କାମ ମଣିଷର, ଦୋଷ ଭଗବାନ୍‌ଙ୍କର

ବର୍ଷ ଆରମ୍ଭ ନ ହେଉଣୁ ଲସ୍‌ ଆଞ୍ଜେଲସ୍‌ ବନାଗ୍ନି (ଜାନୁଆରୀ ୮ରେ ଆରମ୍ଭ ହୋଇଥିବା ଜଙ୍ଗଲର ନିଅଁା) ଜଣାଇଦେଲା ପରିବେଶକୁ ଧ୍ୱଂସ କରୁଛି ମଣିଷ: ଭଗବାନ୍‌ଙ୍କ କାମ (ଆକ୍ଟ ଅଫ୍‌ ଗଡ୍‌) ବୋଲି କିଛି ନାହିଁ। ଦୁନିଆଟା ନିୟମରେ ଚାଲିବାର ପ୍ରକ୍ରିୟା କରିଛନ୍ତି ଭଗବାନ୍‌, ତା’ ଉପରେ ହସ୍ତକ୍ଷେପ କରୁଛି ମଣିଷ, ତାକୁ ବଦଳାବଦଳି କରିବାର ପଦକ୍ଷେପ ନେଉଛି ମଣିଷ। ଜଣ ଜଣକର ଜୀବନ ପ୍ରଭାବିତ ହେଉନାହିଁ, ସମଗ୍ର ମାନବ ସମାଜ ବିପଦଗ୍ରସ୍ତ ହେଉଛି। ଭିଡ଼, ଦଳାଚକଟା ଓ ଅକାଳ ମୃତ୍ୟୁ ସବୁର କାରଣ ମଣିଷ। ମଣିଷ ହିଁ ତିଆରି କରିଛି ସ୍ଥାନ ଓ କାଳ। କେଉଁ ସମୟରେ କେଉଁ ବିନ୍ଦୁରେ ପହଞ୍ଚତ୍ଗଲେ କିମ୍ବା ଗାଧୋଇ ପଡ଼ିଲେ (ଗଙ୍ଗାରେ ଶାହୀ ସ୍ନାନ ଭଳି) କୋଟି କୋଟି ଜନ୍ମର ପାପ ଧୋଇ ହୋଇଯିବ ବୋଲି ମଣିଷ କହୁଛି, ପ୍ରାଣୀ ହିସାବରେ ପୃଥିବୀରେ ମଣିଷର ଆବିର୍ଭାବ କୋଟିଏ ବର୍ଷ ହୋଇନଥିଲେ ବି! ଜଗା ଦର୍ଶନ କରିବାକୁ ଆସି କେହି ଅକାଳ ମୃତ୍ୟୁରେ ପଡ଼ିଲେ ତାହା ବି ଭଗବାନ୍‌ଙ୍କ କାମ। ଆମେରିକାରେ ୱାଶିଂଟନ୍‌ ଉପର ଆକାଶରେ ଯାତ୍ରୀବାହୀ ବିମାନ ସହ ସେନାବାହିନୀର ହେଲିକପ୍ଟର ଧକ୍କା ହେବା ଓ ଦୁଇଟିଯାକ ଯାନର ଧ୍ୱଂସାବଶେଷ ପୋଟୋମାକ୍‌ ନଦୀରେ ପଡ଼ିବା ବି ଭଗବାନ୍‌ଙ୍କ କାମ ବୋଲି କେତେକ କହୁଛନ୍ତି- ଜଣେ କାହାର ମରିବାର ଥିଲା ବୋଲି ଦୁର୍ଘଟଣା ଘଟିଲା। ୱାଶିଂଟନ୍‌ ବିମାନ ବନ୍ଦରର ଟ୍ରାଫିକ୍‌ କଣ୍ଟ୍ରୋଲରଙ୍କ ଭୁଲ୍‌ ନିର୍ଦ୍ଦେଶ ଯୋଗୁ ହୋଇଥିଲେ ବି ଭଗବାନ୍‌ ଚାହିଁଥିବାରୁ ଏପରି ଘଟିଲା ବୋଲି କେତେକ କହୁଛନ୍ତି। କେତେ ଦିନ ଯାଏ ଆମେ ଭଗବାନ୍‌ଙ୍କୁ ଦୋଷ ଦେଉଥିବା ଆମର କାମ ପାଇଁ? ଆମେ ଏମିତି ଦୋମୁହଁା, ଭଲ ଥିଲେ ମୁଁ କରିଛି, ଆଉ ଖରାପ ଘଟିଲେ ଭଗବାନ୍‌ କରିଛନ୍ତି ବୋଲି ସହଜରେ କହିଦେଉଛୁ। କାଲିଫର୍ନିଆ ଭଳି ଯୁକ୍ତରାଷ୍ଟ୍ରର ଏକ ଉନ୍ନତ ପ୍ରଦେଶର, ଆମେରିକାର ଦ୍ୱିତୀୟ ବୃହତ୍ତମ ଜନବହୁଳ ନଗର ଲସ୍‌ ଆଞ୍ଜେଲ୍ସରେ ବନାଗ୍ନି ଦେଖାଇଦେଲା ମଣିଷର ଅମଣିଷିଆ କାରବାର ଦିନେ ପୃଥିବୀକୁ ମାନବଶୂନ୍ୟ କରିପାରେ। କାର୍ଯ୍ୟ-କାରଣ ସମ୍ପର୍କ ଉପରେ ମଣିଷ ମାନସ-ମନ୍ଥନ (ବ୍ରେନ୍‌ ଷ୍ଟର୍ମିଂ) କରୁନାହିଁ, ଘଟଣା ପରେ ଭଗବାନ୍‌ଙ୍କୁ ଦୋଷ ଦେଉଛି- ଏ ଏକ ‘ଆକ୍ଟ ଅଫ୍‌ ଗଡ୍‌’, ଭଗବାନ୍‌ ଏମିତି କରିଛନ୍ତି।
ଏବେ ସେଠାକାର ନିବାସୀମାନେ ଧୂଳି ପାଉଁଶ ଭିତରେ ନିଜସ୍ବ ବୋଲି କହୁଥିବା ଜିନିଷ ସବୁ କୁଆଡ଼େ ଗଲା ବୋଲି ଖୋଜୁଛନ୍ତି। ଜାନୁଆରୀ ୮ରେ ଯେଉଁ ନିଆଁ ଲାଗିଲା, ତାହାକୁ ମାସ ଶେଷ ସୁଦ୍ଧା କଣ୍ଟ୍ରୋଲ କରିହେଉନାହିଁ। ଯେଉଁଠି ହଲିଉଡ୍‌ ହିଲ୍ସ ଆପାର୍ଟମେଣ୍ଟ ଭଳି ଧନୀମାନଙ୍କ ପ୍ରାସାଦ ଥିଲା, ସେଠି ଏବେ ଦିଶୁଛି ଅନିଶ୍ଚିତତାର, ତୀବ୍ର ସନ୍ତାପର ଓ କେତେକଙ୍କ ପାଇଁ ସର୍ମ୍ପୂଣ୍ଣ କ୍ଷତିର ମରୁଭୂମି। ବିଭ୍ରାଟ ଭିତରେ ଆଶା ବି ଅଛି।
ଏକ ସମ୍ବେଦନଶୀଳ ଲସ୍‌ଆଞ୍ଜେଲସ୍‌ ଗଢ଼ିହେବ ସେତେବେଳେ, ପୁନଃ ନିର୍ମାଣଟା ଭଗବାନ୍‌ଙ୍କର (ତାଙ୍କ ଅଧସ୍ତନ ଦେବଦେବୀଙ୍କର) କାମ ବୋଲି ଲୋକେ କହିବେ ନାହିଁ। ‘ପର୍ଯ୍ୟାୟ ପରେ ପର୍ଯ୍ୟାୟ’ରେ ଘଟଣା ନ ଘଟିଲେ ତାକୁ ଆମେ କହୁ ପ୍ରାକୃତିକ ବିପର୍ଯ୍ୟୟ; ପର୍ଯ୍ୟାୟର ବ୍ୟତିକ୍ରମ। ଜଳଭଣ୍ଡାର ବା ନଦୀବନ୍ଧ ତିଆରି କଲେ ବା ପରମାଣୁ-ଇନ୍ଧନ ତିଆରି କାରଖାନା ବସାଇବା ଭଳି ଯୋଜନା କଲେ ଯେଉଁ ବିପଦ ଆସିପାରେ, ତାକୁ ଆମେ କହୁ ମଣିଷ-ତିଆରି ବିପଦ (ମ୍ୟାନ୍‌ ମେଡ୍‌ କାଲାମିଟି) ବା ଦୁର୍ବିପାକ, ମନ୍ଦ ପରିଣାମ। ପୃଥିବୀ ଭିତରଟା ଖୁବ୍‌ ଗରମ, ଗରମ ଥିବାରୁ ବସ୍ତୁ ପ୍ରସାରିତ ହୁଏ, ପାଣି ଫୁଟିଲା ପରି କିଛି କିଛି ଛିଟ୍‌କି ଯାଏ। ଅନ୍ୟପକ୍ଷରେ ପୃଥିବୀର କେନ୍ଦ୍ରାକର୍ଷଣ (ଗ୍ରାଭିଟେସନାଲ୍‌) ଶକ୍ତି ଯେକୌଣସି ଅଂଶକୁ କେନ୍ଦ୍ର ଆଡ଼କୁ ଟାଣିରଖେ। ଏ ଦୁଇଟିର ପାରସ୍ପରିକ ଶକ୍ତି ପୃଥିବୀ ଭଳି ନଭୋଚାରିକୁ ଗୋଲାକାର ରଖିଥାଏ, ଦୁଇଟି ଶକ୍ତି ଯେଉଁଠି ସମାନ ନୁହେଁ, ସେ ଅଂଶଟି ଖାଲ (ଯଥା ହ୍ରଦ ବା ସମୁଦ୍ର) ବା ଉଚ୍ଚ (ଯଥା ପାହାଡ଼) ହୋଇଥାଏ, ଅକ୍ଷ ପାଖ ଫୁଲିବା ଓ ମେରୁ ଆଡ଼କୁ ଚେପ୍‌ଟା ହୋଇଥାଏ। ଏ ସବୁ ଭଗବାନ୍‌ଙ୍କ କାମ ନୁହେଁ, ଭଗବାନ୍‌ ତିଆରି କରିଥିବା ନିୟମର କାମ- ତାକୁ ଫିଜିକ୍ସ, କେମେଷ୍ଟ୍ରି, ବାୟୋଲଜି ଆଦି ଭଳି ବିଭାଗ କରି ଆମେ ବିଭିନ୍ନ ଶାସ୍ତ୍ରସମ୍ମତ ନିୟମ କହୁଛୁ। ଅଗ୍ନି ଉଦ୍‌ଗିରଣ, ଭୂକମ୍ପ, ସୁନାମି, ଭୂସ୍ଖଳନ ଆଦି ଭଗବାନ୍‌ ତିଆରି କରିଥିବା ପ୍ରକୃତିର ନିୟମ। ବୈଜ୍ଞାନିକମାନେ ଗବେଷଣା କରି ସେସବୁ ନିୟମ କିପରି କାମ କରୁଛି ଦେଖିସାରିଲେଣି, ସେଗୁଡ଼ିକ ପ୍ରାକୃତିକ ଘଟଣା: ଅଘଟଣ ବା ବିପର୍ଯ୍ୟୟ ନୁହେଁ। ବରଂ ଆମେ ମଣିଷମାନେ ସେଭଳି ଘଟଣା ଘଟିବାର ସମ୍ଭାବନା ଥିବା ସ୍ଥାନରେ ବସବାସ କରିବା ଆରମ୍ଭ କରିଦେଉଛୁଁ, ଅର୍ଥାତ୍‌ ବିପଦକୁ ବରଣ କରୁଛୁ। ସେସବୁକୁ ଏଡ଼ାଇ ନିରାପଦ-ଆଶ୍ରୟସ୍ଥଳୀ କରି ଘଟଣାଠାରୁ (ଅଘଟଣଠାରୁ ନୁହେଁ) ଦୂରେଇ ରଖୁଛୁ। ଭୂଖଣ୍ଡ ଚଳନ (ଟେକ୍ଟୋନିକ୍‌ ମୁଭ୍‌ମେଣ୍ଟ) ଯୋଗୁ ତ ଭାରତ ଭୂଖଣ୍ଡ ତିବ୍‌ବତ ଭୂଖଣ୍ଡ (ପ୍ଲେଟ୍‌)କୁ ଠେଲୁଛି, ତେଣୁ ନେପାଳ ଓ ତିବ୍‌ବତରେ ପ୍ରବଳ ଭୂକମ୍ପ ହେଉଛି। ପ୍ରଶାନ୍ତ ମହାସାଗରର ଉଭୟ ଉପକୂଳ ଭୂକମ୍ପ-ପ୍ରବଣ ବୋଲି ଭୌଗୋଳିକ ବିଜ୍ଞାନବିତ୍‌ କହିଆସିଛନ୍ତି। ସେଠି ବସବାସ କଲେ ଭୂକମ୍ପର ଶିକାର ହେବାକୁ ପଡ଼ିପାରେ, ତଥାପି ଲୋକେ ସେଠାରେ ବସବାସ କରୁଛନ୍ତି, କେଉଁ ଦିନ ଅକାଳେ ସକାଳେ ଆଗ୍ନେୟଗିରିର ଉଦ୍‌ଗିରଣ ବା ଭୂମିକମ୍ପ ହେବ ବୋଲି ସବୁଦିନେ ମାଛ ଓ ଅନ୍ୟ ସାମୁଦ୍ରିକ ଖାଦ୍ୟ ମିଳୁଥିବା ଉପକୂଳ ଛାଡ଼ି ଖାଦ୍ୟାଭାବ ଅଞ୍ଚଳକୁ ଚାଲିଯିବା କି?
ଆଉ ଥରେ ଲସ୍‌ ଆଞ୍ଜେଲସ୍‌ ବନାଗ୍ନି କଥା ଶୁଣନ୍ତୁ। ଖାଣ୍ଡବବନ ଦହନ (ଅର୍ଜୁନଙ୍କ ତୀର ଦ୍ୱାରା ଜଳିବା) ପରି ଏ ଏକ ମନୁଷ୍ୟକୃତ ଘଟଣା। ଏଯାଏ ପ୍ରାୟ ୩୦ ହଜାର କୋଟି ଡଲାର କ୍ଷତି ହେଲାଣି, ଓଡ଼ିଶାର ଏ ବର୍ଷର ବଜେଟ ଅଟକଳ ୨,୬୦,୦୦୦ କୋଟି ଟଙ୍କା ସଙ୍ଗେ ସମାନ। ଏ କ’ଣ ଭଗବାନ୍‌ଙ୍କର କାମ? ଫସିଲ ଫୁଏଲ୍‌ (ଖଣିଜ ତୈଳ) କମ୍ପାନୀଗୁଡ଼ିକ ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ। ସେଠାରେ ଏବକାର ଭୂପୃଷ୍ଠର ତାପ ଶିଳ୍ପ ବିପ୍ଳବ ସମୟର ଭୂପୃଷ୍ଠର ତାପଠାରୁ ଦେଢ଼ ଡିଗ୍ରୀ ସେଲ୍‌ସିଅସ୍‌ ବେଶି ହୋଇଥିବାରୁ ଆପେ ଆପେ ଶୁଖିଲାପତ୍ରରେ ନିଆଁ ଲାଗିଥିବା ଆଶଙ୍କା ହେଉଛି। ସମ୍ଭବତଃ ଅଗ୍ନି ଚପାଇବାର ପ୍ରଚେଷ୍ଟାରେ ଆମେରିକା ସରକାର ବ୍ୟର୍ଥ। ଜଙ୍ଗଲ ଭିତରେ ଭୂମି ଉପରେ ଜମୁଥିବା ଶୁଖିଲାପତ୍ର, ଡାଳ ଆଦି ସହଜରେ ନିଆଁ ଲାଗୁଥିବା ଦ୍ରବ୍ୟଗୁଡ଼ିକର ପରିମାଣ ବଢ଼ିଚାଲିଲା। ଜଳଭଣ୍ଡାର ସୃଷ୍ଟି କରିବାରେ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ବ୍ୟାପକ କରିବାରେ ଲସ୍‌ ଆଞ୍ଜେଲସ୍‌ ନଗର ନିଗମ ଫେଲ୍‌ ହୋଇଛି। କାଲିଫର୍ନିଆ ସରକାର ଗୃହ ନିର୍ମାଣ ବୃଦ୍ଧିକୁ ରୋକି ପାରିନଥିବା କାରଣରୁ ଆବର୍ଜନା ଆଦି ଅଗ୍ନିପ୍ରବଣ ପଦାର୍ଥ ଜଙ୍ଗଲ ଅଭ୍ୟନ୍ତରକୁ ବ୍ୟାପିଗଲା। ଅଥବା ଇନ୍‌ସ୍ୟୁରାନ୍ସ କମ୍ପାନୀଗୁଡ଼ିକ ଜଳବାୟୁ ପରିବର୍ତ୍ତନ କାରଣ ଯୋଗୁ ଅଗ୍ନି-ବୀମା କଲେ ନାହିଁ। ଶହେ ବର୍ଷ ତଳେ ଉଇଲିଅମ୍‌ ମୁଲ୍‌ହଲାଣ୍ଡ ଏକ ପ୍ରକାଣ୍ଡ ଆକ୍ୱାଡକ୍ଟ ନିର୍ମାଣ କରି ଲସ୍‌ ଆଞ୍ଜେଲସ୍‌କୁ ଜଳ ଯୋଗାଣ କରିବାର ଯେଉଁ ଯୋଜନା କଲେ, ତାହା ଲସ୍‌ ଆଞ୍ଜେଲସ୍‌କୁ ଘନ ଆବାସସ୍ଥଳୀ କରିଦେଲା। ଦିନେ ଏ ସହର ଆମେରିକାର ୨ୟ ବୃହତ୍ତମ ନଗର ହେବ ସେ ଭାବିପାରିନଥିଲେ। ଫଳରେ ଦାବାନଳ ଭଳି ଅପ୍ରାକୃତିକ ଦୁର୍ବିପାକର ଉତ୍ସ ହୋଇଗଲା। ଏବେ ବୁଝିଲେ ତ କିପରି ମାନବୀୟ ଲୀଳା- ମଣିଷର କର୍ମ ଓ ଅପକର୍ମ- ଏହାର କାରଣ। ଏବେ ଆମେ ଭଗବାନ୍‌ଙ୍କୁ ଦାୟୀ କରୁନାହୁଁ- ମଣିଷ ହାତରେ ଏହାର ସମାଧାନ ଅଛି କହୁଛୁ। ଭଗବାନ୍‌ଙ୍କ ଅଭିଶାପ ବା କୁଦୃଷ୍ଟି କହିଦେଲେ ତା’ର ପ୍ରତିକାର ମଣିଷ ହାତରେ ନାହିଁ ବୋଲି ଭାବିନେବା। ଯେଉଁ ଭଗବାନ୍‌ ସର୍ବଜ୍ଞ, ସର୍ବୋତ୍ତମ, ସର୍ବତ୍ର ବିଦ୍ୟମାନ, ସିଏ କାହିଁକି କାହା ଉପରେ ରାଗିବେ! ଗୀତାର ୯ମ ଅଧ୍ୟାୟ ଶ୍ଳୋକ ୨୯ରେ ଶ୍ରୀକୃଷ୍ଣ ପରା କହିଦେଇଛନ୍ତି, ସମୋଽହଂ ସର୍ବଭୂତେଷୁ ନ ମେ ଦ୍ୱେଷ୍ୟୋଽସ୍ତି ନ ପ୍ରିୟଃ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri