Teenage boy with school bag going home from school
ଭୁବନେଶ୍ୱର, ୧୨।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୧,୯୬୯ଟି ଘରୋଇ ଇଂଲିଶ ମିଡିୟମ ସ୍କୁଲ ରହିଛି। ଏଥିରୁ ୭୬୫ଟି ସ୍କୁଲ ରାଜ୍ୟ ସରକାରଙ୍କ ବିନା ଅନୁମତି ବା ସ୍ବୀକୃତିପତ୍ର(Certificate of Recognition)ରେ ଚାଲୁଛି। ଆଉ ୧,୨୦୪ଟି ବିଦ୍ୟାଳୟ ସ୍ବୀକୃତିପତ୍ର ପାଇଛନ୍ତି। ବିନା ସରକାରୀ ଅନୁମତିରେ ଚାଲୁଥିବା ଘରୋଇ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲା ଶିକ୍ଷାଧିକାରୀ(ଡିଇଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟିକା କୁସୁମ ଟେଟେଙ୍କ ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି ମନ୍ତ୍ରୀ ଏହା କହିଥିଲେ। ସେପଟେ ରାଜ୍ୟରେ ହାଇସ୍କୁଲ ସ୍ତରରେ ୧ ହଜାରରୁ ଊର୍ଦ୍ଧ୍ୱ ଘରୋଇ ଇଂଲିଶ ମିଡିୟମ ସ୍କୁଲ ଚାଲୁଥିବାବେଳେ ମାତ୍ର ୩୮୯ଟି ସ୍କୁଲ ସରକାରଙ୍କ ଅନୁମତି ପାଇଥିବା ଜଣାପଡ଼ିଛି।