Categories: ଯାଜପୁର

ବେକରେ ଗାମୁଛା ବାନ୍ଧି ଗଛରେ ଝୁଲିପଡ଼ିଲେ ଯୁବକ

ଜେନାପୁର,୧୦ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ଅଧିନସ୍ଥ ବାଉଁଶଡୋଲ ଗ୍ରାମର ଜଣେ ଯୁବକ ୫୩ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଚାକୁଣ୍ଡା ଗଛରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକଙ୍କ ନାମ ଶ୍ରୀକାନ୍ତ ଦାସ (୨୩)। ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି।