ନୂଆଦିଲ୍ଲୀ, ୨୬ା୬ (ପି.ଟି.)-ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ଅନ୍ଲାଇନ୍ ସେସନରେ ଅଂଶଗ୍ରହଣ କରିବା ଲାଗି ରାଜି ନ ହେବାରୁ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ମହିଳା ବିଭାଗ କୋଚ୍ ଆମେରିକାର ଆଣ୍ଡ୍ର୍ୟୁ କୁକ୍ଙ୍କୁ ବହିଷ୍କାର କରିବ। କୋଭିଡ୍-୧୯ ମହାମାରୀ ଯୋଗୁ ମାର୍ଚ୍ଚରେ ଲକ୍ଷ୍ନୌରେ ମହିଳା କୁସ୍ତି ଯୋଦ୍ଧାଙ୍କର ଚାଲିଥିବା ଜାତୀୟ କ୍ୟାମ୍ପକୁ ସସ୍ପେଣ୍ଡ କରାଯାଇଥିଲା। ଫଳରେ କୁକ୍ ସିଆଟଲ ଚାଲିଯାଇଥିଲେ। ଡବ୍ଲ୍ୟୁଏଫ୍ଆଇର କହିବା ଅନୁସାରେ ଇ-ପାଠ୍ଶାଳାରେ ଯୋଗଦାନ ପାଇଁ ସାଇ ନିକଟରେ କୁକ୍ଙ୍କ ସହିତ ଯୋଗାଯୋଗ କରିଥିଲା। ମାତ୍ର ଆମେରିକୀୟ ଜଣକ କହିଥିଲେ ଯେ ପର୍ଯ୍ୟନ୍ତ ତାଙ୍କୁ ବକେୟା ବେତନ ନ ମିଳିଛି, ସେ ପର୍ଯ୍ୟନ୍ତ ସେ ଏଥିରେ ଯୋଗ ଦେଇ ପାରିବେ ନାହିଁ। ମାର୍ଚ୍ଚ ୧୭ରେ କୁକ୍ ଯେତେବେଳେ ଆମେରିକା ଫେରିଥିଲେ, ସେ କହିଥିଲେ ସାଇ ତାଙ୍କର ଅଧା ବେତନ ବାକି ରଖିଛି। ଏହି ପରିପ୍ରେକ୍ଷୀରେ ଡବ୍ଲ୍ୟୁଏଫ୍ଆଇ ଆସିଷ୍ଟାଣ୍ଟ କୋଚ୍ ବିନୋଦ ତୋମାର କହିଛନ୍ତି, କୁକ୍ଙ୍କ ଏଭଳି ଆଚରଣ ଗ୍ରହଣୀୟ ନୁହେଁ। ଯାହା ଜଣାପଡ଼ୁଛି କୁକ୍ କେବଳ ବେତନ ପାଇଁ କାର୍ଯ୍ୟ କରୁଛନ୍ତି। ଭାରତୀୟ କୁସ୍ତିର ଉନ୍ନତି କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ତାଙ୍କର ସେତେଟା ଆଗ୍ରହ ନାହିଁ। କୁକ୍ଙ୍କ ସହିତ ଯୋଗାଯୋଗ ବେଳେ ସେସନରେ ଯୋଗ ଦେବାଲାଗି ଆମେ ତାଙ୍କୁ ପ୍ରବର୍ତ୍ତାଇ ଥିଲୁ। ତାଙ୍କ ବକେୟା ଦରମା ଦିଆଯିବ ବୋଲି ଆମେ ପ୍ରତିଶ୍ରୁତି ଦେଇଥିଲୁ। ମାତ୍ର ସେ ଅଳ୍ପ କେତୋଟି ସେସନରେ ଭାଗ ନେଇଥିଲେ। ତାଙ୍କର ଏଭଳି ବ୍ୟବହାର ଆମେ ପସନ୍ଦ କରୁନାହୁଁ। ଆମେ ତାଙ୍କ ବିଷୟରେ ଆଲୋଚନା କରିଥିଲୁ। ତାଙ୍କର ନିହାତି ଆବଶ୍ୟକତା ରହିଛି କି ନାହିଁ ଆମେ କୁସ୍ତିଯୋଦ୍ଧାମାନଙ୍କୁ ପଚାରିଥିଲୁ। ତା ପରେ ଯାଇ ଆମେ କୁକ୍ଙ୍କୁ ତୁରନ୍ତ ବହିଷ୍କାର ଲାଗି ନିଷ୍ପତ୍ତି ନେଇଥିଲୁ। ତାଙ୍କ ନିକଟକୁ ଆମେ ଖୁବ୍ ଶୀଘ୍ର ଏ ନେଇ ଏକ ଚିଠି ପଠାଇବୁ। ୨୦୧୮ ସେପ୍ଟେମ୍ବରରେ ଡବ୍ଲ୍ୟୁଏଫ୍ଆଇର ସୁପାରିସ କ୍ରମେ ସାଇ କୁକ୍ଙ୍କୁ ନିଯୁକ୍ତି ଦେଇଥିଲା। ସେ ୨୦୧୯ ପ୍ରଥମ ଭାଗରେ ତାଙ୍କ କାର୍ଯ୍ୟରେ ଯୋଗଦାନ କରିଥିଲେ। ଆମେରିକୀୟ କୋଚ୍ଙ୍କୁ ଏବିଷୟରେ ପଚରାଯିବାରେ ସେ କହିଥିଲେ ଦୁଇ ଦିନ ପୂର୍ବେ ସାଇଠାରୁ ସେ ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସର ପୂରା ବେତନ ପାଇଛନ୍ତି। ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ଠିକ୍ ନୁହେଁ। ସେ ନିୟମିତ କୁସ୍ତିଯୋଦ୍ଧା ଓ ସାଇ କୋଚ୍ମାନଙ୍କ ସହିତ ଯୋଗାଯୋଗରେ ଥିଲେ।
ପ୍ରଥମଥର ଟି୨୦ ବିଶ୍ୱକପରେ ଘଟିଲା ଏମିତି: ବ୍ରୁକ ରଚିଲେ ଇତିହାସ
ନୂଆଦିଲ୍ଲୀ,୨୫।୨: ପାକିସ୍ତାନ ବିପକ୍ଷରେ ହ୍ୟାରି ବ୍ରୁକ ଏକ ଐତିହାସିକ ଶତକ ହାସଲ କରିଥିଲେ। ଫଳରେ ଇଂଲଣ୍ଡକୁ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା। ଏହି ବିଜୟ ସହିତ…
T20 World Cup 2026: ସେମିଫାଇନାଲରେ ଇଂଲଣ୍ଡ, ବିଶ୍ୱକପ୍ ରେସ୍ରୁ ପାକିସ୍ତାନ ବିଦା?
ନୂଆଦିଲ୍ଲୀ,୨୪।୨: ପାଲ୍ଲେକେଲେଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ସୁପର-୮ ମୁକାବିଲାରେ ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ସେମିଫାଇନାଲ ଟିକେଟ ହାସଲ କରିଛି। ଶେଷ ଓଭର ପର୍ଯ୍ୟନ୍ତ ଚାଲିଥିବା ଏହି…
T20 World Cup 2026: ଟିମ୍ ଇଣ୍ଡିଆର ହାତ ଛାଡିଲେ ରିଙ୍କୁ ସିଂହ! ଅଚାନକ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨୪।୨: ଟିମ ଇଣ୍ଡିଆର ଅଲରାଉଣ୍ଡର ରିଙ୍କୁ ସିଂହଙ୍କୁ ଅପ୍ରତ୍ୟାଶିତ ଭାବରେ ଘରକୁ ଫେରିବାକୁ ପଡିଛି। ସେ ଚେନ୍ନାଇରୁ ଫେରି ଆସିଛନ୍ତି। ରିଙ୍କୁ ସିଂହଙ୍କ ଫେରିବାର କାରଣ ପରିବାରର…
ସଚିନଙ୍କୁ କ୍ଷମାମାଗିଲେ ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍ନର, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୨୪ା୨: ଭାରତର କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ ବହୁ ବାର ଭୁଲ୍ ନିଷ୍ପତ୍ତି ଦେଇ ଆଉଟ୍ କରିଥିବା ପୂର୍ବତନ ଅମ୍ପାୟର ଷ୍ଟିଭ ବକ୍ନର ଦୀର୍ଘ ୨୨ ବର୍ଷ…
ଦକ୍ଷିଣ ଆଫ୍ରିକା ଯିବ ଅଷ୍ଟ୍ରେଲିଆ ଦଳ
ମେଲବୋର୍ନ,୨୪ା୨: ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବର ଓ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ଟୁର୍ରେ ଯିବ। ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୩ଟି ଟେଷ୍ଟ ଏବଂ ସମାନ ସଂଖ୍ୟକ ଅନ୍ତର୍ଜାତୀୟ…
ଆସିଲା ମହିଳା ଟି୨୦ ବିଶ୍ୱକପ୍ କାର୍ଯ୍ୟସୂଚୀ: ଜୁନ ୧୪ରେ ପୁଣି ଭାରତ-ପାକିସ୍ତାନ ମ୍ୟାଚ୍
ନୂଆଦିଲ୍ଲୀ,୨୪ା୨: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମଙ୍ଗଳବାର ଆଗାମୀ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଲାଗି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି। ଜୁନ ୧୨ରୁ ଜୁଲାଇ ୫…
୨୦୨୬ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଲା ଭାରତ! ୱେଷ୍ଟଇଣ୍ଡିଜର ରେକର୍ଡ ବିଜୟ କୋଟି କୋଟି ଭାରତୀୟଙ୍କୁ ଦେଲା ଝଟକା
ନୂଆଦିଲ୍ଲୀ,୨୪।୨: ଭାରତ କ’ଣ ୨୦୨୬ ଟି୨୦ ବିଶ୍ୱକପରୁ ବାହାର ହୋଇଯାଇଛି କି? ଟିମ ଇଣ୍ଡିଆ କ’ଣ ଏବେ ୨୦୨୬ ଟି୨୦ ବିଶ୍ୱକପର ସେମିଫାଇନାଲରେ ପହଞ୍ଚିପାରିବ ନାହିଁ? ଭାରତ…
ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ଟି୨୦ ବିଶ୍ୱକପ ଫାଇନାଲ, ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୨୪।୨: ICC ଟି-୨୦ ବିଶ୍ୱକପ ୨୦୨୬ ବର୍ତ୍ତମାନ ରୋମାଞ୍ଚକର ସୁପର ୮ ପର୍ଯ୍ୟାୟରେ ଚାଲିଛି। ସୁପର ୮ ପର୍ଯ୍ୟାୟର ଶ୍ରେଷ୍ଠ ଚାରିଟି ଦଳ ସେମିଫାଇନାଲକୁ ଯିବେ, ଏବଂ…
Archives

