ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

ପାପଡାହାଣ୍ଡି,୭।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ବରୱାଡା ଗ୍ରାମରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ମଇଦଲପୁର ଥାନା କେନ୍ଦୁଗୁଡା ଗ୍ରାମର ଉମାକାନ୍ତ ହରିଜନ ବୋଲି ସୂଚନା ମିଳିଛି। ସେ ଧାନ ପାଇଁ ଗତ ଶନିବାର ବରୱାଡା ଗ୍ରାମକୁ ଯାଇଥିଲେ। ସୋମବାର ରାତ୍ରରେ ମୋବାଇଲ ଚାର୍ଜ କରିବା ପାଇଁ ନିକଟସ୍ଥ ଘରେ ପଶିଥିଲେ। ପାହାନ୍ତିଆ ସମୟରେ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏନେଇ କୋଡ଼ିଙ୍ଗା ଥାନାରେ ଏକ ଏତଲା ଦେଇଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଛି। ଉମାକାନ୍ତଙ୍କ ମୃତଦେଖ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାହାଣ୍ଡି ଉତ୍ସବ ପୂର୍ବରୁ ମନ ମୋହିଲା ପଥୋତ୍ସବ

ଭବାନୀପାଟଣା,୧୩ା୧(ଉତ୍ତମ କୁମାର ଦାଶ)- ଭବାନୀପାଟଣାଠାରେ ଜିଲା ସ୍ତରୀୟ କଳାହାଣ୍ଡି ଉତ୍ସବ ‘ଘୁମୁରା’ ଉପଲକ୍ଷେ ରବିବାରଠାରୁ ଆରମ୍ଭ ହୋଇଛି ପଥୋତ୍ସବ। କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା...

ଚାଷୀଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ଦେଲେ ବିଧାୟକ

ଛତ୍ରପୁର,୧୩।୧(ସନ୍ତୋଷ ପାଢ଼ୀ): ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ସୋମବାର ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କତୁରୁ ଗ୍ରାମର ମୃତ୍ୟୁବରଣ କରିଥିବା ଚାଷୀ ପି.ଈଶ୍ୱର ରେଡ୍ଡିଙ୍କ ପରିବାର...

ଗଞ୍ଜାମ ସହରରେ ନିର୍ମାଣ  ହେବ ରାମ ମନ୍ଦିର: ସମସ୍ତ ପଅସ୍ତୁତି ନେଇ…

ଗଞ୍ଜାମ,୧୩।୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହରାଞ୍ଚଳରେ ଖୁବଶୀଘ୍ର ରାମମନ୍ଦିର ନିର୍ମାଣ ହେବାକୁ ଯାଉଛି। ସ୍ଥାନୀୟ ଅଞ୍ଚଳର ସୀତାରାମ ଫାଉଣ୍ଡେଶନ ଏହାର ସମସ୍ତ ଦାୟିତ୍ୱ ବହନ କରିବ।...

ପେଟି ଭିତରୁ ଶିଶୁକନ୍ୟାର ମୃତଦେହ ଜବତ କଲା ପୋଲିସ, କିଏ ସେହି …

ବାଲେଶ୍ୱର,୧୩ା୧(ବାଞ୍ଛାନିଧି ଦେ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ କସିମିଳା ପୋଲ ନିକଟରୁ ସୋମବାର ଜଣେ ନବଜାତ ଶିଶୁକନ୍ୟାର ମୃତଦେହକୁ ପୋଲିସ ଜବତ କରିଛି।ଏହି ପୋଲ ନିକଟରେ...

ଜଗନ୍ନଥଙ୍କ ପ୍ରଶ୍ନବାଣ ପରେ ଉତ୍ତର ରଖିଲେ ବିଜେଡି ବିଧାୟକ ଅରୁଣ ସାହୁ, କହିଲେ ଯାହାର ଖାଇବାକୁ ଇଚ୍ଛା ହେବ ସେ…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ବିଜେଡିକୁ ଟାର୍ଗେଟ କରି...

ବିଜେଡି କାର୍ଯ୍ୟାଳୟ ହୋଟେଲ ହେବା ନେଇ ଭାଜପା ନେତାଙ୍କ ବଡ଼ ବୟାନ, ସତରେ କ’ଣ ବିଜେଡି…

ଭୁବନେଶ୍ୱର,୧୩ା୧: ବିଜେଡି କାର୍ଯ୍ୟାଳୟ ହୋଟେଲ ସାଜିବା ପ୍ରସଙ୍ଗକୁ ନେଇ ସୋମବାର ଏକ ଖବରଦାତା ସମ୍ମିଳନୀରେ ଭାଜପା ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ମୁହଁ ଖୋଲିଛନ୍ତି। ସେ...

ଚୋରି ରୋକିବାକୁ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଲାଗିଲା ସିସିଟିଭି

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ କଲେଜ ରୋଡ୍‌ରେ ଅବସ୍ଥିତ ମା’ ଦଣ୍ଡକାଳୀଙ୍କ ମନ୍ଦିରରେ ଶନିବାର ସିସିଟିଭି କ୍ୟାମେରା ଲାଗିଥିବା ଜଣାପଡ଼ିଛି। ଗଞ୍ଜାମ ସହର ଦ ଇକୋ...

ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ପୁଅ ଡମ୍ବରୁଧର

ଗଞ୍ଜାମ,୧୩ା୧(ବିଦ୍ୟାଧର ସାହୁ): ଭୁବନେଶ୍ୱରରେ ୩ ଦିନ(୧୭,୧୮,୧୯) ଧରି ହେବାକୁ ଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନରେ ଭାଗ ନେବେ ଗଞ୍ଜାମ ସହରର ଓଡ଼ିଆ ପୁଅ ଜି.ଡମ୍ବରୁଧର ରାଓ। ତେଇଶି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri