ଓଡ଼ିଶାରେ ୭୬୦ କଲରାପତରିଆ ବାଘ

ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ଓଡ଼ିଶାରେ କଲରାପତରିଆ ବାଘ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି। ମାତ୍ର ୪ ବର୍ଷରେ ଏମାନଙ୍କ ସଂଖ୍ୟା ୧୦୦%ରୁ ଅଧିକ ବଢ଼ିଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ପକ୍ଷରୁ ପ୍ରକାଶିତ ‘ଷ୍ଟାଟସ୍‌ ଅଫ୍‌ ଲିଓପାର୍ଡସ୍‌ ଇନ୍‌ ଇଣ୍ଡିଆ ୨୦୧୮’ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ସୋମବାର କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ନୂଆଦିଲ୍ଲୀଠାରେ ଏହି ରିପୋର୍ଟକୁ ଉନ୍ମୋଚନ କରି ଦେଶରେ କଲରାପତରିଆ ବାଘ ସଂଖ୍ୟାରେ ୬୦% ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି। ୨୦୧୪ରେ ଭାରତରେ ମୋଟ ୭,୯୧୦ କଲରାପତରିଆ ବାଘ ରହିଥିବାବେଳେ ୨୦୧୮ରେ ତାହା ବୃଦ୍ଧି ପାଇ ୧୨,୮୫୨ରେ ପହଞ୍ଚତ୍ଛି। ମଧ୍ୟପ୍ରଦେଶ, କର୍ନାଟକ ଏବଂ ମହାରାଷ୍ଟ୍ରରେ ସର୍ବାଧିକ ଲିଓପାର୍ଡ ପ୍ରଜାତିର ବାଘ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏ କ୍ଷେତ୍ରରେ ଓଡ଼ିଶା ୭ମ ସ୍ଥାନରେ ରହିଛି। ଦେଶରେ ମୋଟ ୪ଟି ଜୋନ୍‌ରେ ହୋଇଥିବା ଏହି ବ୍ୟାଘ୍ର ଗଣନାରେ ଓଡ଼ିଶା ‘ମଧ୍ୟ ଭାରତ ଏବଂ ପୂର୍ବ ଘାଟ’ ଜୋନ୍‌ରେ ରହିଥିଲା। ଏହି ଜୋନ୍‌ରେ ମୋଟ ୮,୦୭୧ କଲରାପତରିଆ ବାଘ ଥିବାବେଳେ ଏହାମଧ୍ୟରୁ ଓଡ଼ିଶାରେ ୭୬୦ଟି ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
୨୦୧୪ରେ ଏନ୍‌ଟିସିଏ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ବ୍ୟାଘ୍ର ଗଣନା ସର୍ଭେରେ ଓଡ଼ିଶାରେ ୩୧୮ କଲରାପତରିଆ ରହିଥିଲା। ୨୦୧୮ରେ ଏହି ସଂଖ୍ୟା ୭୬୦କୁ ବୃଦ୍ଧି ପାଇଛି ଅର୍ଥାତ୍‌ ଓଡ଼ିଶାରେ ବାଘସଂଖ୍ୟା ଶତ ପ୍ରତିଶତରୁ ଅଧିକ ବଢିଛି, ଯାହାକି ଜାତୀୟ ହାର(୬୦%)ଠାରୁ ମଧ୍ୟ ଅଧିକ। ତତ୍କାଳୀନ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ସିଦ୍ଧାନ୍ତ ଦାସ, ଡ. ସନ୍ଦୀପ ତ୍ରିପାଠୀ, ଡ. ଅଜୟ କୁମାର ମହାପାତ୍ରଙ୍କ ସହ ଓଡ଼ିଶା ଦାୟିତ୍ୱରେ ଥିବା ନୋଡାଲ ଅଫିସର ଡ. ଜ୍ଞାନଦତ୍ତ ପତି, ଭକ୍ତ ପଦାରବିନ୍ଦ ରଥ, ଡ. ନିମାଁଇ ଚରଣ ପଲେଇଙ୍କ ନେତୃତ୍ୱରେ ଏହି ଗଣନା କରାଯାଇଥିଲା।
ଅନ୍ୟପକ୍ଷରେ ଜାତୀୟ ରିପାର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ସର୍ବାଧିକ ୩,୪୨୧ କଲରାପତରିଆ ବାଘ ରହିଥିବାବେଳେ କର୍ନାଟକରେ ୧୭୮୩ ଓ ମହାରାଷ୍ଟ୍ରରେ ୩ୟ ସର୍ବାଧିକ ରହିଛନ୍ତି। ଏହାତଳକୁ ତାମିଲନାଡ଼ୁରେ ୮୬୮, ଛତିଶଗଡ଼ ୮୫୨, ଉତ୍ତରାଖଣ୍ଡ ୮୩୯, ଓଡ଼ିଶା ୭୬୦, କେରଳ ୬୫୦, ଆନ୍ଧ୍ରପ୍ରଦେଶ ୪୯୨, ରାଜସ୍ଥାନ ୪୭୬, ତେଲେଙ୍ଗାନା ୩୩୪ ଓ ଉତ୍ତରପ୍ରଦେଶରେ ୩୧୬ କଲରାପତରିଆ ବାଘ ରହିଛନ୍ତି। ପାଟର୍ନ ରେକ୍‌ଗନିଶନ ସଫ୍ଟଓ୍ବେର୍‌ ବ୍ୟବହାର ମାଧ୍ୟମରେ ଏହି ସର୍ଭେ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ମଥୁରା ପରିଭ୍ରମଣରେ ବାହାରି ପୂର୍ତ୍ତ ବିଭାଗରେ ପହଞ୍ଚିଲେ କଂସ ମହାରାଜ, କହିଲେ ପି.ସି ଖାଉଛ, ରାସ୍ତାରେ ଚାଲିପାରୁନି…

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସୋମବାର ଥିଲା ଷଷ୍ଠ ଦିବସ। ଅନ୍ୟଦିନ ଭଳି ରାଜ ମହଲରୁ ମଥୁରା ପରିଭ୍ରମଣରେ ବାହାରିଥିଲେ...

ଦିଲ୍ଲୀ ସାଧାରଣତନ୍ତ୍ର ପରେଡ୍‌ରେ ଯୋଗଦେବେ ପିପୁଲ୍ସ କଲେଜର ୨ ଛାତ୍ରୀ, ପ୍ରଥମଥର ପାଇଁ ହେଲେ ମନୋନୀତ

ବୁଗୁଡା, ୨୯।୧୨(କାଳିଚରଣଦାଶ): ବୁଗୁଡ଼ା ପିପୁଲ୍ସ କଲେଜର ଅଧ୍ୟାପକ ତଥା ଲେଫ୍ଟନାଣ୍ଟ ଅଜୟ କୁମାର ସାହୁଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ବୁଗୁଡା ପିପୁଲ୍ସ କଲେଜର ଦୁଇଜଣ ଏନସିସି...

ଫୁଲ ତୋଳିବାକୁ ଯାଇଥିବାବେଳେ ଘରେ ପଶିଗଲା ଚୋର, ଧରାପଡିବା ପରେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଇପାସ ରୋଡ ଗିରିଧାରୀ ସ୍ବାଇଁଙ୍କ ଘରୁ ସୋମବାର ପ୍ରତ୍ୟୁଷରେ ଜଣେ ଦୁର୍ବୃତ୍ତ ପଶି ସୁନା ଅଳଙ୍କାର ଓ ନଗଦ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ, ତା’ପରେ…

ଲାଞ୍ଜିଗଡ଼,୨୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ ଆଶ୍ରମପଡା ନିକଟରେ ଏକ ବାଇକ ଗଛରେ ପିଟିହୋଇ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ଜଣେ...

ନିର୍ଯାତିତ ମହିଳା ନୂତନ ଜୀବନର ଆଶା ପାଇବେ: ଭଞ୍ଜନଗର ମେଡ଼ିକାଲରେ ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ସୋମବାର ଅତିରିକ୍ତ ୱାନ ଷ୍ଟପ ସେଣ୍ଟର ବା ମହିଳା ସହାୟତା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ଏହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri