ଲେଖକ ଲେଖନ୍ତୁ

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୧୯(୧) ‘ଏ’ରେ ନାଗରିକର ଅଭିବ୍ୟକ୍ତି ସ୍ବାଧୀନତା ଏକ ମୌଳିକ ଅଧିକାର ଭାବେ ବର୍ଣ୍ଣନା କରାଯାଇଛି। କିନ୍ତୁ ବହୁ କ୍ଷେତ୍ରରେ ସେହି ଅଧିକାର ଭଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ଏପରିକି ରୋକ୍‌ଠୋକ୍‌ କହି ଦେଉଥିବା କିମ୍ବା ଲେଖିଦେଉଥିବା ବ୍ୟକ୍ତିଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ୁଛି ବା ସ୍ଥଳବିଶେଷରେ ତାଙ୍କର ଜୀବନ ନେଇ ନିଆଯାଉଛି। ୫ ସେପ୍ଟେମ୍ବର ୨୦୧୭ରେ ବେଙ୍ଗାଲୁରୁରେ ସାମ୍ବାଦିକା ତଥା ଲେଖିକା ଗୌରୀ ଲଙ୍କେଶଙ୍କୁ ଚରମ ଦକ୍ଷିଣପନ୍ଥୀ ହିନ୍ଦୁଙ୍କୁ ସମାଲୋଚନା କରି ଲେଖା ପ୍ରକାଶ କରିବାରୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ଅଭିବ୍ୟକ୍ତି ସ୍ବାଧୀନତାକୁ ବିରୋଧ ସହ ଅସହିଷ୍ଣୁତାର ଅନେକ ଉଦାହରଣ ମଧ୍ୟରୁ ଏହା ଗୋଟିଏ। ଏବେ ତାମିଲନାଡୁର ପେରିୟାର ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଆସୋସିଏଟ୍‌ ପ୍ରଫେସର ଆର୍‌. ସୁବ୍ରମଣି ଦୁଇଟି ବହି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଲେଖିବା ହେତୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ପୁସ୍ତକ ଦୁଇଟି ହେଲା ‘ପେରିୟାର୍ସ ବ୍ୟାଟଲଫିଲ୍ଡ’ ଏବଂ ‘ମାକାଉଲେ ଓ୍ବାଜ୍‌ ଆନ୍‌ ଏନ୍‌ମି ଅଫ୍‌ କନଜରଭେଟିଭ୍‌ ଏଜୁକେଶନ’। ଏହା ଯଥାକ୍ରମେ ୨୦୨୨ ଓ ୨୦୨୩ରେ ପ୍ରକାଶ ପାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ‘ମାକାଉଲେ’ ନାମରେ ସେ ୨୦୦୭ରେ ପ୍ରଥମେ ଏକ ବହି ଲେଖିଥିଲେ ଓ ୨୦୨୩ରେ ଏଥିରେ ୬୦ ପୃଷ୍ଠା ଅଧିକ ଯୋଡ଼ି ତାହାର ନାମ ପରିବର୍ତ୍ତନ କରିଥିଲେ। ତେବେ ପେରିୟାର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତିକୁ ତାମିଲନାଡୁ ଫେଡେରେଶନ ଅଫ୍‌ ୟୁନିଭର୍ସିଟି ଫାକଲ୍ଟି ଆସୋସିଏଶନ ବିରୋଧ କରିବା ପରେ ଅଭିବ୍ୟକ୍ତି ସ୍ବାଧୀନତାକୁ ନେଇ ସଦ୍ୟ ସମସ୍ୟା ଉପୁଜିଛି।
ଭାରତରେ ଗତ କିଛିବର୍ଷ ହେବ ବିଭିନ୍ନ କ୍ଷେତ୍ରରେ ଅସହିଷ୍ଣୁତା କାୟା ବିସ୍ତାର କରୁଥିବା ବାରମ୍ବାର ଦେଖିବାକୁ ମିଳୁଛି। ଜଣେ କ’ଣ ଖାଇବ, କି ପୋଷାକ ପରିଧାନ କରିବ, କେଉଁ ଧର୍ମ ଅବଲମ୍ବନ କରିବ, କେଉଁ ପ୍ରସଙ୍ଗ ଉପରେ ଲେଖିବ ତାହା ବ୍ୟକ୍ତିର ପସନ୍ଦ ଉପରେ ଛଡ଼ା ନ ଯାଇ ଶାସନ କରୁଥିବା ବର୍ଗ ଉପରେ ନିର୍ଭର କରୁଥିବା ଭଳି ମନେହେଉଛି। ବିଗତ ଦିନରେ ହୋଇଥିବା ଅନେକ ଲିଞ୍ଚିଂର ମୂଳକୁ ଲକ୍ଷ୍ୟ କଲେ କିମ୍ଭୂତକିମାକାର କାରଣ ଜଣାପଡ଼ିଛି। ଏବେ ସାମାଜିକ ବ୍ୟବସ୍ଥାକୁ ଦେଖିଲେ କେନ୍ଦ୍ର ହେଉ ବା ଅନେକ ରାଜ୍ୟ ସରକାରଙ୍କୁ ଯେଉଁ ବିଷୟ ସୁହାଉ ନାହିଁ ବୋଲି ହୃଦ୍‌ବୋଧ ହେଉଛି, ତାହାକୁ ସଙ୍ଗେ ସଙ୍ଗେ ହଟାଇ ଦେବା ଲାଗି ନିର୍ଦ୍ଦେଶ ଆସୁଛି। ସେହି ନିର୍ଦ୍ଦେଶକୁ ଅବମାନନା କଲେ ବ୍ୟକ୍ତି କିମ୍ବା ସଙ୍ଗଠନ ଦଣ୍ଡିତ ହେଉଛନ୍ତି। ଏହାର ଅର୍ଥ ବୁଝିବାକୁ ହେବ ଯେ ଗଣତନ୍ତ୍ରକୁ ଅନୁସରଣ କରୁଥିବା ଭାରତବର୍ଷରେ ବ୍ୟକ୍ତି ସ୍ବାଧୀନତା ସଙ୍କୁଚିତ ହୋଇଯାଉଛି। ଯିଏ ସରକାରଙ୍କୁ ସମର୍ଥନ କଲେ ସିଏ ସୁନା ପୁଅ ଓ ସବୁ ସୁବିଧା ପାଇବାକୁ ହକ୍‌ଦାର ଏବଂ ଯେଉଁମାନେ ପ୍ରତିବାଦ କଲେ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ ବୈପିତୃକ ମନୋଭାବ ପୋଷଣ କରାଯାଉଛି। ପେରିୟାର ବିଶ୍ୱବିଦ୍ୟାଳୟ ଆସୋସିଏଟ୍‌ ପ୍ରଫେସର ଆର୍‌. ସୁବ୍ରମଣି ଦ୍ରାବିଡୀୟ ସଂସ୍କାରକ ପେରିୟାର ଏବଂ ଭାରତରେ ଇଂଲିଶ ଶିକ୍ଷାର ପ୍ରଚଳନ କରିଥିବା ଲର୍ଡ ମାକାଉଲେଙ୍କୁ ଉପଲକ୍ଷ୍ୟ କରି ପୁସ୍ତକ ଲେଖିଛନ୍ତି। ସେଥିରେ ସେ ଯେଉଁ ଭାବନା ଯୋଡ଼ିଛନ୍ତି ତାହା ଉପରେ ତର୍ଜମା ହେବା ଦରକାର। ଓଡ଼ିଆରେ ଢଗ ଅଛି-‘ଗୋଠ ମାତିଲେ ଖଣ୍ଡିଆ ମାତେ’। ଅର୍ଥାତ୍‌ ଥୋକେ ଗୋଟେ ବିଷୟକୁ ଯଦି ବିରୋଧ କଲେ ଆହୁରି ଅନେକ ଲୋକ ମୂଳ କଥାକୁ ନ ବୁଝି ଗୋଟେ ‘ଘୋ’ରେ ମାତି ଯାଇଥାଆନ୍ତି। ଏଠାରେ ବହୁ ବିଷୟରେ ଉପଯୁକ୍ତ ଗବେଷଣା ବା ତର୍ଜମା ହୋଇ ନ ଥାଏ। ଜଣେ ଯଦି କୌଣସି ବିଷୟରେ ନୂଆ ଚିନ୍ତାଧାରା ଆଣିଛନ୍ତି ତାହା ଉପରେ କର୍ମଶାଳା, ସେମିନାର ଆଦି କରାଗଲେ କିଛି ଗୋଟେ ନିଷ୍କର୍ଷ ଆସିପାରନ୍ତା। ସବୁବେଳେ ସମାଲୋଚନାକୁ ନକାରାତ୍ମକ ଦୃଷ୍ଟିରେ ଦେଖାଯିବା ଉଚିତ ନୁହେଁ। ତେବେ ଜଣେ ଲେଖକ ପୂର୍ବରୁ ପ୍ରଚଳିତ ହେଉଥିବା ଧାରାରେ କିଛି ଖୁଣ ଥିବା ଲକ୍ଷ୍ୟ କଲେ, ସେ ତାହାକୁ ସହଜରେ ସୁଧାରି ନୂଆ ପରମ୍ପରା ସୃଷ୍ଟି କରିପାରିବେ। ପୁରୁଣାକାଳିଆ ଚିନ୍ତାଭର୍ତ୍ତି କୋଠରିର ଝରକାକୁ ଉନ୍ମୁକ୍ତ ରଖିଲେ ଯାଇ ମହତ୍‌ ଭାବନା ପ୍ରବେଶ କରିପାରନ୍ତା। ଏଭଳି ସ୍ଥଳେ ଆଫଗାନିସ୍ତାନର ଉଦାହରଣ ଦେଖାଯାଉ। ସେଠାରେ ତାଲିବାନ ଶାସକ ମହିଳାଙ୍କୁ ସମ୍ପୂର୍ଣ୍ଣ ଭାବେ ସାମାଜିକ ଜୀବନରୁ ଦୂରେଇ ଦେବା ସହିତ କଠୋର ଇସ୍‌ଲାମୀୟ ଚିନ୍ତାଧାରା ପୋଷଣ କରି ଭିନ୍ନ ମତଧାରୀଙ୍କୁ କଡ଼ା ଦଣ୍ଡରେ ଦଣ୍ଡିତ କରୁଛି। ଭାରତ ବହୁ ଊର୍ଦ୍ଧ୍ୱକୁ ଚିନ୍ତା କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri