଗାତାର ଭାବେ ଶିଳ୍ପ କ୍ଷେତ୍ର ଅଭିବୃଦ୍ଧି ଖସୁଛି। ନଭେମ୍ବରରେ ୮ କୋର୍‌ ସେକ୍ଟର ଭିତ୍ତିଭୂମି ଶିଳ୍ପଉଦ୍ୟୋଗ ର...

ସ୍ବାଧୀନତା ପରଠାରୁ ବଡ଼ ମାନ୍ଦାବସ୍ଥା

ନୂଆଦିଲ୍ଲୀ,୨୭।୫: ଭାରତ ବର୍ତ୍ତମାନ ୪ର୍ଥ ମାନ୍ଦାବସ୍ଥା ସାମ୍ନା କରୁଛି। ଦେଶରେ ଉଦାରୀକରଣ ନୀତି ଲାଗୁ ହେବା ପରେ ଏବଂ ସ୍ବାଧୀନତା ପରଠାରୁ ଘରୋଇ ବଜାର ସବୁଠାରୁ...

Advertisement
Archives

Model This Week