ବଡ଼ ଭଉଣୀର ମୃତ୍ୟୁ ଖବର ଶୁଣି ଯାଉଥିଲେ ସାନ, ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ): ବଡ଼ ଭଉଣୀଙ୍କ ମୃତ୍ୟୁ ଖବର ପାଇ ଭଉଣୀଙ୍କ ଶେଷ ଦର୍ଶନ କରିବାକୁ ଯାଇଥିଲେ ସାନ ଭଉଣୀ। ମାତ୍ର କିଏ ଜାଣିଥିଲା ରାସ୍ତାରେ ତାଙ୍କୁ ନେବା ପାଇଁ ଯମ ଛକି ବସିଥିଲା ବୋଲି।

କେନ୍ଦୁଝର ଜିଲା ଘସିପୁରା ବ୍ଲକ ଜର୍ଦ୍ଦା ଗାଁର ମଞ୍ଜୁଲତା ଜେନା ନାମକ ଜଣେ ମହିଳା ଆନନ୍ଦପୁର ଥାନା ମୁଗୁପୁର ଗାଁରେ ତାଙ୍କ ଭଉଣୀଙ୍କ ମୃତ୍ୟୁ ହୋଇଥିବା ଖବର ପାଇ ନିଜ ପୁଅକୁ ଧରି ବାଇକ୍‌ ଯୋଗେ ବାହାରି ଯାଇଥିଲେ ମୃତ ଭଉଣୀଙ୍କୁ ଶେଷ ଦର୍ଶନ କରିବାକୁ। ଦେଖି ସାରି ଫେରିବା ସମୟରେ ଘଷିପୁରା ଥାନା ଶାଳପଡ଼ା ସର୍ଭିସ ରୋଡ୍‌ରେ ନିର୍ମିତ ଉଚ୍ଚା ହମ୍ପ୍ସରେ ବାଇକ୍‌ରୁ ଖସି ପଡ଼ି ତାଙ୍କର ଜୀବନ ଯାଇଛି। ଏପରି ହୃଦୟ ବିଦାରକ ଘଟଣା ଘଟିବା ପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି l ପ୍ରତ୍ୟେକ ଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବାରୁ ତୁରନ୍ତ ଏହି ରାସ୍ତା ମରାମତି କରିବାକୁ ସ୍ଥାନୀୟ ଅଞ୍ଚଳରେ ଦୃଢ଼ ଦାବି ହେଉଛି।

Share
Tags: accident