ମନ୍ଥର ଗତିରେ ଚାଲିଛି ଜଳ ଯୋଗାଣ ପ୍ରକଳ୍ପ

ରସୁଲପୁର,୧ା୧୨(ରଞ୍ଜିତ ରାଉତ):”ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତାସମ୍ପନ୍ନ ପିଇବା ପାଣି ଟାଙ୍କି ନିର୍ମାଣ ହେଉଛି। ଏଥିରୁ ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଆସନ୍ତା ଫେବୃୟାରୀ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଠିକା ସଂସ୍ଥାକୁ ମହଲତ ଦିଆଯାଇଛି। ହେଲେ ଏବେ ବି ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଅଧିକାଂଶ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ନିର୍ମାଣ ଦାୟିତ୍ୱ ବାହାର ରାଜ୍ୟର ଠିକା ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ହେଲେ ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟକୁ ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ବ୍ଲକ୍‌ ଅଧୀନ ଭୋଟକା ପଞ୍ଚାୟତରେ ନିର୍ମାଣାଧୀନ ଟାଙ୍କିକୁ ଏକ ଉଦାହରଣ ଭାବରେ ନିଆଯାଇପାରେ। ସେହିପରି ନରସିଂହପୁର ପଞ୍ଚାୟତର ହରିପୁରଠାରେ ପାଣିଟାଙ୍କି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ଏଭଳି ଭାବେ ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ପାଣିଟାଙ୍କି ନିର୍ମାଣର ଅଗ୍ରଗତି ସନ୍ତୋଷଜନକ ହୋଇପାରିନାହିଁ। ୫ରୁ ଊର୍ଦ୍ଧ୍ୱ ସ୍ଥାନରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆଦୌ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। କେତେକ ସ୍ଥାନରେ ପାଣିଟାଙ୍କିଗୁଡ଼ିକ ନଦୀବନ୍ଧ ପାର୍ଶ୍ୱରେ ନିର୍ମାଣ କରାଯାଉଛି। ଏଭଳି ସ୍ଥାନରେ ନିର୍ମାଣ ହେଉଥିବା ପାଣିଟାଙ୍କି ଓ ନଦୀବନ୍ଧର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ତ୍ରୁଟିବିଚ୍ୟୁତିକୁ ଠିକା ସଂସ୍ଥା ଓ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏପରି କି ନିର୍ମାଣ କାର୍ଯ୍ୟକୁ ଖୋଦ୍‌ ଠିକାସଂସ୍ଥା କରୁ ନ ଥିବା ଜଣାଯାଇଛି। ବିଭିନ୍ନ ସ୍ଥାନରେ ଟାଙ୍କି ନିର୍ମାଣ ଓ ପାଇପ୍‌ ବିଛା କାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ପେଟି ଠିକାଦାରଙ୍କ ହାତକୁ ଟେକି ଦିଆଯାଇଛି। ପେଟି ଠିକାଦାରମାନେ ପାଇପ୍‌ ବିଛାଇବାବେଳେ ଗ୍ରାମ୍ୟରାସ୍ତାକୁ ଭାଙ୍ଗିରୁଜି ନଷ୍ଟ କରି ଦେଉଛନ୍ତି। ଆବଶ୍ୟକତାଠାରୁ କମ୍‌ ଗଭୀରତାରେ ପାଇପ୍‌ ବିଛାଉଛନ୍ତି। ଜଳ ଯୋଗାଇବା ଆଳରେ ବିଭିନ୍ନ ପଞ୍ଚାୟତର ସ୍ଥାୟୀ ସମ୍ପତ୍ତି ନଷ୍ଟ କରି ଦିଆଯାଉଛି। ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ସରପଞ୍ଚମାନଙ୍କୁ ଅବଗତ କରାଯାଉନାହିଁ। ଟାଙ୍କି ନିର୍ମାଣକୁ ନେଇ ହୋଇଥିବା ଆକଳନ, ଡିଜାଇନ ଓ ପଞ୍ଚାୟତର କେତେ ପରିବାରକୁ ପାଣି ଯୋଗାଇ ଦିଆଯିବ ସେ ନେଇ ପଞ୍ଚାୟତ ଅଫିସରେ ସ୍ପଷ୍ଟ ସୂଚନା ନାହିଁ। ବିଛା ଯାଇଥିବା ପାଇପ୍‌ ଅଧିକାଂଶ ଗଳିକନ୍ଦିକୁ ସଂଯୋଗ ହୋଇନାହିଁ। ଏ ଦିଗରେ ଠିକାସଂସ୍ଥାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଠିକା ସଂସ୍ଥାର ଏତାଦୃଶା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ପ୍ରକଟିତ ହେଉଛି। ଏ ନେଇ ଠିକା ସଂସ୍ଥାର ପ୍ରକଳ୍ପ ପରିଚାଳକ ଅରବିନ୍ଦ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୪ ଫେବୃୟାରୀରେ ଶେଷ ହେବ ବୋଲି ଚୁକ୍ତିନାମାରେ ଦର୍ଶାଯାଇଥିଲା। ମାତ୍ର ଉକ୍ତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପ୍ରତି ଘରକୁ ପାଣି ଯୋଗାଇବା ସମ୍ଭବପର ହୋଇପାରିବ ନାହିଁ। ଏଥିପାଇଁ ନିର୍ମାଣ କାର୍ଯ୍ୟ ଶେଷ ହେବା ଅବଧିକୁ ଆଉ ୧ ବର୍ଷ ବଢ଼ାଇ ଦିଆଯିବ। ଏ ସମ୍ପର୍କରେ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ସ୍ବାଗତିକା ପଟ୍ଟନାୟକଙ୍କୁ ପଚାରିବାରୁ ସେ କାର୍ଯ୍ୟ ବିଳମ୍ବ ହେଉଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ବିଳମ୍ବ ହେଉଥିବାରୁ ପୁରା ପ୍ରକଳ୍ପ କାର୍ଯ୍ୟ ଧିମେଇଯାଇଛି। କାର୍ଯ୍ୟର ମାନ ଜଗିବା ପାଇଁ ବିଭାଗ ସହ ସରକାର ଆଉ ଏକ ଏଜେନ୍ସିଙ୍କୁ ନିଯୁକ୍ତ କରିଛନ୍ତି। କାମକୁ ନେଇ ଆସୁଥିବା ଅଭିଯୋଗକୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ମତ ରଖିଛନ୍ତି।
ପ୍ରକାଶଥାଉକି, ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗ ସହ ଠିକାସଂସ୍ଥାର ଚୁକ୍ତିନାମା ହୋଇଥିଲା। ଉକ୍ତ ଚୁକ୍ତିନାମା ମୁତାବକ ୨୦୨୪ରେ ସବୁ ଘରକୁ ପାନୀୟ ଜଳ ଯୋଗାଇ ଦେବେ ବୋଲି ସରକାର ଘୋଷଣା କରିଥିଲେ। ହେଲେ ଏଠାରେ ଠିକାସଂସ୍ଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ଅକ୍ଷମତା ପ୍ରକାଶ କରିଛି। ତେଣୁ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ବିଭାଗ ପକ୍ଷରୁ ସମୟସୀମାକୁ ବଢ଼ାଇବାକୁ ମସୁଧା କରାଯାଉଛି। ଏପରି କି ଠିକାସଂସ୍ଥାର ସବୁ ଭୁଲ୍‌ତ୍ରୁଟିକୁ ଅଣଦେଖା କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri