ଗାଜାରେ ରହିଛନ୍ତି ୫୦ ହଜାର ଗର୍ଭବତୀ, ଆସନ୍ତା ମାସରେ ୫,୫୦୦ ଜଣଙ୍କ ପ୍ରସବ ତାରିଖ, ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେରୁଜେଲମ,୨୮।୧୦ : ଇସ୍ରାଏଲ ପକ୍ଷରୁ ହମାସ ଉପରେ ଚାଲିଥିବା ପ୍ରତିଶୋଧ ପରାୟଣ କାର୍ଯ୍ୟ ମଧ୍ୟରେ ଖବର ପ୍ରକାଶ ପାଇଛି ଗାଜାରେ ପ୍ରାୟ ୫୦ ହଜାର ଗର୍ଭବତୀ ମହିଳା ଫସି ରହିଛନ୍ତି। କୁହାଯାଉଛି ଏହି ମହିଳାମାନଙ୍କ ମଧ୍ୟରୁ ୫,୫୦୦ ମହିଳା ଅଛନ୍ତି ଯେଉଁମାନେ ଆସନ୍ତା ମାସରେ ପ୍ରସବ କରିବେ। ରିପୋର୍ଟ ଆସିବା ପରେ ମିଳିତ ଜାତିସଂଘ ମହିଳାଙ୍କ ଅବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି।

ମିଳିତ ଜାତିସଂଘ କହିଛି ଆଗାମୀ ୩୦ ଦିନ ମଧ୍ୟରେ ୫,୫୦୦ରୁ ଅଧିକ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କରିବାକୁ ଯାଉଛନ୍ତି। ଚଳିତ ସପ୍ତାହରେ, ଜଣେ ଗର୍ଭବତୀ ମହିଳାଙ୍କର ଇସ୍ରାଏଲ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏହା ପରେ ମଧ୍ୟ ଜରୁରୀକାଳୀନ ସିଜେରିଆନ ଅପରେଶନ ଦ୍ୱାରା ମହିଳାଙ୍କର ସଫଳତାର ସହ ପ୍ରସବ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଗାଜାରେ ଫସି ରହିଥିବା ଅନେକ ଗର୍ଭବତୀ ମହିଳା ଅଛନ୍ତି ଯେଉଁମାନଙ୍କୁ ବିନା ଶଯ୍ୟାରେ ଡାକ୍ତରଖାନା ଚଟାଣରେ ପ୍ରସବ କରିବାକୁ ପଡିବ। ଇସ୍ରାଏଲର ଜାରି ଆକ୍ରମଣ ଯୋଗୁଁ ଗାଜାରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଭୁଶୁଡି ପଡିଥିବା କୁହାଯାଇଛି। ସ୍‌ଶହ ଶହ ଲୋକ ନିଜ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ଏବଂ ଗର୍ଭବତୀମାନେ ସନ୍ତାନ ପ୍ରସବ ପାଇଁ ସୁରକ୍ଷିତ ଉପାୟ ଖୋଜୁଛନ୍ତି ।

ମିଳିତ ଜାତିସଂଘର ଜନସଂଖ୍ୟା ସେଲ କହିଛି ଡାକ୍ତରଖାନାଗୁଡ଼ିକରେ ଔଷଧ ଏବଂ ମୌଳିକ ସୁବିଧା ଯୋଗାଣରେ ଅଭାବ ରହିଛି। ଜାତିସଂଘ ଗର୍ଭବତୀ ମହିଳାମାନଙ୍କ ପାଇଁ ଜରୁରୀ ସ୍ବାସ୍ଥ୍ୟସେବା ଏବଂ ସୁରକ୍ଷା ପାଇଁ ଆହ୍ବାନ ଦେଇଛି। କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ ଡାକ୍ତର ନତାଲିଆ କେନ କହିଛନ୍ତି, ବହୁ ଗର୍ଭବତୀ ଆହତ ହୋଇଛନ୍ତି। ସେମାନଙ୍କ ପାଖରେ ଆବଶ୍ୟକ ଖାଦ୍ୟ ଅବା ସୁରକ୍ଷିତ ଆଶ୍ରୟ ସ୍ଥଳ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri