ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ବଡ଼ଧରଣର ଚୋରି, ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ ଲୁଟେରା

ଭୁବନେଶ୍ୱର,୨୬ା୧: ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ପଟ୍ଟନାୟକଙ୍କ ନୟାପଲ୍ଲୀସ୍ଥିତ ବାସଘରେ ଲୁଟେରା କଳାକନା ବୁଲାଇଛନ୍ତି। ଉପର ମହଲାରେ ରହୁଥିବା ପୁଅ-ବୋହୂଙ୍କ ଘରୁ ଲକ୍ଷାଧିକ ଟଙ୍କା ସହ ସୁନାଗହଣା ସବୁ ଲୁଟିନେଇଛନ୍ତି ଲୁଟେରା।

ଲୁଟେରା କେମିତି ପାଚେରି ଡେଇଁ ଘରେ ପଶି ଲୁଟ୍‌ କଲେ ଆଉ ଲୁଟ୍‌ ପରେ ଝରକା ପଟେ ଚମ୍ପଟ ମାରିଲେ ସବୁକିଛି ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ ଧରିବାକ ଛାନ୍‌ଭିନ୍‌ ଚଳାଇଛି ନୟାପଲ୍ଲୀ ପୋଲିସ।