ଭାରତୀୟ ଗଣତନ୍ତ୍ର ଭୁଶୁଡ଼ିଲେ ବିଶ୍ୱ ପ୍ରଭାବିତ ହେବ: ରାହୁଲ

ଓ୍ବାଶିଂଟନ, ୩ା୬ (ପି.ଟି.): ଭାରତୀୟ ଗଣତନ୍ତ୍ର ସାରା ବିଶ୍ୱର ହିତ ପାଇଁ ଉଦ୍ଦିଷ୍ଟ। ଗଣତନ୍ତ୍ର ଭୁଶୁଡ଼ିଲେ, ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିବ ଏବଂ ଏହା ଆମେରିକାର ଜାତୀୟ ସ୍ବାର୍ଥ ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି। ଗଣତନ୍ତ୍ର ପ୍ରସଙ୍ଗ ଦେଶର ଆଭ୍ୟନ୍ତରୀଣ ବ୍ୟାପାର। ଗଣତନ୍ତ୍ର ପ୍ରତି ଦେଖାଦେଇଥିବା ସଙ୍କଟ ବିରୋଧରେ ଲଢ଼େଇ ପାଇଁ ସେ ପ୍ରତିଶ୍ରୁତିବଦ୍ଧ। ଭାରତର ଗଣତନ୍ତ୍ର ପାଇଁ ଲଢ଼େଇ କରିବା ଆମର କାମ ବୋଲି ଗୁରୁବାର ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ଠାରେ ରାହୁଲ ଏକ ଖବରଦାତା ସମ୍ମିଳନୀକୁ କହିଛନ୍ତି। ସେହିପରି ଖ୍ୟାତନାମା ଭାରତୀୟ ଆମେରିକୀୟ ଫ୍ରାଙ୍କ୍‌ ଇସ୍‌ଲାମଙ୍କ ଦ୍ୱାରା ରାହୁଲଙ୍କ ପାଇଁ ଆୟୋଜିତ ଏକ ଅଭ୍ୟର୍ଥନା କାର୍ଯ୍ୟକ୍ରମରେ ସେ ଗଣତନ୍ତ୍ର ଉପରେ ଏକ ପ୍ରଶ୍ନର ସମାନ ଉତ୍ତର ଦେଇଥିଲେ। ଭାରତ-ଆମେରିକା ସମ୍ପର୍କକୁ ଅଧିକ ପ୍ରଶସ୍ତ କରିବା ଆବଶ୍ୟକ ରହିଛି। ଏହା କେବଳ ପ୍ରତିରକ୍ଷା ସମ୍ପର୍କରେ ସୀମିତ ରହିବା ଉଚିତ ନୁହେଁ ବୋଲି ରାହୁଲ କହିଥିଲେ।
‘ମୁସଲିମ୍‌ ଲିଗ୍‌ ସମ୍ପୂର୍ଣ୍ଣ ଧର୍ମନିରପେକ୍ଷ ଦଳ ବୋଲି ନ୍ୟାଶନାଲ ପ୍ରେସ୍‌ କ୍ଲବ୍‌ରେ ଖବରଦାତାମାନଙ୍କ ସହ ଆଲୋଚନା ବେଳେ ରାହୁଲ ଦାବି କରିଥିଲେ। କେରଳରେ ମୁସ୍‌ଲିମ୍‌ ଲିଗ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ପ୍ରଶ୍ନ ହେବାରୁ ରାହୁଲ ଉପରୋକ୍ତ ଉତ୍ତର ଦେଇଥିଲେ। ତାଙ୍କର ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ମହମ୍ମଦ ଅଲି ଜିନ୍ନାଙ୍କ ‘ମୁସ୍‌ଲିମ୍‌ ଲିଗ୍‌’ ପାଇଁ ଦେଶ ଧର୍ମ ଆଧାରରେ ଭାଗ ଭାଗ ହୋଇଥିଲା। ଉକ୍ତ ଦଳକୁ ଧର୍ମନିରପେକ୍ଷ କହିବା ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ କହିଛନ୍ତି। ରାହୁଲଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁଃଖଦାୟକ। ବିଦେଶ ମାଟିରେ ରାଷ୍ଟ୍ରକୁ ଅପମାନିତ କରିବାକୁ ଦେଶବାସୀ କଦାପି ଗ୍ରହଣ କରିବେ ନାହିଁ ବୋଲି ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି। ଏହାର ଜବାବରେ କଂଗ୍ରେସ ନେତା ପଓ୍ବନ ଖେରା କହିଛନ୍ତି, ଜିନ୍ନାଙ୍କ ମୁସ୍‌ଲିମ୍‌ ଲିଗ୍‌ ଏବଂ ଇଣ୍ଡିଆନ୍‌ ୟୁନିୟନ ମୁସଲିମ୍‌ ଲିଗ୍‌ (ଆଇୟୁଏମ୍‌ଏଲ୍‌) ଦୁଇଟି ଅଲଗା ଦଳ। କେରଳରେ ଆଇୟୁଏମ୍‌ଏଲ୍‌ ସହ କଂଗ୍ରେସର ମେଣ୍ଟ ରହିଛି। ରାହୁଲ ଉକ୍ତ ମୁସଲିମ୍‌ ଲିଗ୍‌ ସମ୍ପର୍କରେ କହିଥିବା ଖେରା ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri