ଯୋଗର ବିଶ୍ୱ ଭାଷା

କେତେକ ଭାବନ୍ତି ଯୋଗ କେବଳ ଏକ ପ୍ରକ୍ରିୟା, ଯାହା ସେମାନଙ୍କୁ ଶିଖିବାକୁ ପଡ଼ିବ। କିନ୍ତୁ ଜନ୍ମ ହେଉଥିବା ପ୍ରତ୍ୟେକ ନବଜାତକ ନିର୍ଦ୍ଧାରିତ ଭାବେ ଜଣେ ଜଣେ ଯୋଗୀ। ଲକ୍ଷ୍ୟ କଲେ ଅନୁଭବ କରିପାରିବେ, ଶିଶୁ ସ୍ବାଭାବିକ ଭାବେ ଶୋଇବା ବେଳେ ମୁଦ୍ରା ଗ୍ରହଣ କରେ, ଗଭୀର ଭାବେ ଉଦର ଦ୍ୱାରା ଶ୍ୱାସନିଏ, ଯୋଗୀ ପରି ଅଙ୍ଗ ଟାଣେ ଏବଂ ପାଚନ, ରୋଗ ପ୍ରତିରୋଧକ ଶକ୍ତି ଓ ଶକ୍ତିଶାଳୀ ମେରୁଦଣ୍ଡ ପାଇଁ ଉପକାରୀ ଅଭିନ୍ନ ଅଙ୍ଗସ୍ଥିତି ନେଉଛି। ଆମେ ସମସ୍ତେ ଜନ୍ମସିଦ୍ଧ ଯୋଗୀ। ଯଦି ସେଇ ଶିଶୁର ସ୍ବଭାବ ଓ ସ୍ବାଭାବିକ ସମନ୍ବୟ ଆମ ସହିତ ରହିଥାନ୍ତା, ତେବେ ଯୋଗ ଶିଖିବାର ଆବଶ୍ୟକତା ରହି ନ ଥା’ନ୍ତା। କିନ୍ତୁ ବୟସ ବଢ଼ିବା ସହିତ ଆମେ ସଂସ୍କାର ଓ ପ୍ରଭାବକୁ ଆଦରି ଥାଉ, ଯାହା ଆମର ମନକୁ ଆଚ୍ଛାଦିତ କରିଦିଏ, ଆମର ସନ୍ତୁଳନକୁ ଭଙ୍ଗ କରିଦିଏ। ଏହି ମୂଳ ପ୍ରକୃତି ହରାଇ ଆମେ ଆମ ସନ୍ତୁଳନ ଏବଂ ଶାନ୍ତି ହରାଉ। ଏଥିପାଇଁ ଯୋଗ ଓ ସାଧନା ଦେହର ସନ୍ତୁଳନ, ମନ ଏବଂ ଭାବନାରେ ସମନ୍ବୟ ପୁନଃସ୍ଥାପନ କରିବା ପାଇଁ ନିହାତି ଆବଶ୍ୟକ।
ଆପଣ ଯାହାବି ହୁଅନ୍ତୁ ଦରକାର ମନର ସ୍ପଷ୍ଟତା, ଶରୀରରେ ଶକ୍ତି ଓ ହୃଦୟରେ ଶାନ୍ତି। ଯୋଗ ଅର୍ଥ ନୁହେଁ ଯେ ଜୀବନରୁ ଅଲଗା ହେବ। ଏହାର ଅର୍ଥ ହେଉଛି ଘଟଣା ଓ ପରିଣାମରେ ବୁଡି ଯିବା ଛାଡ଼ି ଜୀବନକୁ ଏକ ସଂପୂର୍ଣ୍ଣ ଭାବେ ଅନୁଭବ କରିବା। ଏହି ଦକ୍ଷତା ସମସ୍ତଙ୍କ ପାଇଁ ଦରକାର।
ମହର୍ଷି ପତଞ୍ଜଳି ଯିଏ ହଜାର ହଜାର ବର୍ଷ ଆଗରୁ ଏହି ଗଭୀର ଆନ୍ତରିକ ବିଜ୍ଞାନକୁ ସୂତ୍ର ରୂପରେ ନିବନ୍ଧନ କରିଥିଲେ। ତାଙ୍କର ‘ଯୋଗସୂତ୍ର’ ଆଜି ବି ମନ ଓ ଭାବନା ପାଇଁ ଏକ ସନାତନ ଦିଗ୍‌ଦର୍ଶନ। ମାତ୍ର ଅନେକେ ଭୁଲ୍‌ ବୁଝନ୍ତି ଯେ, ଯୋଗ ଏକ ଧର୍ମ ବା କେବଳ ଅଂଗ ଅଭ୍ୟାସ ଶାରୀରିକ ବ୍ୟାୟାମରେ ସୀମିତ।
କିନ୍ତୁ ଯୋଗ ମାନବଜାତିର। ଏହା ନିଜକୁ ଜାଣିବା ଏବଂ ତାହା ଦ୍ୱାରା ବିଶ୍ୱ ସହିତ ଗଭୀର ସଂଯୋଗ ତିଆରି କରିବାର ଏକ ପଥ।
ଯୋଗ ଶରୀର ରସାୟନକୁ ସମନ୍ବୟ କରେ, ଯାହା ଆମକୁ ଶାରୀରିକ, ମାନସିକ, ଭାବନାତ୍ମକ ଓ ଆଧ୍ୟାତ୍ମିକ ଭାବେ ପ୍ରଭାବିତ କରେ। ‘ଏନ୍‌ଆଇଏମ୍‌ଏଚ୍‌ଏଏନ୍‌ଏସ୍‌’ର ଏକୀଭୂତ ଔଷଧ (ଇଣ୍ଟିଗ୍ରେଟେଡ୍‌ ମେଡିସିନ) ବିଭାଗ ଦ୍ୱାରା କୃତ ଅନୁସନ୍ଧାନରେ ପ୍ରମାଣିତ ହୋଇଛି ଯେ, ଯୋଗ ସ୍ନାୟୁବିଜ୍ଞାନ ଓ ମାନସିକ ରୋଗର ଚିକିତ୍ସାରେ ଉପକାରୀ। ଶ୍ରୀଶ୍ରୀ ଇନ୍‌ଷ୍ଟିଟ୍ୟୁଟ ଅଫ ଅଗ୍ରିମ ଅନୁସନ୍ଧାନ ଦ୍ୱାରା କୃତ ଅନ୍ୟାନ୍ୟ ଅନୁସନ୍ଧାନରେ ମଧ୍ୟ ଦେଖାଯାଇଛି ଯେ, ଯୋଗ ରୋଗ ପ୍ରତିରୋଧକ ବୃଦ୍ଧି, ବାର୍ଦ୍ଧକ୍ୟ ରୋକିବା, ପାରାସିମ୍ପାଥେଟିକ ସିଷ୍ଟମକୁ ସକ୍ରିୟ କରିବା, ଡୋପାମିନ ଉତ୍ପାଦନ ବୃଦ୍ଧି, ନିଶାମୁକ୍ତିରେ ସାହାଯ୍ୟ, ମସ୍ତିଷ୍କରେ ଗ୍ରେମାଟର ବୃଦ୍ଧି, ଉଦାସୀନତା ଓ ନିଦ୍ରାହୀନତାରେ ଆରାମ ଦେଇଥାଏ। ତତ୍‌ସହିତ ଏହା ଆପଣଙ୍କୁ ବର୍ତ୍ତମାନକୁ ଆଣେ, ଯେଉଁଠି ନକାରାତ୍ମକ ଚିନ୍ତାଗୁଡ଼ିକୁ ଛାଡ଼ି ଗଭୀର ଶାନ୍ତି ଓ ଆନନ୍ଦ ଅନୁଭବ କରିପାରିବେ।

ଶ୍ରୀ ଶ୍ରୀ ରବିଶଙ୍କର


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri