ନୂଆଦିଲ୍ଲୀ, ୨୬ା୬ (ପି.ଟି.)-ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ଅନ୍ଲାଇନ୍ ସେସନରେ ଅଂଶଗ୍ରହଣ କରିବା ଲାଗି ରାଜି ନ ହେବାରୁ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମହିଳା ବିଭାଗ କୋଚ୍ ଆମେରିକାର ଆଣ୍ଡ୍ର୍ୟୁ କୁକ୍ଙ୍କୁ ବହିଷ୍କାର କରିବ। କୋଭିଡ୍-୧୯ ମହାମାରୀ ଯୋଗୁ ମାର୍ଚ୍ଚରେ ଲକ୍ଷ୍ନୌରେ ମହିଳା କୁସ୍ତି ଯୋଦ୍ଧାଙ୍କର ଚାଲିଥିବା ଜାତୀୟ କ୍ୟାମ୍ପକୁ ସସ୍ପେଣ୍ଡ କରାଯାଇଥିଲା। ଫଳରେ କୁକ୍ ସିଆଟଲ ଚାଲିଯାଇଥିଲେ। ଡବ୍ଲ୍ୟୁଏଫ୍ଆଇର କହିବା ଅନୁସାରେ ଇ-ପାଠ୍ଶାଳାରେ ଯୋଗଦାନ ପାଇଁ ସାଇ ନିକଟରେ କୁକ୍ଙ୍କ ସହିତ ଯୋଗାଯୋଗ କରିଥିଲା। ମାତ୍ର ଆମେରିକୀୟ ଜଣକ କହିଥିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ବକେୟା ବେତନ ନ ମିଳିଛି, ସେ ପର୍ଯ୍ୟନ୍ତ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ମାର୍ଚ୍ଚ ୧୭ରେ କୁକ୍ ଯେତେବେଳେ ଆମେରିକା ଫେରିଥିଲେ, ସେ କହିଥିଲେ ସାଇ ତାଙ୍କର ଅଧା ବେତନ ବାକି ରଖିଛି। ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଏଫ୍ଆଇ ଆସିଷ୍ଟାଣ୍ଟ କୋଚ୍ ବିନୋଦ ତୋମାର କହିଛନ୍ତି, କୁକ୍ଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ଯାହା ଜଣାପଡ଼ୁଛି କୁକ୍ କେବଳ ବେତନ ପାଇଁ କାର୍ଯ୍ୟ କରୁଛନ୍ତି। ଭାରତୀୟ କୁସ୍ତିର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ତାଙ୍କର ସେତେଟା ଆଗ୍ରହ ନାହିଁ। କୁକ୍ଙ୍କ ସହିତ ଯୋଗାଯୋଗ ବେଳେ ସେସନରେ ଯୋଗ ଦେବାଲାଗି ଆମେ ତାଙ୍କୁ ପ୍ରବର୍ତ୍ତାଇ ଥିଲୁ। ତାଙ୍କ ବକେୟା ଦରମା ଦିଆଯିବ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ମାତ୍ର ସେ ଅଳ୍ପ କେତୋଟି ସେସନରେ ଭାଗ ନେଇଥିଲେ। ତାଙ୍କର ଏଭଳି ବ୍ୟବହାର ଆମେ ପସନ୍ଦ କରୁନାହୁଁ। ଆମେ ତାଙ୍କ ବିଷୟରେ ଆଲୋଚନା କରିଥିଲୁ। ତାଙ୍କର ନିହାତି ଆବଶ୍ୟକତା ରହିଛି କି ନାହିଁ ଆମେ କୁସ୍ତିଯୋଦ୍ଧାମାନଙ୍କୁ ପଚାରିଥିଲୁ। ତା ପରେ ଯାଇ ଆମେ କୁକ୍ଙ୍କୁ ତୁରନ୍ତ ବହିଷ୍କାର ଲାଗି ନିଷ୍ପତ୍ତି ନେଇଥିଲୁ। ତାଙ୍କ ନିକଟକୁ ଆମେ ଖୁବ୍ ଶୀଘ୍ର ଏ ନେଇ ଏକ ଚିଠି ପଠାଇବୁ। ୨୦୧୮ ସେପ୍ଟେମ୍ବରରେ ଡବ୍ଲ୍ୟୁଏଫ୍ଆଇର ସୁପାରିସ କ୍ରମେ ସାଇ କୁକ୍ଙ୍କୁ ନିଯୁକ୍ତି ଦେଇଥିଲା। ସେ ୨୦୧୯ ପ୍ରଥମ ଭାଗରେ ତାଙ୍କ କାର୍ଯ୍ୟରେ ଯୋଗଦାନ କରିଥିଲେ। ଆମେରିକୀୟ କୋଚ୍ଙ୍କୁ ଏବିଷୟରେ ପଚରାଯିବାରେ ସେ କହିଥିଲେ ଦୁଇ ଦିନ ପୂର୍ବେ ସାଇଠାରୁ ସେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସର ପୂରା ବେତନ ପାଇଛନ୍ତି। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ଠିକ୍ ନୁହେଁ। ସେ ନିୟମିତ କୁସ୍ତିଯୋଦ୍ଧା ଓ ସାଇ କୋଚ୍ମାନଙ୍କ ସହିତ ଯୋଗାଯୋଗରେ ଥିଲେ।
କ୍ରିକେଟ ହଲ୍ ଅଫ୍ ଫେମ୍ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି
ଆଡିଲେଡ୍,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍ ଫାଷ୍ଟ ବୋଲର ବ୍ରେଟ୍ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍ ଅଫ୍ ଫେମ୍ରେ ସାମିଲ କରାଯାଇଛି। ଘାତକ ପେସ୍ ସାଙ୍ଗକୁ ଆଦର୍ଶ...
କୋଚ ପଦ ଛାଡିବେ କି ଗୌତମ ଗମ୍ଭୀର, BCCI କହିଲା…
ନୂଆଦିଲ୍ଲୀ,୨୮।୧୨: ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କୁ ନେଇ ଏକ ବଡ଼ ଖବର ପ୍ରସାରିତ ହୋଇଥିଲା । ଏହାକୁ ନେଇ ଅନେକ କଳ୍ପନାଜଳ୍ପନାର ଲହରୀ...
T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…
ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...
ଟି୨୦ରେ ହରମନପ୍ରୀତ୍ଙ୍କ ବିଶ୍ୱ ରେକର୍ଡ
ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...
Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ
ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...
ବାମଣ୍ଡା କପ୍ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ
ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଅରୁଣୋଦୟ ରାଞ୍ଚି...
ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍ଙ୍କୁ ଆସିଲା ହୃଦ୍ଘାତ, ଆଉ ତା’ପରେ…
ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...
ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ
ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...
Archives


