ବଲାଙ୍ଗୀର, ୧୪।୩ (ସୁନିଲ କୁମାର ମହାନ୍ତି): ଏକା ସାଙ୍ଗରେ ମିଶି ପାର୍ଟି କରିବା ସାଙ୍ଗକୁ କାଳ ହେଲା। ବଲାଙ୍ଗୀର ସଦର ବ୍ଲକ ରିନ୍ବବଚନ ଗାଁରେ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । ତିନି ଜଣ ସାଙ୍ଗ ଏକା ସାଙ୍ଗରେ ଗାଁରେ ମଦ ପିଉଥିଲେ। ହେଲେ ମଦ ପାଉଚ ଭାଗବଣ୍ଟାକୁ ନେଇ ଆରମ୍ଭ ହୋଇଥିଲା ଦୁଇ ଜଣ ସାଙ୍ଗଙ୍କ ମଧ୍ୟରେ ବଚ୍ସା । ପରେ ମଦ ପାଉଚ ପିଇବାକୁ ନେଇ ସାଙ୍ଗ ସାଜିଥିଲେ ସଇତାନ। ଏକା ସାଙ୍ଗରେ ଖିଆ ପିଆ କଲା ବେଳେ ବଚ୍ସା ହେବା ପରେ ସାଙ୍ଗ ବାଡ଼ିରେ ପିଟି ପିଟି ମାରିଦେଲେ। ଏପରି ଘଟଣା ଘଟିଛି ବଲାଙ୍ଗୀର ସଦର ଥାନା ରିନବଚନ ଗାଁରେ । ଗାଁର ୨୫ ବର୍ଷର ଯୁବକ ଦୀପକ ନାଏକଙ୍କୁ ପିଟିପିଟି ସାଙ୍ଗମାନେ ହତ୍ୟା କରିଛନ୍ତି । ଗତକାଲି ରାତିରେ ଏହି ଘଟଣା ଘଟିଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହିତ, ୭ ଜଣ ସାଙ୍ଗଙ୍କୁ ବଲାଙ୍ଗୀର ସଦର ଥାନାକୁ ଆଣି ରଖି ପଚରାଉଚରା ଜାରି ରଖିଛି । ଅନ୍ୟପଟେ ଦୀପକର ପରିବାର ଲୋକେ ରିନବଚନ ଗ୍ରାମର ଦୁର୍ଗାପ୍ରସାଦ ବେହେରା (ଇଲୁ) ଘରୁ ଡାକିନେଇ ବାଡ଼ିରେ ପିଟି ପିଟି ମାରି ଦେଇଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ରାଜ କୁମାର ବିଶ୍ବାଳ କହିଛନ୍ତି ।

