ଓଡ଼ିଶାରେ ୭୬୦ କଲରାପତରିଆ ବାଘ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି। ମାତ୍ର ୪ ବର୍ଷରେ ଏମାନଙ୍କ ସଂଖ୍ୟା ୧୦୦%ରୁ ଅଧିକ ବଢ଼ିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ପକ୍ଷରୁ ପ୍ରକାଶିତ ‘ଷ୍ଟାଟସ୍‌ ଅଫ୍‌ ଲିଓପାର୍ଡସ୍‌ ଇନ୍‌ ଇଣ୍ଡିଆ ୨୦୧୮’ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସୋମବାର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ନୂଆଦିଲ୍ଲୀଠାରେ ଏହି ରିପୋର୍ଟକୁ ଉନ୍ମୋଚନ କରି ଦେଶରେ କଲରାପତରିଆ ବାଘ ସଂଖ୍ୟାରେ ୬୦% ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି। ୨୦୧୪ରେ ଭାରତରେ ମୋଟ ୭,୯୧୦ କଲରାପତରିଆ ବାଘ ରହିଥିବାବେଳେ ୨୦୧୮ରେ ତାହା ବୃଦ୍ଧି ପାଇ ୧୨,୮୫୨ରେ ପହଞ୍ଚତ୍ଛି। ମଧ୍ୟପ୍ରଦେଶ, କର୍ନାଟକ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ଲିଓପାର୍ଡ ପ୍ରଜାତିର ବାଘ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏ କ୍ଷେତ୍ରରେ ଓଡ଼ିଶା ୭ମ ସ୍ଥାନରେ ରହିଛି। ଦେଶରେ ମୋଟ ୪ଟି ଜୋନ୍‌ରେ ହୋଇଥିବା ଏହି ବ୍ୟାଘ୍ର ଗଣନାରେ ଓଡ଼ିଶା ‘ମଧ୍ୟ ଭାରତ ଏବଂ ପୂର୍ବ ଘାଟ’ ଜୋନ୍‌ରେ ରହିଥିଲା। ଏହି ଜୋନ୍‌ରେ ମୋଟ ୮,୦୭୧ କଲରାପତରିଆ ବାଘ ଥିବାବେଳେ ଏହାମଧ୍ୟରୁ ଓଡ଼ିଶାରେ ୭୬୦ଟି ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
୨୦୧୪ରେ ଏନ୍‌ଟିସିଏ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟାଘ୍ର ଗଣନା ସର୍ଭେରେ ଓଡ଼ିଶାରେ ୩୧୮ କଲରାପତରିଆ ରହିଥିଲା। ୨୦୧୮ରେ ଏହି ସଂଖ୍ୟା ୭୬୦କୁ ବୃଦ୍ଧି ପାଇଛି ଅର୍ଥାତ୍‌ ଓଡ଼ିଶାରେ ବାଘସଂଖ୍ୟା ଶତ ପ୍ରତିଶତରୁ ଅଧିକ ବଢିଛି, ଯାହାକି ଜାତୀୟ ହାର(୬୦%)ଠାରୁ ମଧ୍ୟ ଅଧିକ। ତତ୍କାଳୀନ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସିଦ୍ଧାନ୍ତ ଦାସ, ଡ. ସନ୍ଦୀପ ତ୍ରିପାଠୀ, ଡ. ଅଜୟ କୁମାର ମହାପାତ୍ରଙ୍କ ସହ ଓଡ଼ିଶା ଦାୟିତ୍ୱରେ ଥିବା ନୋଡାଲ ଅଫିସର ଡ. ଜ୍ଞାନଦତ୍ତ ପତି, ଭକ୍ତ ପଦାରବିନ୍ଦ ରଥ, ଡ. ନିମାଁଇ ଚରଣ ପଲେଇଙ୍କ ନେତୃତ୍ୱରେ ଏହି ଗଣନା କରାଯାଇଥିଲା।
ଅନ୍ୟପକ୍ଷରେ ଜାତୀୟ ରିପାର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ସର୍ବାଧିକ ୩,୪୨୧ କଲରାପତରିଆ ବାଘ ରହିଥିବାବେଳେ କର୍ନାଟକରେ ୧୭୮୩ ଓ ମହାରାଷ୍ଟ୍ରରେ ୩ୟ ସର୍ବାଧିକ ରହିଛନ୍ତି। ଏହାତଳକୁ ତାମିଲନାଡ଼ୁରେ ୮୬୮, ଛତିଶଗଡ଼ ୮୫୨, ଉତ୍ତରାଖଣ୍ଡ ୮୩୯, ଓଡ଼ିଶା ୭୬୦, କେରଳ ୬୫୦, ଆନ୍ଧ୍ରପ୍ରଦେଶ ୪୯୨, ରାଜସ୍ଥାନ ୪୭୬, ତେଲେଙ୍ଗାନା ୩୩୪ ଓ ଉତ୍ତରପ୍ରଦେଶରେ ୩୧୬ କଲରାପତରିଆ ବାଘ ରହିଛନ୍ତି। ପାଟର୍ନ ରେକ୍‌ଗନିଶନ ସଫ୍ଟଓ୍ବେର୍‌ ବ୍ୟବହାର ମାଧ୍ୟମରେ ଏହି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

ରାଘବ ଚଢାଙ୍କୁ ବଡ଼ ଝଟକା , ଉପନେତା ପଦରୁ ହଟାଇଲା AAP

ନୂଆଦିଲ୍ଲୀ,୨।୪: ଆମ ଆଦମୀ ପାର୍ଟି (ଏଏପି) ରାଘବ ଚଢାଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଦଳ ରାଜ୍ୟ ସଭା ସଚିବାଳୟକୁ ଚିଠି ଲେଖି ତାଙ୍କୁ ଗୃହର ଉପନେତା…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ଆନ୍ଦୋଳନରେ ସୁଇପର, ଅଳିଆ ଆବର୍ଜନାରେ ପୂରିଛି ସହର

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ): ୧୨ଟି ଓ୍ବାର୍ଡକୁ ନେଇ ଗଠିତ ଗଞ୍ଜାମ ଏନ୍‌ଏସି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ୩ ଦିନରୁ ଊର୍ଦ୍ଧ୍ୱ ହେବ ସଫେଇ କାର୍ଯ୍ୟ…

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri