୬ ମଦ ଦୋକାନରୁ ଚୋରି: କାର୍‌ ସମେତ ୧ ଲକ୍ଷ ୭୫ ହଜାର ଟଙ୍କା ଜବତ, ୫ ଗିରଫ

ଭଞ୍ଜନଗର,୨୩ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ୬ଟି ବିଦେଶୀ ମଦ ଦୋକାନରୁ ଇତି ମଧ୍ୟରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଜିଲାର ରମ୍ଭା, ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ଭଞ୍ଜନଗର ଥାନା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ମଦ ଦୋକାନରୁ ଚୋରି କରି ଚାଲିଥିଲେ। ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ପାରୁ ନ ଥିଲା। ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ଥିଲା। ଗତ ୮ ତାରିଖରେ ଦୁର୍ବୃତ୍ତମାନେ ଭଞ୍ଜନଗର ମୁଖ୍ୟ ସଡ଼କରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଚୋରି କରିଥିଲେ। ଦୁର୍ବୃତ୍ତମାନେ ୯୦ ହଜାର ଟଙ୍କା ସମେତ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ। ଏନେଇ ଦୋକାନ ମାଲିକ ମନୋଜ ସାହୁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଭଞ୍ଜନଗର ପୋଲିସ ୨୩୯/୨୫ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ବାରମ୍ବାର ଚୋରି ଯୋଗୁ ବିଭିନ୍ନ ଥାନାର ଅଧିକାରୀଙ୍କୁ ନେଇ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଏକାଧିକ ଟିମ୍‌ ଗଠନ କରିଥିଲେ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ।

ପୋଲିସ ବୈଷୟିକ ଜ୍ଞାନକୌଶଳକୁ ଆଧାର କରି ରବିବାର ୫ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ସେମାନେ ହେଲେ ହିଞ୍ଜିଳି ଥାନା ବୁରୁପଦାର ବବୁଲୁ ଦଳାଇ, ପୁରୁଷୋତ୍ତମପୁର ଥାନା ଭାଟକୁମାରଡ଼ାର ରଞ୍ଜନ ରାଉଳ, ବୁଗୁଡ଼ା ଥାନା ଅରଖପୁରର ଅରୁଣ ନାୟକ, ଅଜୟ ନାୟକ ଓ ଚିତ୍ରସେନ ଜେନା। ଏଥିସହ ସେମାନଙ୍କଠାରୁ ଗୋଟିଏ କାର ଗାଡ଼ି ସମେତ ଏକ ଲକ୍ଷ ୭୫ ହଜାର ଟଙ୍କା ଜବତ କରାଯାଇଛି। ରବିବାର ଭଞ୍ଜନଗର ଥାନାରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଗଞ୍ଜାମ ଥାନାର ପ୍ରୋବେସନାର ଆଇପିଏସ୍‌ ଅଧିକାରୀ ମନୀଷା ସୁଗୁନ ଅଭିଯୁକ୍ତମାନଙ୍କ ଗିରଫ କରାଯିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସମୟରେ ଭଞ୍ଜନଗର ଏସ୍‌ଡିପିଓ ସୁଜିତ କୁମାର ନାୟକ, ଥାନାଧିକାରୀ ଜୀବନାନନ୍ଦ ଜେନା, ଗଞ୍ଜାମ ଥାନା ଅଧିକାରିଣୀ ସୁମିତ୍ରା ପାତ୍ର, ଏସ୍‌ଆଇ ସମୀର କୁମାର ସେଠୀ, ଲକ୍ଷ୍ମୀକାନ୍ତ ମହାନ୍ତି, ଲିପିନା ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଧାନ ଖଳା ନିର୍ମାଣ ଶେଷ: ବିଡିଓଙ୍କୁ ଧନ୍ୟବାଦ ଜଣାଇଲେ ଚାଷୀବୃନ୍ଦ

କେସିଙ୍ଗା,୨୧।୫(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ମେଲୋଡି ଦେଖିବାକୁ ଯାଇଥିଲେ ଦିନେଶ, ହଠାତ୍‌ ହେଲା ମରଣାନ୍ତକ ଆକ୍ରମଣ: ଆଉ ତା’ପରେ…

ଭବାନୀପାଟଣା,୨୧।୫(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଲାଲ ବାହାଦୁର ଶାସ୍ତ୍ରୀ ଖେଳ ପଡିଆଠାରେ ବୁଧବାର ରାତିରେ ଭବାନୀପାଟଣା ସଦର ବିଧାୟକଙ୍କ ଦ୍ୱାରା ଖେଳ ମେଳା କାର୍ଯ୍ୟକ୍ରମ ଆୟୋଜିତ…

ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ଯନ୍ତ୍ରୀ, ୭ଟି ସ୍ଥାନରେ ଏକକାଳୀନ ରେଡ୍‌

ଗୁଣପୁର,୨୧।୫(ସୁଜାତା ପାଢ଼ୀ) : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ୍‌ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ…

ଝାରସୁଗୁଡାରେ ଲଜ୍ଜା, ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ଯାଇଥିବା ବେଳେ ହସ୍ପିଟାଲରେ ନାବାଳିକାଙ୍କୁ ବଳାତ୍କାର

ଝାରସୁଗୁଡ଼ା,୨୧।୫(ଆଶିଷ ରଞ୍ଜନ ଦାଶ): ରୋଗୀ ସେବା ପାଇଁ ଉଦ୍ଦିଷ୍ଟ ପବିତ୍ର ଚିକିତ୍ସାଳୟ ପରିସରରେ ଘଟିଯାଇଛି ଏକ ସଙ୍ଗୀନ ଓ ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଝାରସୁଗୁଡ଼ା ଜିଲା ମୁଖ୍ୟ…

ଫୋନରେ କଥା ହେଉହେଉ ହଠାତ୍ ଟ୍ରମ୍ପଙ୍କ ଉପରେ ରାଗିଗଲେ ନେତାନ୍ୟାହୁ, କହିଦେଲେ ଏହି ବଡ଼ କଥା

ଓ୍ବାଶିଂଟନ,୨୧।୫: ଇରାନ ବିରୁଦ୍ଧରେ ଚାଲିଥିବା ସଂଘର୍ଷର ଭବିଷ୍ୟତ ରଣନୀତି ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ଟେଲିଫୋନ୍ ଆଲୋଚନା…

ମମତାଙ୍କୁ ଲାଗିଲା ଜୋରଦାର ଝଟକା! ପ୍ରଥମେ ଶୋଚନୀୟ ପରାଜୟ, ଆଉ ଏବେ… ରାସ୍ତାକୁ ଓହ୍ଲାଇବେ ଦିଦି!

କୋଲକାତା,୨୧।୫: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଟିଏମସି ନେତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବୃଦ୍ଧି ପାଇଛି। ନିକଟରେ ରାଜ୍ୟ ବିଧାନସଭା ନିର୍ବାଚନରେ ଦମନମୂଳକ ପରାଜୟ ପରେ, ତାଙ୍କୁ…

ପରିବା ବିକାଳିଙ୍କ ଝିଅ ଯୁକ୍ତ ୨ ବିଜ୍ଞାନରେ ଟପ୍ପର: ଜିଲା ପାଇଁ ଆଣିଲେ ଗୌରବ

ମୋହନା,୨୧ା୫(ମନ୍ମଥ ମିଶ୍ର): ବାପା ଜଣେ ପରିବା ବ୍ୟବସାୟୀ, ହେଲେ ଝିଅ ଯୁକ୍ତ ଦୁଇ ବିଜ୍ଞାନରେ ୫୬୦ ନମ୍ବର ଆଣି ଜିଲା ପାଇଁ ଗୌରବ ଆଣିଛନ୍ତି। ଗଜପତି ଜିଲା…

ଏବେ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଦେବାକୁ ପଡିବ ଏତେ ଟଙ୍କା! ଜାରି ହେଲା ନୂଆ ଦାମ୍‌

ନୂଆଦିଲ୍‌ଲୀ,୨୧।୫: ପଶ୍ଚିମ ଏସିଆରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଏବଂ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁଁ, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri