କରୋନା ରୋଗୀଙ୍କ ସହୟତା ପାଇଁ ନିଜ ଏସ୍‌ୟୁଭି କାର୍‌ ବିକ୍ରି କଲେ ଯୁବକ

ମୁମ୍ବାଇ,୨୪।୬: ଦେଶରେ କରୋନା ମହାମାରୀ ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଲାଣି। ଭାରତରେ କରୋନାରୁ ଅଧିକ ପ୍ରଭାବିତ ହେଉଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଏଠାରେ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନା ପ୍ରକୋପରୁ ଲୋକଙ୍କୁ ବଞ୍ଚାଇବା ପାଇଁ ସରକାରଙ୍କଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ ସଂଗଠନ ଓ ସ୍ବେଚ୍ଛସେବୀ ସଂଗଠନ ଆଗେଇ ଆସିଛନ୍ତି। ଇତିମଧ୍ୟରେ ମୁମ୍ବାଇର ୨ଜଣ ଯୁବକ କରୋନା ରୋଗୀଙ୍କୁ ସହାୟତା କରିବାକୁ ଯାଇ ନିଜର ଏସ୍‌ୟୁଭି କାର୍‌ ବିକ୍ରି କରିଦେଇଛନ୍ତି। ଆଉ ଏହା ବଦଳରେ ସେ ଲୋକଙ୍କୁ ଅକ୍ସିଜେନ୍‌ ସିଲିଣ୍ଡର ବାଣ୍ଟୁଥିବା ଜଣାପଡ଼ିଛି। ପ୍ରତିଦିନ ସେମାନେ ୧୫ରୁ ୨୦ଟି ସିଲିଣ୍ଡର ବାଣ୍ଟିଥାନ୍ତି। ସୂଚନାଯୋଗ୍ୟ, ମୁମ୍ବାଇର ମଲାଡରେ ରହୁଥିବା ଶାହନଓ୍ବାଜ ହୁସେନ ଓ ଅବ୍ବାସ ରିଜଓ୍ବି ଦୁହେଁ ଭଲ ସାଙ୍ଗ। ଅବ୍ବାସଙ୍କ ଜଣେ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ ଅକ୍ସିଜେନ୍‌ ଅଭାବରୁ ହୋଇଥିଲା। ଫଳରେ ଏହି ଘଟଣା ପରେ ଶାହନଓ୍ବାଜ ଓ ଅବ୍ବାସ ଭାବିଥିଲେ ଯେ, ପ୍ରତିଦିନ ଅକ୍ସିଜେନ ଅଭାବରୁ ଏଭଳି କେତେକ ଲୋକଙ୍କ ମୃତ୍ୟୁ ଘଟୁଥିବ। ତେଣୁ ଅକ୍ସିଜେନ ଆବଶ୍ୟକ ହେଉଥିବା ଲୋକଙ୍କ ଜୀବନ ରକ୍ଷା ଲାଗି ଦୁହେଁ ଅଣ୍ଟାଭିଡ଼ିଥିଲେ। କିଛି ଟଙ୍କା ଏକଜୁଟ୍‌ କରି ସେମାନେ ସିଲିଣ୍ଡର ବାଣ୍ଟିବା ଆରମ୍ଭ କରିଥିଲେ। ମାତ୍ର ୩୦ଟି ସିଲିଣ୍ଡର ବାଣ୍ଟିବା ପରେ ସେମାନଙ୍କ ପାଖରେ ଟଙ୍କା ଅଭାବ ଦେଖାଦେଇଥିଲା। ତେବେ ସେହି ସମୟରେ ମନଉଣା ନ କରି ଶାହନଓ୍ବାଜ ନିଜର ଦାମୀ ଗାଡ଼ି ଏସ୍‌ୟୁଭି କାର୍‌କୁ ବିକ୍ରି କରିଦେଇଥିଲେ। ଆଉ ସେହି ଟଙ୍କାରେ ସେମାନେ ଆବଶ୍ୟକ ଥିବା ଲୋକଙ୍କୁ ସିଲିଣ୍ଡର ବାଣ୍ଟୁଛନ୍ତି। ଲୋକଙ୍କ ସହାୟତା ପାଇଁ ଏହି ୨ସାଙ୍ଗ ସବୁବେଳେ ପ୍ରସ୍ତୁତ ରହିଥାନ୍ତି। ରାତି ହେଉ କି ଦିନ ଯିଏ ଯେତେବେଳେ ସହାୟତା ଲୋଡିଲା ସେଠାରେ ସେମାନେ ହାଜିର ହୋଇଯାନ୍ତି। ଏହି ମହତ୍‌ କାର୍ଯ୍ୟ ଜୁନ୍‌ ୫ରୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଶାହନଓ୍ବାଜ ଓ ଅବ୍ବାସ ୨୫୦ରୁ ଊର୍ଦ୍ଧ୍ୱ ସିଲିଣ୍ଡର ବାଣ୍ଟିସାରିଲେଣି। ତେବେ ଏହି ୨ସାଙ୍ଗଙ୍କ କାର୍ଯ୍ୟକୁ ଏବେ ସବୁମହଲରେ ପ୍ରଶଂସା କରାଯାଉଥିବା ବେଳେ ଚାରିଆଡେ ଚର୍ଚ୍ଚା ଲାଗିରହିଛି। ସେପଟେ ଶାହନଓ୍ବାଜ କହିଛନ୍ତି, କାର୍‌ ପାଇଁ ମନଦୁଃଖ ନାହିଁ, ଏଥିରୁ ଯଦି ଜଣେ ଲୋକଙ୍କ ଜୀବନ ବଞ୍ଚିଯାଉଛି ତେବେ ସେଇଟା ମୋପାଇଁ ଖୁସିର କଥା।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri