କରୋନାକୁ ହରାଇ ପୁତ୍ର ସନ୍ତାନ ଜନ୍ମଦେଲେ ଏହି ମହିଳା

ବ୍ରହ୍ମପୁର ଅଫିସ,୮ା୮: ବର୍ତ୍ତମାନ ସମୟରେ ଗର୍ଭବତୀ ମହିଳାମାନେ ପ୍ରସବ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି ସରକାରୀ ଡାକ୍ତରଖାନାକୁ ଜରୁରିକାଳୀନ ପରିସ୍ଥିତିରେ ଚିକିତ୍ସା କିମ୍ବା ପ୍ରସବ ପାଇଁ ଗଲେ ପ୍ରଥମେ ନମୁନା ପରୀକ୍ଷା କରିବା ପାଇଁ ଧାଡ଼ିରେ ଠିଆ ହେବାକୁ ପଡୁଛି, ଯାହାକି ଅତି ଚିନ୍ତାଜନକ ବିଷୟ। କରୋନା ମହାମାରୀ ଭଳି ଭୟାନକ ପରିସ୍ଥିତିରେ ଏମିତି ଏକ ଉଦାହରଣ ଗଞ୍ଜାମ ଜିଲା କୁକୁଡାଖଣ୍ଡି ବ୍ଲକରେ ସାମ୍ନାକୁ ଆସିଛି । ଯାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଲାଞ୍ଜିଆ ପଞ୍ଚାୟତର ପଦରବାଲି ଗ୍ରାମର ଜଣେ ଗର୍ଭବତୀ ମହିଳା କୌଣସି କାରଣ ବଶତଃ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ସ୍ଥାନୀୟ ଅଙ୍ଗନଓ୍ବାଡ଼ି କର୍ମୀ ଓ ପ୍ରଶାସନର ସହଯୋଗରେ ନମୁନା ପରୀକ୍ଷା କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ନମୁନା ମଧ୍ୟ ପଜିଟିଭ୍‌ ଆସିଥିଲା। ଡାକ୍ତରଙ୍କ କହିବା ଅନୁସାରେ କେବଳ ୧୦ ଦିନ ସମୟ ଥିଲା ପ୍ରସବ ପାଇଁ ଯାହାକୁ ଅତି ଗୁରୁତର ସହିତ ନେଇ ପ୍ରଥମେ ଘରୋଇ ସଙ୍ଗରୋଧରେ ରଖାଯାଇଥିଲା ମହିଳା ଜଣଙ୍କୁ। ତହସିଲଦାର ଡଃ. ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, କୁକୁଡ଼ାଖଣ୍ଡି ଗୋଷ୍ଠୀ ଚିକିତ୍ସା ଅଧିକାରୀ ରାମଚନ୍ଦ୍ର ମହାପାତ୍ର, ଅଙ୍ଗନଓ୍ବାଡ଼ି କର୍ମୀ ଦୀପ୍ତିମୟୀ ଦେବୀ ପ୍ରମୁଖ ନିୟମିତ ଉକ୍ତ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରାଯାଇ ଆବଶ୍ୟକୀୟ ଔଷଧ ତାଙ୍କୁ ପ୍ରଦାନ କରାଯାଉଥିଲା। କେବଳ ୯ ଦିନ ସଙ୍ଗରୋଧରେ ରହିବା ପରେ ଯେତେବେଳେ ପ୍ରସବ ତାରିଖ ଆସିଲା ପୁନର୍ବାର ନମୁନା ପରୀକ୍ଷା କରାଯାଇଥିଲା। ସେତେବେଳେ ଗର୍ଭବତୀ ମହିଳା ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏମ୍‌କେସିଜିରେ ଅସ୍ତ୍ରୋପଚାର ମାଧ୍ୟମରେ ସଂପୃକ୍ତା ମହିଳା ଜଣଙ୍କ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri