Posted inଖେଳ

ରଣଜୀ ଟ୍ରଫି ପରେ ସନ୍ୟାସ ନେବେ ଏହି ଓ୍ବିକେଟ କିପର

ନୂଆଦିଲ୍ଲୀ,୪।୧୧: ଭାରତୀୟ କ୍ରିକେଟ ଟିମର ୱିକେଟ କିପର ରିଦ୍ଧିମାନ ଶାହା ଘୋଷଣା କରିଛନ୍ତି ଯେ ସେ ଚଳିତ ବର୍ଷ ୨୦୨୪-୨୫ ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ଅବସର ନେବେ ଏବଂ ତାଙ୍କର ୧୭ ବର୍ଷର କ୍ୟାରିୟରକୁ ଶେଷ କରିବେ।
ଶାହା ବର୍ତ୍ତମାନ ବେଙ୍ଗାଲୁରୁର କର୍ନାଟକ ବିପକ୍ଷ ଚତୁର୍ଥ ରାଉଣ୍ଡ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସୋସିଆଲ ମିଡିଆରେ ସେ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି।
ସେ ଟୁଇଟରରେ ଲେଖିଛନ୍ତି ଯେ, କ୍ରିକେଟରେ ଏକ ସ୍ମରଣୀୟ ଯାତ୍ରା ପରେ ଏହା ମୋର ଶେଷ ସିଜନ ହେବ। ବଙ୍ଗଳା ପକ୍ଷରୁ ରଣଜୀ ଟ୍ରଫିରେ ଖେଳୁଥିବାବେଳେ ଅବସର ନେବା ମୋ ପାଇଁ ଗୌରବର ବିଷୟ। ଚାଲ ଏହି ସିଜନକୁ ସ୍ବତନ୍ତ୍ର କରିବା ।

୨୦୨୨-୨୩ରେ ବଙ୍ଗଳା ଦଳ ସହ ବିବାଦ ହେତୁ ୩୯ ବର୍ଷୀୟ ଶାହା ଦଳରୁ ନିଜକୁ ଦୂରେଇ ରଖିଥିଲେ। କ୍ରିକେଟ ଆସୋସିଏସନ ଅଫ ବେଙ୍ଗଲ (କ୍ୟାବ) ସଚିବ ଦେବବ୍ରତ ଦାସ ତାଙ୍କୁ ଖେଳରୁ ନିବୃତ୍ତ କରିବା ପାଇଁ ବାହାନା କରିଥିବା ଅଭିଯୋଗ କରିଥିଲେ। କିନ୍ତୁ ଏହି ସିଜନରେ ଶାହା ଦଳକୁ ଫେରି ରଣଜୀ ଟ୍ରଫିର ପ୍ରଥମ ଦୁଇଟି ମ୍ୟାଚ ଖେଳିଥିଲେ।
ଶାହା ଭାରତ ପାଇଁ ୪୦ଟି ଟେଷ୍ଟ ଖେଳି ୧୩୫୩ ରନ ସ୍କୋର କରି ତିନୋଟି ଶତକ ଏବଂ ଛଅ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ଦୀର୍ଘ ସମୟ ଧରି ଟିମ ଇଣ୍ଡିଆ ସହିତ ଜଡିତ ରହିଥିଲେ, କିନ୍ତୁ ଋଷଭ ପନ୍ତଙ୍କ ଆଗମନ ସହିତ ଦଳରେ ସ୍ଥାନ ପାଇବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଥିଲା, ଯଦିଓ ସେ ଅନେକ ଥର ଦ୍ୱିତୀୟ ୱିକେଟ କିପର ଭାବରେ ଅନ୍ତର୍ଭୁକ୍ତ ହୋଇଥିଲେ।

ସେ ଶେଷ ଥର ପାଇଁ ଡିସେମ୍ବର ୨୦୨୧ରେ ଭାରତ ପାଇଁ ଖେଳିଥିଲେ ଏବଂ ୨୦୨୩ରେ କେନ୍ଦ୍ରୀୟ ଚୁକ୍ତିରୁ ମୁକ୍ତ ହୋଇଥିଲେ।
ଆଇପିଏଲ ୨୦୨୫ ନିଲାମ ପୂର୍ବରୁ ଗୁଜୁରାଟ ଟାଇଟାନ୍ସ ତାଙ୍କୁ ରିଟେନ କରି ନାହିଁ। ୨୦୦୮ରୁ ପ୍ରତି ସିଜନରେ ଆଇପିଏଲରେ ଖେଳିଥିବା ଅଳ୍ପ କିଛି ଖେଳାଳିଙ୍କ ମଧ୍ୟରୁ ଶାହା ଅନ୍ୟତମ। ସେ ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ, ଚେନ୍ନାଇ ସୁପର କିଙ୍ଗ୍ସ, କୋଲକାତା ନାଇଟ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗ୍ସ ପାଇଁ ମଧ୍ୟ ଖେଳିଛନ୍ତି। ୨୦୧୪ ଫାଇନାଲରେ, ଯେତେବେଳେ ପଞ୍ଜାବ କିଙ୍ଗସ ରନର୍ସଅପ ଶେଷ କଲା, ଶାହା ୫୫ ବଲରୁ ଅପରାଜିତ ୧୧୫ସ୍କୋର କରି ଏକ ଐତିହାସିକ ଶତକ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?