ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ

ନ୍ୟୁୟର୍କ,୨୬ା୯:ଗଜା ଷ୍ଟ୍ରିପ୍‌ ଉପରେ ପ୍ରାୟ ବର୍ଷେ ହେବ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଏଥିପାଇଁ ବିଶ୍ୱ ସମୁଦାୟକୁ ଦାୟୀ କରିଛନ୍ତି। ଏକ ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସେଠାକାର ଲୋକଙ୍କ ବିରୋଧରେ ‘ଗଣହତ୍ୟା ଯୁଦ୍ଧ’ ଚଳାଇବା ନିନ୍ଦନୀୟ ବୋଲି ପାଲେଷ୍ଟାଇନ୍‌ ନେତା ମହମୁଦ୍‌ ଅବ୍ବାସ କହିଛନ୍ତି। ପ୍ରକାଶଯୋଗ୍ୟ, ୨୦୦୭ରେ ହମାସ୍‌ ଅବ୍ବାସଙ୍କ କ୍ଷମତା ଛଡ଼ାଇନେବା ପରଠାରୁ ଗାଜାରେ ତାଙ୍କ ପ୍ରଭାବ ସୀମିତ ହୋଇଯାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ଅତିର୍କିତ ଆକ୍ରମଣ କରିବା ପରଠୁ ଇସ୍ରାଏଲୀ ସୈନ୍ୟ ଗାଜାରେ ଯୁଦ୍ଧ ଚଳାଇଛନ୍ତି। ଇତିମଧ୍ୟରେ ହମାସ୍‌ର ସହଯୋଗୀ ହେଜ୍‌ବୁଲ୍ଲାକୁ ମଧ୍ୟ ଇସ୍ରାଏଲ୍‌ ଟାର୍ଗେଟ କରିଆସିଛି। ବିଶେଷକରି ସରିଏଲ୍‌ ପେଜର ବିସ୍ଫୋରଣ ପରେ ହେଜ୍‌ବୋଲ୍ଲା ଫାଇଟର୍ସ ଓ ଇସ୍ରାଏଲୀ ସୈନ୍ୟ ମୁହଁାମୁହଁି ହୋଇଛନ୍ତି। ତେଲ୍‌ଆଭିଭ୍‌ ଲେବାନନ୍‌ରେ ଥିବା ଏହି ଆତଙ୍କବାଦୀ ସଙ୍ଗଠନର ଆଡ୍ଡାଗୁଡ଼ିକୁ ଆକାଶମାର୍ଗରୁ ଟାର୍ଗେଟ କରୁଛି। ଉଭୟ ଲେବାନନ୍‌ ଓ ଗାଜାରେ ୨୧ ଦିନ ପାଇଁ ଅସ୍ତ୍ରବିରତି କରିବାକୁ ଆମେରିକା ଓ ଏହାର ସହଯୋଗୀ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏହାକୁ ଅଣଦେଖା କରିବା ସହ ଆକ୍ରମଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri