Categories: Uncategorized

୮୦ ବର୍ଷ ପର୍ଯ୍ୟନ୍ତ ବିଶ୍ୱ ରେକର୍ଡ ସ୍ଥିର

ନୂଆଦିଲ୍ଲୀ: ପ୍ରତିବର୍ଷ ଅନେକ ବିଶ୍ୱ ରେକର୍ଡ ସୃଷ୍ଟି ହେଉଥିବାବେଳେ ଅନେକଙ୍କ ରେକର୍ଡ ଭାଙ୍ଗିଛି। ତେବେ ୮୦ ବର୍ଷ ହେବ ଜଣଙ୍କ ରେକର୍ଡ ସ୍ଥିର ରହିଥିବା ଗିନିଜ୍‌ ୱାଲର୍‌ଡ ରେକର୍ଡ ତା ଟୁଇଟର ହ୍ୟାଣ୍ଡେଲରେ ଏକ ଫଟୋ ଶେୟାର କରିଛି। ସେଥିରେ ସେ ୫ ଜଣଙ୍କ ସହ ନଜରକୁ ଆସିଛନ୍ତି। ଯେଉଁଥିରେ ଅନ୍ୟମାନେ ତାଙ୍କ ଆଗରେ ଛୋଟ ପିଲା ଭଳି ଦେଖାଯାଉଛନ୍ତି। ଦୁନିଆର ସବୁଠାରୁ ଲମ୍ବା ବ୍ୟକ୍ତି ଭାବେ ଆମେରିକାର ଇଲିନୋଇସ୍‌ ସହରରେ ରହୁଥିବା ରୋବର୍ଟ ବୋର୍ଡଲୋ ନାମ୍ନୀ ଜଣେ ବ୍ୟକ୍ତି ୧୯୪୦ରେ ନିଜ ନାମରେ କରିଥିଲେ। ତାଙ୍କ ଉଚ୍ଚତା ୮ ଫୁଟ ୧୧ ଇଞ୍ଚ। ସେ ଜନ୍ମର ୬ମାସ ମଧ୍ୟରେ ୩ ଫୁଟ, ୫ ବର୍ଷ ବୟସରେ ୫ ଫୁଟ, ୧୮ ବର୍ଷରେ ୮ ଫୁଟ ହୋଇଥିଲେ। ତେବେ ତାଙ୍କର ୨୨ ବର୍ଷ ବୟସରେ ଦେହାନ୍ତ ହୋଇଥିଲା।