Posted inଜାତୀୟ

ନେତ୍ରଦାନ କରିବାକୁ ସଂକଳ୍ପ ନେଲା ପୂରା ଗାଁ

ହାଇଦ୍ରାବାଦ, ୧୭।୨:  ବିଶ୍ୱରେ ସବୁଠାରୁ କମ୍‌ ଅଙ୍ଗଦାନ ହେଉଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ଅନ୍ୟତମ। ଭାରତରେ ପ୍ରତି ଲକ୍ଷେ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମଧ୍ୟ ଅଙ୍ଗଦାନ କରନ୍ତି ନାହିଁ। ତେବେ ତେଲଙ୍ଗାନାର ହନୁମାକୋଣ୍ଡା ଜିଲା ମୁଚେରିଲା ଗ୍ରାମରେ ଏହାର ବିପରୀତ ଘଟଣା ଦେଖିବାକୁ ମିଳିଛି। ଏହି ଗ୍ରାମର ୫୦୦ ଜଣ ଅଧିବାସୀ ସେମାନଙ୍କ ମୃତ୍ୟୁ ପରେ ନିଜ ନେତ୍ର ଦାନ କରିବାକୁ ସଂକଳ୍ପ ନେଇଛନ୍ତି। ଗ୍ରାମବାସୀଙ୍କ ଏହି ଘୋଷଣାକୁ ଚାରିଆଡ଼ୁ ପ୍ରଶଂସା କରାଯାଇଛି।
କିଛିବର୍ଷ ମଧ୍ୟରେ ଏହି ଗ୍ରାମରେ ମୃତ୍ୟୁ ପରେ ୭୦ ଜଣ ଗ୍ରାମବାସୀଙ୍କର ନେତ୍ର ଦାନ କରାଯାଇଛି। ରାଜ୍ୟ ଜଳସେଚନ ବିଭାଗର ବିଭାଗୀୟ ଯନ୍ତ୍ରୀ ତଥା ଗ୍ରାମବାସୀ ମଣ୍ଡଲା ରବୀନ୍ଦ୍ରନ୍‌ କହିଛନ୍ତି, ପ୍ରାୟ ଦଶନ୍ଧି ତଳେ ସେ ନିଜ ମା’ଙ୍କ ମୃତ୍ୟୁପରେ ତାଙ୍କ ନେତ୍ର ଦାନ କରିବାକୁ ସଂକଳ୍ପ ନେଇଥିଲେ। ଏହା ଗ୍ରାମରେ ଅଙ୍ଗ ଦାନ ଦିଗରେ ପ୍ରଥମ ପଦକ୍ଷେପ ଥିଲା। ରବୀନ୍ଦ୍ରନ କହିଛନ୍ତି, ମୃତ୍ୟୁ ପରେ ଅଙ୍ଗଗୁଡ଼ିକୁ ନଷ୍ଟ କରିବା ଉଚିତ ନୁହେଁ। ଏହି ଚିନ୍ତାଧାରା ତାଙ୍କର ସର୍ବଦା ରହିଆସିଛି। ସେ ୨୦୧୯ରେ ନିଜ ବାପାଙ୍କ ଅଙ୍ଗ ଦାନ କରିଥିଲେ। ଏହାସହ ସେ ଅନ୍ୟମାନଙ୍କୁ ମଧ୍ୟ ଅଙ୍ଗ ଦାନ କରିବା ପାଇଁ ପ୍ରୋତ୍ସାହନ କରିଥିଲେ, ଯାହାଫଳରେ ଅସହାୟ ଲୋକଙ୍କୁ ସାହାଯ୍ୟ କରାଯାଇ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଅଣାଯାଇ ପାରିବ। ରବୀନ୍ଦ୍ରନଙ୍କଠାରୁ ଅନୁପ୍ରାଣିତ ହୋଇ ଗ୍ରାମର କିଛି ଲୋକ ତାଙ୍କ ପଥକୁ ଅନୁସରଣ କରି ଅଙ୍ଗଦାନ ଓ ନେତ୍ରଦାନ କରିବାକୁ ସଂକଳ୍ପ ନେଇଥିଲେ। ଗ୍ରାମବାସୀ ମଲ୍ଲା ରେଡ୍ଡୀ କହିଛନ୍ତି, ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁ ଘଟିଲେ ସେମାନେ ରବୀନ୍ଦ୍ରନ୍‌ଙ୍କୁ ଜଣାଇଥାନ୍ତି। ରବୀନ୍ଦ୍ରନ୍‌ ଡାକ୍ତରଙ୍କ ସହ ସମ୍ପର୍କ କରି ନେତ୍ରଦାନ କରିବାରେ ସହାୟତା କରିଥାନ୍ତି। ଗ୍ରାମରେ ଅନେକ ବର୍ଷ ପୂର୍ବରୁ ତାଙ୍କର ଏହି ଅଭିଯାନ ଆରମ୍ଭ ହୋଇଥିଲା, ଯାହା ଏବେ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ରବୀନ୍ଦ୍ରନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri