Posted inଖେଳ

ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌: ଭାରତର ଏହି ସହରରେ ହେବ ନିର୍ମାଣ

ଜୟପୁର, ୪।୭: ପୃଥିବୀର ତୃତୀୟ ବୃହତମ ଷ୍ଟାଡ଼ିୟମ୍‌ ଭାରତରେ ନିର୍ମାଣ ହେବ। ଷ୍ଟାଡ଼ିୟମ୍‌ଟି ରାଜସ୍ଥାନର ଜୟପୁରରେ ନିର୍ମିତ ହେବ। ଏଥିଲାଗି ୩୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହାର ଡିଜାଇନିଂକୁ ଇତିମଧ୍ୟରେ ମଞ୍ଜୁରୀ ମିଳିଛି। ଚୈମ୍ପ୍‌ ଗାଁ ନିକଟରେ ନିର୍ମାଣ ହେବାକୁ ଥିବା ଏହି ବିଶାଳକାୟ ଷ୍ଟାଡ଼ିୟମ ପାଇଁ ୧୦୦ ଏକର ଜମି ଅଧିଗ୍ରହଣ କରାଯିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିରେ ୭୫ ହଜାର ଦର୍ଶକ ବସି ମ୍ୟାଚ୍‌ ଦେଖିପାରିବେ। ପୃଥିବୀର ବୃହତମ ଷ୍ଟାଡ଼ିୟମ୍‌ ଅହମଦାବାଦ୍‌ର ମୋଟେରାରେ ରହିଛି। ଏଠାରେ ଲକ୍ଷେ ୧୦ ହଜାର ଦର୍ଶକ ବସିବାର ସୁବିଧା ରହିଛି। ଏହା ତଳକୁ ଦ୍ୱିତୀୟ ବୃହତମ ଷ୍ଟାଡ଼ିୟମ୍‌ ହେଉଛି ଅଷ୍ଟ୍ରେଲିଆର ମେଲବୋର୍ନ ଷ୍ଟାଡ଼ିୟମ୍‌। ଏଠାରେ ଲକ୍ଷେ ୨ ହଜାର ଦର୍ଶକ ବସିବାର ସୁବିଧା ଅଛି। ଜୟପୁରଠାରେ ନିର୍ମାଣ ହେବାକୁ ଥିବା ଏହି ଷ୍ଟାଡ଼ିୟମ୍‌ରେ ୪ ହଜାର କାର ପାର୍କିଂ କରି ପାରିବ। ଷ୍ଟାଡ଼ିୟମ୍‌ରେ ଦୁଇଟି ପ୍ରାକ୍ଟିସ୍‌ ଗ୍ରାଉଣ୍ଡ୍‌ ରହିବ। ଏହାର ନିର୍ମାଣ ୨ଟି ପ୍ରର୍ଯ୍ୟାୟରେ ଶେଷ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଉଣ୍ଡ ଅଫ୍‌ ୧୬ରେ କ୍ରୋଏସିଆ: ୟୁରୋକପ୍‌ରୁ ସ୍କଟ୍‌ଲାଣ୍ଡ ଆଉଟ

ଗ୍ଲାସଗୋ,୨୪।୬: ୟୁରୋକପ୍‌ରେ କ୍ରୋଏସିଆ ନକ୍‌ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍‌ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍‌ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି।...

କୋହଲିଙ୍କୁ ଛୁଟି ମିଳିଗଲା, କିନ୍ତୁ ନଟରାଜନ ଏପର୍ଯ୍ୟନ୍ତ ଝିଅ ମୁହଁ ଦେଖିପାରିନାହାନ୍ତି

ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ...

ମହିଳା ବିଶ୍ୱ ସ୍କ୍ବାଶ ଚାମ୍ପିୟନଶିପ୍‌ରୁ ଓହରିଲା ଭାରତ

ଚେନ୍ନାଇ, ୪ା୮ (ପି.ଟି.)-ମାଲେସିଆର କୁଆଲାଲମ୍ପୁରରେ ଡିସେମ୍ବର ୧୫ରୁ ୨୦ ପର୍ଯ୍ୟନ୍ତ ହେବାକୁଥିବା ମହିଳା ବିଶ୍ୱ ଟିମ୍‌ ସ୍କ୍ବାଶ ଚାମ୍ପିୟନଶିପ୍‌ରୁ ଭାରତ ଓହରିଯାଇଛି। କୋଭିଡ୍‌-୧୯ ମହାମାରୀ ଯୋଗୁ...

ଏଏଫ୍‌ଏଲ୍‌ ସହ ଆକ୍ସିସ୍‌ ବ୍ୟାଙ୍କ୍‌ର ସହଭାଗିତା

ନୂଆଦିଲ୍ଲୀ,୨୨ା୩: ଆକ୍ସିସ୍‌ ବ୍ୟାଙ୍କ୍‌ ଏବଂ ଅଟୋଟ୍ରାକ୍‌ ଫାଇନାନ୍ସ ଲିମିଟେଡ୍‌ (ଏଏଫ୍‌ଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ହୋଇଥିବା ଜଣାପଡିଛି। ବିଶେଷ ୟୁବି କୋ ଡଟ୍‌ ଲେଣ୍ଡ୍‌...

ମ୍ୟାଚ୍‌ ଫିକ୍ସିଂ ମାମଲା: ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ ମିଳିଲା

ନୂଆଦିଲ୍ଲୀ,୨।୫ (ପି.ଟି.): ଦକ୍ଷିଣ ଆଫ୍ରିକା ପୂର୍ବତନ ଅଧିନାୟକ ହାନ୍ସି କ୍ରୋନିଏ ସାମିଲ ଥିବା ବହୁ ଚର୍ଚ୍ଚିତ ମ୍ୟାଚ୍‌ ଫିକ୍ସିଂ ମାମଲାରେ ବୁକି ସଞ୍ଜୀବ ଚାଓ୍ବଲାଙ୍କୁ ଜାମିନ...

ମହାନ ଫୁଟବଲର୍‌ ପେଲେଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ବ୍ରାସିଲା,୨୫।୧୨: କ୍ୟାନ୍‌ସର ରୋଗ ସହ ଲଢୁଥିବା ବ୍ରାଜିଲର ଫୁଟବଲ ମହାନ ଖେଳାଳି ପେଲେଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁନାହିଁ। ସେ ସାଓ ପାଉଲୋରେ ଡାକ୍ତରଖାନାରେ ଭର୍ତ୍ତି...

କୋଭିଡ-୧୯ ଲଢେଇ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସ ଭଳି: କୁମ୍ବଲେ

ବେଙ୍ଗାଲୁରୁ,୯।୫ (ପି.ଟି.): କରୋନା ମହାମାରୀ ବିରୋଧରେ ସାରା ବିଶ୍ୱରେ ଲଢେଇ ଚାଲୁ ରହିଛି। ଭାରତୀୟ ପୂର୍ବତନ ଅଧିନାୟକ ଅନିଲ କୁମ୍ବଲେ ଏହି ଲଡେଇ କୁ କୌଣସି...

ଚାମ୍ପିୟନ୍ସ ଲିଗ୍‌: ପିଏସ୍‌ଜି- ବେୟର୍ନ ଫାଇନାଲ

ଲିସ୍‌ବନ୍‌,୨୩।୮(ଏପି): ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହେଉଥିବା ହାଇପ୍ରୋଫାଇଲ୍‌ ଚାମ୍ପିୟନ୍ସ ଲିଗ୍‌ର ଫାଇନାଲ ମୁକାବିଲା ଏଥର ସ୍ପଷ୍ଟ ହୋଇଛି।...

Advertisement
Archives

Model This Week