ମୋ ଅଭିଧାନରେ ନାହିଁ ଶବ୍ଦ ବିଲୁପ୍ତ

ଜୀବନ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ନିତାନ୍ତ ଆବଶ୍ୟକ। ଏହାକୁ ଆଧାର କରି ସେ ବାସଗୃହ ନିର୍ମାଣ ଓ ବ୍ୟବସାୟ କ୍ଷେତ୍ରରେ ପାଦ ଥାପିଥିଲେ। କିନ୍ତୁ ଏକ ପରିପୁଷ୍ଟ ଜୀବନ ପାଇଁ ଶିକ୍ଷା ଅପରିହାର୍ଯ୍ୟ। ଏହାଛଡ଼ା ଶିକ୍ଷା ବ୍ୟତିରେକେ ମଣିଷ ବୃତ୍ତି ନିର୍ଦ୍ଧାରଣ କରିବା ବର୍ତ୍ତମାନ ଯୁଗରେ ପ୍ରାୟ ଅସମ୍ଭବ। ଏଣୁ ପ୍ରଗତିଶୀଳ ରାଜ୍ୟ ଗଠନରେ ଯୁଗୋପଯୋଗୀ ଉନ୍ନତ ଶିକ୍ଷା ଅପରିହାର୍ଯ୍ୟ। ଏହିପରି ଏକ ଉସତ୍ର୍ଗୀକୃତ ଶିକ୍ଷାନୁଷ୍ଠାନ ତଥା ଦଧୀଚି ଗ୍ରୁପ ଅଧ୍ୟକ୍ଷ ମନୋଜ କୁମାର ଦାଶଙ୍କ ସହ ଧରିତ୍ରୀର ଆଳାପ…

ପ୍ରଶ୍ନ- ଆପଣଙ୍କ ପ୍ରାରମ୍ଭିକ କିପରି ଥିଲା?
ଉ- ଗଞ୍ଜାମ ଜିଲା ସୋରଡ଼ାରେ ମୋର ଜନ୍ମ। ମୋ ବାପା କୁଳମଣି ଦାଶ ଜଣେ ସରକାରୀ ଚାକିରିଆ ଥିଲେ। ତାଙ୍କର କାର୍ଯ୍ୟସ୍ଥଳୀ ଅନୁସାରେ ମୁଁ ମୋର ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାପ୍ରାପ୍ତ କରିଛି। ଭଞ୍ଜନଗର କଲେଜରୁ ଯୁକ୍ତ୨ ବିଜ୍ଞାନ ପାସ୍‌ କରି ଇଞ୍ଜିିନିୟରିଂ ଶିକ୍ଷା ପ୍ରତି ମନ ବଳାଇଲି। ଏଥିପାଇଁ ଏଏମ୍‌ଆଇରେ ପଢ଼ିବା ଲାଗି ମାଡ୍ରାସ୍‌ (ଚେନ୍ନାଇ)ଠାରେ ନାମ ଲେଖାଇଲି। ସଫଳତାର ସହ ଉତ୍ତୀର୍ଣ୍ଣ ହେବା ପରେ ଏକ କନ୍‌ଷ୍ଟ୍ରକ୍ସନ କମ୍ପାନୀରେ ଚାକିରି ଜୀବନ ଆରମ୍ଭ କଲି।
ପ୍ରଶ୍ନ- ବ୍ୟବସାୟକୁ ବୃତ୍ତି ଭାବେ ଆପଣେଇଲେ କିପରି?
ଉ- କନ୍‌ଷ୍ଟ୍ରକ୍ସନ କମ୍ପାନୀରେ ଚାକିରି କଲାବେଳେ ସିନିୟର୍‌ମାନଙ୍କ ବ୍ୟବହାର ମୋତେ ଦୁଃଖ ଦେଲା। ଏଣୁ ଚାକିରି ଛାଡି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କଲି। ମୋର ଜଣେ ମଉସାଙ୍କ ପ୍ରେରଣାରେ ରିୟଲ୍‌ ଇଷ୍ଟେଟ୍‌ ବ୍ୟବସାୟରେ ପ୍ରଥମେ ପାଦ ଦେଲି। ପରେ ଗ୍ରାହକମାନଙ୍କୁ ପ୍ଲଟ୍‌, ଫ୍ଲାଟ୍‌ ଓ ବିଭିନ୍ନ ଘର ନିର୍ମାଣ କରି ବିକ୍ରୟ କଲି, ଯାହାକି ଜୀବନଧାରଣର ପ୍ରଧାନ ମାର୍ଗ ଥିଲା।
ପ୍ରଶ୍ନ- ଶିକ୍ଷାକ୍ଷେତ୍ରରେ ଦଧୀଚି ଗ୍ରୁପ୍‌ କିପରି ଜନ୍ମ ନେଲା?
ଉ- ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ କରୁଥିଲା ବେଳେ ଗୋଟିଏ ଶିକ୍ଷାନୁଷ୍ଠାନର ନିର୍ମାଣ ଦ୍ୱାୟିତ୍ୱ ମୋ କମ୍ପାନୀ ଉପରେ ନ୍ୟସ୍ତ ଥିଲା। ସେଠାରୁ ଅନୁପ୍ରାଣିତ ହୋଇ ମୁଁ ଶିକ୍ଷାନୁଷ୍ଠାନ ଗଢିବା ପାଇଁ ଆଗ୍ରହ ପ୍ରକାଶ କଲି। ଗ୍ରାମାଞ୍ଚଳରେ ଯୁବବର୍ଗଙ୍କୁ ଯୁଗୋପଯୋଗୀ ଶିକ୍ଷା ପ୍ରଦାନ କରିବା ଓ ସେମାନଙ୍କର ଦକ୍ଷତା ବୃଦ୍ଧି କରି ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ମୋର ସ୍ବପ୍ନ ଥିଲା। ସେହି ସ୍ବପ୍ନକୁ ସାକାର କରିବା ପାଇଁ କଟକ, ଭୁବନେଶ୍ୱର ଦ୍ୱୈତ ନଗରୀର ଉପାନ୍ତରେ ଥିବା ଏକ ଗ୍ରାମକୁ ମୋର କର୍ମଭୂମି ରୂପେ ବାଛିଥିଲି। ଦଧୀଚି ମହର୍ଷିଙ୍କ ଆଦର୍ଶକୁ ପାଥେୟ କରି ମୁଁ ତାଙ୍କରି ନାମରେ ଆରମ୍ଭ କଲି ଶିକ୍ଷାନୁଷ୍ଠାନ। ପ୍ରଥମେ ଦଧୀଚି ଶିଳ୍ପ ତାଲିମ କେନ୍ଦ୍ର, ଦଧୀଚି ଫାର୍ମାସୀ ମହାବିଦ୍ୟାଳୟ ପରେ ପରେ ଦଧୀଚି ପବ୍ଲିକ୍‌ ସ୍କୁଲ୍‌, ଆରିୟନ୍‌ ଇଞ୍ଜିନିୟରିଂ ସ୍କୁଲ୍‌, ଏକାଡେମିଆ ଉଚ୍ଚ ମାଧ୍ୟମିକ କଲେଜ ସବୁ ଚାଲିଛି।
ପ୍ରଶ୍ନ- ଅନୁଷ୍ଠାନ ଗଢ଼ିବାରେ କ’ଣ ସବୁ ଆହ୍ବାନ ରହିଥିଲା?
ଉ-ଗ୍ରାମାଞ୍ଚଳରେ ଶିକ୍ଷାନୁଷ୍ଠାନ ଗଢ଼ିବା ସବୁଠାରୁ ବଡ଼ ଆହ୍ବାନ, ଯେଉଁଠି ଗମନାଗମନ ହେଉଛି ଏକ ଦୁରୂହ ବ୍ୟାପାର। ତା’ ଛଡା ଏତେବଡ଼ ସ୍ବପ୍ନକୁ ସାକାର କରିବା ପାଇଁ ଆର୍ଥିକ ସଙ୍କଟ ମଧ୍ୟ ଏକ ବଡ ଆହ୍ବାନ ଥିଲା। ତେବେ ନିଜର ଦୃଢ ସଙ୍କଳ୍ପ, ଆତ୍ମବିଶ୍ୱାସ ଆଉ ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ସବୁପ୍ରକାର ଆହ୍ବାନକୁ ଅତିକ୍ରମ କରି ଆଜି ଦଧୀଚି ଶିକ୍ଷାନୁଷ୍ଠାନକୁ ଓଡ଼ିଶାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନରେ ପରିଣତ କରିପାରିଛି।
ପ୍ରଶ୍ନ- ଆପଣଙ୍କ ଜୀବନର ଲକ୍ଷ୍ୟ କ’ଣ ରହିଛି?
ଉ- ଦଧୀଚି ଅନୁଷ୍ଠାନକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ମୋର ମୁଖ୍ୟ ଲକ୍ଷ୍ୟ ରହିଛି। ଏହାଛଡ଼ା ନୂତନ ଚିନ୍ତାଧାରାର ସମାଜକୁ ଉନ୍ନତ କରିବା ପାଇଁ ଏକ ଲିଡରଶିପ ଏଜୁକେଶନ ଶିକ୍ଷାକୁ ଅନୁଷ୍ଠାନ ସହ ଯୋଡ଼ିବାରେ ଆଶା ଅଛି।
ପ୍ରଶ୍ନ-ଓଡ଼ିଶାର ଯୁବବର୍ଗଙ୍କୁ ଆପଣଙ୍କର ବାର୍ତ୍ତା କ’ଣ?
ଉ- ଯୁବପିଢ଼ିଙ୍କ ପାଇଁ ଏହି ସନ୍ଦେଶ ଦେବି ଯେ ସବୁବେଳେ ଭଲ ମଣିଷ ହେବା ସହ ସମାଜର ସେବା କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri