ଯୋଗର ବିଶ୍ୱ ଭାଷା

କେତେକ ଭାବନ୍ତି ଯୋଗ କେବଳ ଏକ ପ୍ରକ୍ରିୟା, ଯାହା ସେମାନଙ୍କୁ ଶିଖିବାକୁ ପଡ଼ିବ। କିନ୍ତୁ ଜନ୍ମ ହେଉଥିବା ପ୍ରତ୍ୟେକ ନବଜାତକ ନିର୍ଦ୍ଧାରିତ ଭାବେ ଜଣେ ଜଣେ ଯୋଗୀ। ଲକ୍ଷ୍ୟ କଲେ ଅନୁଭବ କରିପାରିବେ, ଶିଶୁ ସ୍ବାଭାବିକ ଭାବେ ଶୋଇବା ବେଳେ ମୁଦ୍ରା ଗ୍ରହଣ କରେ, ଗଭୀର ଭାବେ ଉଦର ଦ୍ୱାରା ଶ୍ୱାସନିଏ, ଯୋଗୀ ପରି ଅଙ୍ଗ ଟାଣେ ଏବଂ ପାଚନ, ରୋଗ ପ୍ରତିରୋଧକ ଶକ୍ତି ଓ ଶକ୍ତିଶାଳୀ ମେରୁଦଣ୍ଡ ପାଇଁ ଉପକାରୀ ଅଭିନ୍ନ ଅଙ୍ଗସ୍ଥିତି ନେଉଛି। ଆମେ ସମସ୍ତେ ଜନ୍ମସିଦ୍ଧ ଯୋଗୀ। ଯଦି ସେଇ ଶିଶୁର ସ୍ବଭାବ ଓ ସ୍ବାଭାବିକ ସମନ୍ବୟ ଆମ ସହିତ ରହିଥାନ୍ତା, ତେବେ ଯୋଗ ଶିଖିବାର ଆବଶ୍ୟକତା ରହି ନ ଥା’ନ୍ତା। କିନ୍ତୁ ବୟସ ବଢ଼ିବା ସହିତ ଆମେ ସଂସ୍କାର ଓ ପ୍ରଭାବକୁ ଆଦରି ଥାଉ, ଯାହା ଆମର ମନକୁ ଆଚ୍ଛାଦିତ କରିଦିଏ, ଆମର ସନ୍ତୁଳନକୁ ଭଙ୍ଗ କରିଦିଏ। ଏହି ମୂଳ ପ୍ରକୃତି ହରାଇ ଆମେ ଆମ ସନ୍ତୁଳନ ଏବଂ ଶାନ୍ତି ହରାଉ। ଏଥିପାଇଁ ଯୋଗ ଓ ସାଧନା ଦେହର ସନ୍ତୁଳନ, ମନ ଏବଂ ଭାବନାରେ ସମନ୍ବୟ ପୁନଃସ୍ଥାପନ କରିବା ପାଇଁ ନିହାତି ଆବଶ୍ୟକ।
ଆପଣ ଯାହାବି ହୁଅନ୍ତୁ ଦରକାର ମନର ସ୍ପଷ୍ଟତା, ଶରୀରରେ ଶକ୍ତି ଓ ହୃଦୟରେ ଶାନ୍ତି। ଯୋଗ ଅର୍ଥ ନୁହେଁ ଯେ ଜୀବନରୁ ଅଲଗା ହେବ। ଏହାର ଅର୍ଥ ହେଉଛି ଘଟଣା ଓ ପରିଣାମରେ ବୁଡି ଯିବା ଛାଡ଼ି ଜୀବନକୁ ଏକ ସଂପୂର୍ଣ୍ଣ ଭାବେ ଅନୁଭବ କରିବା। ଏହି ଦକ୍ଷତା ସମସ୍ତଙ୍କ ପାଇଁ ଦରକାର।
ମହର୍ଷି ପତଞ୍ଜଳି ଯିଏ ହଜାର ହଜାର ବର୍ଷ ଆଗରୁ ଏହି ଗଭୀର ଆନ୍ତରିକ ବିଜ୍ଞାନକୁ ସୂତ୍ର ରୂପରେ ନିବନ୍ଧନ କରିଥିଲେ। ତାଙ୍କର ‘ଯୋଗସୂତ୍ର’ ଆଜି ବି ମନ ଓ ଭାବନା ପାଇଁ ଏକ ସନାତନ ଦିଗ୍‌ଦର୍ଶନ। ମାତ୍ର ଅନେକେ ଭୁଲ୍‌ ବୁଝନ୍ତି ଯେ, ଯୋଗ ଏକ ଧର୍ମ ବା କେବଳ ଅଂଗ ଅଭ୍ୟାସ ଶାରୀରିକ ବ୍ୟାୟାମରେ ସୀମିତ।
କିନ୍ତୁ ଯୋଗ ମାନବଜାତିର। ଏହା ନିଜକୁ ଜାଣିବା ଏବଂ ତାହା ଦ୍ୱାରା ବିଶ୍ୱ ସହିତ ଗଭୀର ସଂଯୋଗ ତିଆରି କରିବାର ଏକ ପଥ।
ଯୋଗ ଶରୀର ରସାୟନକୁ ସମନ୍ବୟ କରେ, ଯାହା ଆମକୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ଆଧ୍ୟାତ୍ମିକ ଭାବେ ପ୍ରଭାବିତ କରେ। ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’ର ଏକୀଭୂତ ଔଷଧ (ଇଣ୍ଟିଗ୍ରେଟେଡ୍‌ ମେଡିସିନ) ବିଭାଗ ଦ୍ୱାରା କୃତ ଅନୁସନ୍ଧାନରେ ପ୍ରମାଣିତ ହୋଇଛି ଯେ, ଯୋଗ ସ୍ନାୟୁବିଜ୍ଞାନ ଓ ମାନସିକ ରୋଗର ଚିକିତ୍ସାରେ ଉପକାରୀ। ଶ୍ରୀଶ୍ରୀ ଇନ୍‌ଷ୍ଟିଟ୍ୟୁଟ ଅଫ ଅଗ୍ରିମ ଅନୁସନ୍ଧାନ ଦ୍ୱାରା କୃତ ଅନ୍ୟାନ୍ୟ ଅନୁସନ୍ଧାନରେ ମଧ୍ୟ ଦେଖାଯାଇଛି ଯେ, ଯୋଗ ରୋଗ ପ୍ରତିରୋଧକ ବୃଦ୍ଧି, ବାର୍ଦ୍ଧକ୍ୟ ରୋକିବା, ପାରାସିମ୍ପାଥେଟିକ ସିଷ୍ଟମକୁ ସକ୍ରିୟ କରିବା, ଡୋପାମିନ ଉତ୍ପାଦନ ବୃଦ୍ଧି, ନିଶାମୁକ୍ତିରେ ସାହାଯ୍ୟ, ମସ୍ତିଷ୍କରେ ଗ୍ରେମାଟର ବୃଦ୍ଧି, ଉଦାସୀନତା ଓ ନିଦ୍ରାହୀନତାରେ ଆରାମ ଦେଇଥାଏ। ତତ୍‌ସହିତ ଏହା ଆପଣଙ୍କୁ ବର୍ତ୍ତମାନକୁ ଆଣେ, ଯେଉଁଠି ନକାରାତ୍ମକ ଚିନ୍ତାଗୁଡ଼ିକୁ ଛାଡ଼ି ଗଭୀର ଶାନ୍ତି ଓ ଆନନ୍ଦ ଅନୁଭବ କରିପାରିବେ।

ଶ୍ରୀ ଶ୍ରୀ ରବିଶଙ୍କର


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri