ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ। କିନ୍ତୁ ଏକ ପରିପୁଷ୍ଟ ଜୀବନ ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଏହାଛଡ଼ା ଶିକ୍ଷା ବ୍ୟତିରେକେ ମଣିଷ ବୃତ୍ତି ନିର୍ଦ୍ଧାରଣ କରିବା ବର୍ତ୍ତମାନ ଯୁଗରେ ପ୍ରାୟ ଅସମ୍ଭବ। ଏଣୁ ପ୍ରଗତିଶୀଳ ରାଜ୍ୟ ଗଠନରେ ଯୁଗୋପଯୋଗୀ ଉନ୍ନତ ଶିକ୍ଷା ଅପରିହାର୍ଯ୍ୟ। ଏହିପରି ଏକ ଉସତ୍ର୍ଗୀକୃତ ଶିକ୍ଷାନୁଷ୍ଠାନ ତଥା ଦଧୀଚି ଗ୍ରୁପ ଅଧ୍ୟକ୍ଷ ମନୋଜ କୁମାର ଦାଶଙ୍କ ସହ ଧରିତ୍ରୀର ଆଳାପ…

ପ୍ରଶ୍ନ- ଆପଣଙ୍କ ପ୍ରାରମ୍ଭିକ କିପରି ଥିଲା?
ଉ- ଗଞ୍ଜାମ ଜିଲା ସୋରଡ଼ାରେ ମୋର ଜନ୍ମ। ମୋ ବାପା କୁଳମଣି ଦାଶ ଜଣେ ସରକାରୀ ଚାକିରିଆ ଥିଲେ। ତାଙ୍କର କାର୍ଯ୍ୟସ୍ଥଳୀ ଅନୁସାରେ ମୁଁ ମୋର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାପ୍ରାପ୍ତ କରିଛି। ଭଞ୍ଜନଗର କଲେଜରୁ ଯୁକ୍ତ୨ ବିଜ୍ଞାନ ପାସ୍‌ କରି ଇଞ୍ଜିିନିୟରିଂ ଶିକ୍ଷା ପ୍ରତି ମନ ବଳାଇଲି। ଏଥିପାଇଁ ଏଏମ୍‌ଆଇରେ ପଢ଼ିବା ଲାଗି ମାଡ୍ରାସ୍‌ (ଚେନ୍ନାଇ)ଠାରେ ନାମ ଲେଖାଇଲି। ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ ଚାକିରି ଜୀବନ ଆରମ୍ଭ କଲି।
ପ୍ରଶ୍ନ- ବ୍ୟବସାୟକୁ ବୃତ୍ତି ଭାବେ ଆପଣେଇଲେ କିପରି?
ଉ- କନ୍‌ଷ୍ଟ୍ରକ୍ସନ କମ୍ପାନୀରେ ଚାକିରି କଲାବେଳେ ସିନିୟର୍‌ମାନଙ୍କ ବ୍ୟବହାର ମୋତେ ଦୁଃଖ ଦେଲା। ଏଣୁ ଚାକିରି ଛାଡି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କଲି। ମୋର ଜଣେ ମଉସାଙ୍କ ପ୍ରେରଣାରେ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ପ୍ରଥମେ ପାଦ ଦେଲି। ପରେ ଗ୍ରାହକମାନଙ୍କୁ ପ୍ଲଟ୍‌, ଫ୍ଲାଟ୍‌ ଓ ବିଭିନ୍ନ ଘର ନିର୍ମାଣ କରି ବିକ୍ରୟ କଲି, ଯାହାକି ଜୀବନଧାରଣର ପ୍ରଧାନ ମାର୍ଗ ଥିଲା।
ପ୍ରଶ୍ନ- ଶିକ୍ଷାକ୍ଷେତ୍ରରେ ଦଧୀଚି ଗ୍ରୁପ୍‌ କିପରି ଜନ୍ମ ନେଲା?
ଉ- ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ କରୁଥିଲା ବେଳେ ଗୋଟିଏ ଶିକ୍ଷାନୁଷ୍ଠାନର ନିର୍ମାଣ ଦ୍ୱାୟିତ୍ୱ ମୋ କମ୍ପାନୀ ଉପରେ ନ୍ୟସ୍ତ ଥିଲା। ସେଠାରୁ ଅନୁପ୍ରାଣିତ ହୋଇ ମୁଁ ଶିକ୍ଷାନୁଷ୍ଠାନ ଗଢିବା ପାଇଁ ଆଗ୍ରହ ପ୍ରକାଶ କଲି। ଗ୍ରାମାଞ୍ଚଳରେ ଯୁବବର୍ଗଙ୍କୁ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ କରିବା ଓ ସେମାନଙ୍କର ଦକ୍ଷତା ବୃଦ୍ଧି କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ମୋର ସ୍ବପ୍ନ ଥିଲା। ସେହି ସ୍ବପ୍ନକୁ ସାକାର କରିବା ପାଇଁ କଟକ, ଭୁବନେଶ୍ୱର ଦ୍ୱୈତ ନଗରୀର ଉପାନ୍ତରେ ଥିବା ଏକ ଗ୍ରାମକୁ ମୋର କର୍ମଭୂମି ରୂପେ ବାଛିଥିଲି। ଦଧୀଚି ମହର୍ଷିଙ୍କ ଆଦର୍ଶକୁ ପାଥେୟ କରି ମୁଁ ତାଙ୍କରି ନାମରେ ଆରମ୍ଭ କଲି ଶିକ୍ଷାନୁଷ୍ଠାନ। ପ୍ରଥମେ ଦଧୀଚି ଶିଳ୍ପ ତାଲିମ କେନ୍ଦ୍ର, ଦଧୀଚି ଫାର୍ମାସୀ ମହାବିଦ୍ୟାଳୟ ପରେ ପରେ ଦଧୀଚି ପବ୍ଲିକ୍‌ ସ୍କୁଲ୍‌, ଆରିୟନ୍‌ ଇଞ୍ଜିନିୟରିଂ ସ୍କୁଲ୍‌, ଏକାଡେମିଆ ଉଚ୍ଚ ମାଧ୍ୟମିକ କଲେଜ ସବୁ ଚାଲିଛି।
ପ୍ରଶ୍ନ- ଅନୁଷ୍ଠାନ ଗଢ଼ିବାରେ କ’ଣ ସବୁ ଆହ୍ବାନ ରହିଥିଲା?
ଉ-ଗ୍ରାମାଞ୍ଚଳରେ ଶିକ୍ଷାନୁଷ୍ଠାନ ଗଢ଼ିବା ସବୁଠାରୁ ବଡ଼ ଆହ୍ବାନ, ଯେଉଁଠି ଗମନାଗମନ ହେଉଛି ଏକ ଦୁରୂହ ବ୍ୟାପାର। ତା’ ଛଡା ଏତେବଡ଼ ସ୍ବପ୍ନକୁ ସାକାର କରିବା ପାଇଁ ଆର୍ଥିକ ସଙ୍କଟ ମଧ୍ୟ ଏକ ବଡ ଆହ୍ବାନ ଥିଲା। ତେବେ ନିଜର ଦୃଢ ସଙ୍କଳ୍ପ, ଆତ୍ମବିଶ୍ୱାସ ଆଉ ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ସବୁପ୍ରକାର ଆହ୍ବାନକୁ ଅତିକ୍ରମ କରି ଆଜି ଦଧୀଚି ଶିକ୍ଷାନୁଷ୍ଠାନକୁ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ କରିପାରିଛି।
ପ୍ରଶ୍ନ- ଆପଣଙ୍କ ଜୀବନର ଲକ୍ଷ୍ୟ କ’ଣ ରହିଛି?
ଉ- ଦଧୀଚି ଅନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ମୋର ମୁଖ୍ୟ ଲକ୍ଷ୍ୟ ରହିଛି। ଏହାଛଡ଼ା ନୂତନ ଚିନ୍ତାଧାରାର ସମାଜକୁ ଉନ୍ନତ କରିବା ପାଇଁ ଏକ ଲିଡରଶିପ ଏଜୁକେଶନ ଶିକ୍ଷାକୁ ଅନୁଷ୍ଠାନ ସହ ଯୋଡ଼ିବାରେ ଆଶା ଅଛି।
ପ୍ରଶ୍ନ-ଓଡ଼ିଶାର ଯୁବବର୍ଗଙ୍କୁ ଆପଣଙ୍କର ବାର୍ତ୍ତା କ’ଣ?
ଉ- ଯୁବପିଢ଼ିଙ୍କ ପାଇଁ ଏହି ସନ୍ଦେଶ ଦେବି ଯେ ସବୁବେଳେ ଭଲ ମଣିଷ ହେବା ସହ ସମାଜର ସେବା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?