ଖୋଲିଲା ମଣ୍ଡି, କର୍ମଚାରୀଙ୍କ ଦେଖାନାହିଁ

ବରଗଡ଼,୨୮ା୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଜିଲାରେ ରହିଥିବା ମଣ୍ଡିଗୁଡ଼ିକ ଖୋଲାଯାଇଛି। ଧାନ ଧରି ମଣ୍ଡିରେ ଚାଷୀମାନେ ମଧ୍ୟ ପହଞ୍ଚିଛନ୍ତି। ମଣ୍ଡିଗୁଡ଼ିକରେ ହଜାର ହଜାର ବସ୍ତା ଧାନ ବିକ୍ରି ଅପେକ୍ଷାରେ ପଡ଼ିରହିଛି। ହେଲେ ଧାନ କିଣାବିକା ପାଇଁ ମଣ୍ଡିରେ ନିୟୋଜିତ କର୍ମଚାରୀଙ୍କ ଦେଖା ନାହିଁ। ସେହିପରି ଗୁରୁବାର ରାତିରେ କେତେକ ଚାଷୀଙ୍କ ପାଖକୁ ଧାନ ବିକ୍ରି ଟୋକନ୍‌ ପହଞ୍ଚିଛି। ମାତ୍ର ତାହା ମଧ୍ୟ ଧର୍ମକୁ ଆଖିଠାର ଭଳି। ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଏଭଳି ଅବ୍ୟବସ୍ଥା ଏବଂ ଅଚଳାବସ୍ଥା ଯୋଗୁ ଜିଲାରେ ଚାଷୀ ଅସନ୍ତୋଷ ପୁଣି ତେଜି ଉଠୁଛି।

Dharitri – Odisha’s No.1 Odia Daily

 

Share