Posted inଜାତୀୟ

କର୍ତ୍ତବ୍ୟ ପଥରେ ଭାରତର ଶକ୍ତି ଦେଖିଲା ବିଶ୍ୱ, ଗର୍ଜିଲା ରାଫାଲ, ପ୍ରଜ୍ଞାପନ ମେଢ଼ରେ ଚନ୍ଦ୍ରୟାନ-୩ର ଝଲକ

ନୂଆଦିଲ୍ଲୀ,୨୬।୧: ଶୁକ୍ରବାର ସମଗ୍ର ଦେଶ ୭୫ ତମ ଗଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଦିଲ୍ଲୀର କର୍ତ୍ତବ୍ୟ ପଥରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ନ୍ୟାଶନାଲ ଓ୍ବାର୍‌ ମେମୋରିଆଲରେ ପହଞ୍ଚତ୍ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେଉଛନ୍ତି ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ। ଏହି ସମୟର ଗଣତନ୍ତ୍ର ଦିବସ ଅନେକ ଦିଗରୁ ସ୍ବତନ୍ତ୍ର । ପ୍ରଥମ ଥର ପାଇଁ ସାମରିକ ବ୍ୟାଣ୍ଡ୍‌ ପରିବର୍ତ୍ତେ ସ୍ବତନ୍ତ୍ର ନଗାଡା ଧ୍ୱନି ସହିତ ପରେଡ୍‌ ଆରମ୍ଭ ହୋଇଥିଲା । ବିକଶିତ ବିଷୟ ଭାରତ ଏବଂ ଭାରତ ଲୋକତନ୍ତ୍ରର ମାତୃକା ବା ମଦର ଅଫ୍‌ ଡେମୋକ୍ରାସି – ଉଭୟ ବିଷୟ ଉପରେ ଆଧାରିତ।
ଏଥର ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଜ୍ଞାପନ ମେଢ଼ କ୍ରମରେ ଇସ୍ରୋ ବି ସାମିଲ ହୋଇଥିଲା। ଏହି ସମୟରେ ଚନ୍ଦ୍ରୟାନ-୩ର ପ୍ରଜ୍ଞାପନ ମେଢ଼ ମଧ୍ୟ ବାହାରିଥିଲା। ମେଢ଼ଟି ଦେଖିବା ପରେ ଦର୍ଶକଙ୍କ ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ଠିଆ ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ନିଖୋଜ ଥିଲେ ଦଶମ ଶ୍ରେଣୀ ଛାତ୍ରୀ: ଜଙ୍ଗଲରୁ ମିଳିଲା…

ରାଉରକେଲା,୬।୨(ଦୀନେଶ କୁମାର ମିଶ୍ର): ସୁନ୍ଦରଗଡ଼ ଜିଲା ବିସ୍ରା ଥାନା ଅନ୍ତର୍ଗତ ଜାମ୍ବେର୍ନା ଗ୍ରାମରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର କରାଯାଇଛି। ଏ ଘଟଣା…

ଆପଣଙ୍କ ଇମେଲ୍ ଏବଂ ତଥ୍ୟ ସୁରକ୍ଷିତ ତ? ଏମିତି କରନ୍ତୁ ଯାଞ୍ଚ

ଭୁବନେଶ୍ୱର,୬।୨: ବର୍ତ୍ତମାନର ଡିଜିଟାଲ ଯୁଗରେ ତଥ୍ୟ ଚୋରି ବା ‘ଡାଟା ବ୍ରିଚ୍’ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଆପଣଙ୍କ ବ୍ୟକ୍ତିଗତ ଇମେଲ୍ ଆଇଡି (Email…

ଶହ ଶହ କାଉଙ୍କ ମଡ଼କ, ବାର୍ଡ ଫ୍ଲୁ ଆତଙ୍କ

ଚେନ୍ନାଇ,୬।୨: ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଶହ ଶହ କାଉଙ୍କ ମୃତ୍ୟୁକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ପରୀକ୍ଷାଗାରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଏହି ପକ୍ଷୀମାନଙ୍କ ମୃତ୍ୟୁ…

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା RBI: ସୁଧ ହାରରେ ମିଳିଲାନି ଆଶ୍ୱସ୍ତି

ମୁମ୍ବାଇ,୬।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଚଳିତ ଆର୍ଥିକ ବର୍ଷର ଶେଷ ମୁଦ୍ରାନୀତି ଘୋଷଣା କରିଛି। ଆର୍‌ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସୁଧ…

ଆଉ ରହିବ ନାହିଁ ଘର ଭଡ଼ା ଟେନସନ: ଭଡ଼ାରେ ଘର ଦେବେ ସରକାର

ଭୁବନେଶ୍ୱର,୬।୨: ଗରିବ ଲୋକଙ୍କ ପାଇଁ ନୂଆ ନୂଆ ଯୋଜନା ଆଣୁଛନ୍ତି ମୋହନ ସରକାର। ଏଣିକି ସହରାଞ୍ଚଳରେ ଆଉ ରହିବ ନାହିଁ ଘର ଭଡ଼ା ଟେନସନ। ଏଣିକି ସହରୀ…

ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର: ବଢିଲା ଟଙ୍କା ଫେରସ୍ତ ପ୍ରକ୍ରିୟା ଅବଧି

ଭୁବନେଶ୍ୱର,୬।୨: ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ଖୁସି ଖବର। ପୁଣି ଟଙ୍କା ଫେରସ୍ତ ପାଇଁ ସମୟ ଦେଲେ ରାଜ୍ୟ ସରକାର। ଫଳରେ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଟଙ୍କା…

ବରଗଡରେ ଚାଞ୍ଚଲ୍ୟ: ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି, ଚାଲିଗଲା ୨ ଯୁବକଙ୍କ ଜୀବନ

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ):ବରଗଡ ହାଟପଦା ସାଇ ମନ୍ଦିର ପାଖରେ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ୨ଜଣଙ୍କ ଜୀବନ ଯାଇଛି। ମୃତକମାନେ ହେଲେ, ସ୍ଥାନୀୟ କଲେଜ ରୋଡ ବାସିନ୍ଦା ପ୍ରଦୀପ…

ପଞ୍ଜାବରେ ପୁଣି ରାଜନୈତିକ ହତ୍ୟାକାଣ୍ଡ: ଆପ୍ ନେତା ଲକି ଓବରାଏଙ୍କୁ କାର ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୬।୨: ପଞ୍ଜାବର ଜଲନ୍ଧରରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରମୁଖ ନେତା ଲକି ଓବରାଏଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri