କରୋନା ଟିକା ପ୍ରସ୍ତୁତ କରିଥିବା ଦାବିକଲେ ଯୁବକ: ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଖୋଳତାଡ଼ ଆରମ୍ଭ

ବରଗଡ଼ ଅଫିସ,୨୬।୯: ବିଶ୍ୱରେ କରୋନା(କୋଭିଡ-୧୯) ସଂକ୍ରମଣ ବ୍ୟାପି ଚାଲିଛି । ଏ ପର୍ଯ୍ୟନ୍ତ ଏହାର କୌଣସି ଠୋସ ପ୍ରତିଷେଧକ ଔଷଧ କିମ୍ବା ଭ୍ୟାକସିନ୍‌ ବାହାରି ପାରି ନାହିଁ। ଏଥିପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ( ଡବ୍ଲୁଏଚ୍‌ଓ) ତଥା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଦିନରାତି ଲାଗି ପଡିଥିଲେ ହେଁ, ସେଥିରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇ ପାରି ନାହାନ୍ତି।
ଅନ୍ୟପକ୍ଷରେ ବରଗଡ଼ ଜିଲା ଭେଡେନ୍‌ ଥାନା ରୁଷୁଡା ଅଞ୍ଚଳର ଜଣେ ଯୁବକ ପ୍ରହଲ୍ଲାଦ ବିଶି ନିଜେ କୋଭିଡ-୧୯ ପ୍ରତିଷେଧକ ଟୀକା (ଭ୍ୟାକସିନ୍‌) ପ୍ରସ୍ତୁତ କରିଛନ୍ତି ବୋଲି ଦାବି କରିବା ଆଲୋଡ଼ନ ସୃଷ୍ଟି କରିଛି। ଏ ନେଇ ଖବରପାଇ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ ସମ୍ପୃକ୍ତ ଯୁବକଙ୍କ ପାଖରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛନ୍ତି। ତାଙ୍କ ପାଖରୁ ଲାଲ ଓ ନୀଳ ରଙ୍ଗର ୧୨ ଭାଏଲ ସେହି ତଥାକଥିତ ଟିକା, ସିରିଞ୍ଜ ଆଦି ଜବତ୍‌ ହୋଇଛି ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଦେହୁରୀ କହିଛନ୍ତି। ଏ ସମ୍ପର୍କରେ ଡ୍ରଗ୍ସ କଣ୍ଟ୍ରୋଲ ରୁମ୍‌କୁ ଜଣାଯିବା ସହିତ ଏକ ନମୁନା ପରୀକ୍ଷା ପାଇଁ ଲାବୋରେଟୋରୀକୁ ପଠାଯାଇଛି ବୋଲି ଦେହୁରୀ କହିଛନ୍ତି। ସେହିପରି ସମ୍ପୃକ୍ତ ଯୁବକ ଡ୍ରଗ୍ସ ଆକ୍ଟ ଉଲ୍ଲଂଘନ କରିଥିବା ଯୋଗୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଦେହୁରୀ କହିଛନ୍ତିି। ଅନ୍ୟପଟେ ସେ ଭ୍ୟାକସିନ ପ୍ରସ୍ତୁତ କରିବା ପରେ ନିଜେ ଖବର ଦେବାରୁ ଡ୍ରଗ୍ସ ଇନ୍ସପେକ୍ଟର ଦେହୁରୀ ତାଙ୍କ ପାଖକୁ ପହଞ୍ଚି ଥିଲେ ବୋଲି ସମ୍ପୃକ୍ତ ଯୁବକ କହିଛନ୍ତି । ସେହି ଭ୍ୟାକସିନ୍‌ ପ୍ରୟୋଗ କଲେ ତାହା ନିଶ୍ଚିତ କାମ ଦେବ ବୋଲି ଯୁବକ ଜଣକ କହିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ଭେଡେନ୍‌ ଥାନା ରେମଣ୍ଡା ଅଞ୍ଚଳର ମୂଳ ବାସିନ୍ଦା ଏବଂ ଗତ କିଛିମାସ ହେଲା, ସେ ରୁଷୁଡାର ଏକ ଭଡାଘରେ ବାସ କରୁଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଘଟଣାଟି ଜିଲାରେ ହଇଚଇ ସୃଷ୍ଟି କରି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ଓଡ଼ିଶା ବଜାରରେ ବିକ୍ରି ହେଉଛି ନିମ୍ନମାନର କ୍ଷୀର, ଆପଣ କିଣୁନାହାନ୍ତି ତ ?

ଭୁବନେଶ୍ବର,୧୮।୨: ରାଜ୍ୟରେ ବିକ୍ରି ହେଉଛି ନିମ୍ନ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ। ଏନେଇ ବୁଧବାର ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ…

ସରକାରଙ୍କ ବଡ ପଦକ୍ଷେପ: ରସୁଲଗଡ଼ରେ ହେବ ୫୦୦ ମିଟରର ସ୍କାଏୱାକ୍‌

ଭୁବନେଶ୍ବର,୧୮।୨: ରାଜଧାନୀର ଜାତୀୟ ରାଜପଥ-୧୬ରେ ଆଉ ରହିବନି ଦୁର୍ଘଟଣାର ଭୟ। ପଥଚାରୀଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI। ପଳାଶୁଣିରୁ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri