ମନ୍ଥର ଗତିରେ ଚାଲିଛି ଜଳ ଯୋଗାଣ ପ୍ରକଳ୍ପ

ରସୁଲପୁର,୧ା୧୨(ରଞ୍ଜିତ ରାଉତ):”ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତରେ ୨୪ ଉଚ୍ଚ କ୍ଷମତାସମ୍ପନ୍ନ ପିଇବା ପାଣି ଟାଙ୍କି ନିର୍ମାଣ ହେଉଛି। ଏଥିରୁ ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ଆସନ୍ତା ଫେବୃୟାରୀ ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବାକୁ ଠିକା ସଂସ୍ଥାକୁ ମହଲତ ଦିଆଯାଇଛି। ହେଲେ ଏବେ ବି ଲକ୍ଷ୍ୟଠାରୁ ବହୁ ଦୂରରେ ରହିଛି ଏହି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ। ଅଧିକାଂଶ ସ୍ଥାନରେ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି। ନିର୍ମାଣ ଦାୟିତ୍ୱ ବାହାର ରାଜ୍ୟର ଠିକା ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ହେଲେ ସମ୍ପୃକ୍ତ ଠିକାସଂସ୍ଥା ପକ୍ଷରୁ ନିର୍ମାଣ କାର୍ଯ୍ୟକୁ ଠିକ୍‌ ଭାବେ ତଦାରଖ କରାଯାଉ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି।
ବ୍ଲକ୍‌ ଅଧୀନ ଭୋଟକା ପଞ୍ଚାୟତରେ ନିର୍ମାଣାଧୀନ ଟାଙ୍କିକୁ ଏକ ଉଦାହରଣ ଭାବରେ ନିଆଯାଇପାରେ। ସେହିପରି ନରସିଂହପୁର ପଞ୍ଚାୟତର ହରିପୁରଠାରେ ପାଣିଟାଙ୍କି ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି। ଏଭଳି ଭାବେ ବ୍ଲକ ଅଞ୍ଚଳର ଅଧିକାଂଶ ସ୍ଥାନରେ ପାଣିଟାଙ୍କି ନିର୍ମାଣର ଅଗ୍ରଗତି ସନ୍ତୋଷଜନକ ହୋଇପାରିନାହିଁ। ୫ରୁ ଊର୍ଦ୍ଧ୍ୱ ସ୍ଥାନରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆଦୌ ଆରମ୍ଭ ହୋଇ ନ ଥିବା ଜଣାପଡ଼ିଛି। କେତେକ ସ୍ଥାନରେ ପାଣିଟାଙ୍କିଗୁଡ଼ିକ ନଦୀବନ୍ଧ ପାର୍ଶ୍ୱରେ ନିର୍ମାଣ କରାଯାଉଛି। ଏଭଳି ସ୍ଥାନରେ ନିର୍ମାଣ ହେଉଥିବା ପାଣିଟାଙ୍କି ଓ ନଦୀବନ୍ଧର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ତ୍ରୁଟିବିଚ୍ୟୁତିକୁ ଠିକା ସଂସ୍ଥା ଓ ତଦାରଖ ଦାୟିତ୍ୱରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଏପରି କି ନିର୍ମାଣ କାର୍ଯ୍ୟକୁ ଖୋଦ୍‌ ଠିକାସଂସ୍ଥା କରୁ ନ ଥିବା ଜଣାଯାଇଛି। ବିଭିନ୍ନ ସ୍ଥାନରେ ଟାଙ୍କି ନିର୍ମାଣ ଓ ପାଇପ୍‌ ବିଛା କାର୍ଯ୍ୟ ସ୍ଥାନୀୟ ଅଞ୍ଚଳର ପେଟି ଠିକାଦାରଙ୍କ ହାତକୁ ଟେକି ଦିଆଯାଇଛି। ପେଟି ଠିକାଦାରମାନେ ପାଇପ୍‌ ବିଛାଇବାବେଳେ ଗ୍ରାମ୍ୟରାସ୍ତାକୁ ଭାଙ୍ଗିରୁଜି ନଷ୍ଟ କରି ଦେଉଛନ୍ତି। ଆବଶ୍ୟକତାଠାରୁ କମ୍‌ ଗଭୀରତାରେ ପାଇପ୍‌ ବିଛାଉଛନ୍ତି। ଜଳ ଯୋଗାଇବା ଆଳରେ ବିଭିନ୍ନ ପଞ୍ଚାୟତର ସ୍ଥାୟୀ ସମ୍ପତ୍ତି ନଷ୍ଟ କରି ଦିଆଯାଉଛି। ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ସରପଞ୍ଚମାନଙ୍କୁ ଅବଗତ କରାଯାଉନାହିଁ। ଟାଙ୍କି ନିର୍ମାଣକୁ ନେଇ ହୋଇଥିବା ଆକଳନ, ଡିଜାଇନ ଓ ପଞ୍ଚାୟତର କେତେ ପରିବାରକୁ ପାଣି ଯୋଗାଇ ଦିଆଯିବ ସେ ନେଇ ପଞ୍ଚାୟତ ଅଫିସରେ ସ୍ପଷ୍ଟ ସୂଚନା ନାହିଁ। ବିଛା ଯାଇଥିବା ପାଇପ୍‌ ଅଧିକାଂଶ ଗଳିକନ୍ଦିକୁ ସଂଯୋଗ ହୋଇନାହିଁ। ଏ ଦିଗରେ ଠିକାସଂସ୍ଥାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ୱେ ବି କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ଠିକା ସଂସ୍ଥାର ଏତାଦୃଶା କାର୍ଯ୍ୟକୁ ନେଇ ସାଧାରଣରେ ସନ୍ଦେହ ପ୍ରକଟିତ ହେଉଛି। ଏ ନେଇ ଠିକା ସଂସ୍ଥାର ପ୍ରକଳ୍ପ ପରିଚାଳକ ଅରବିନ୍ଦ କୁମାରଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୨୦୨୪ ଫେବୃୟାରୀରେ ଶେଷ ହେବ ବୋଲି ଚୁକ୍ତିନାମାରେ ଦର୍ଶାଯାଇଥିଲା। ମାତ୍ର ଉକ୍ତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ପ୍ରତି ଘରକୁ ପାଣି ଯୋଗାଇବା ସମ୍ଭବପର ହୋଇପାରିବ ନାହିଁ। ଏଥିପାଇଁ ନିର୍ମାଣ କାର୍ଯ୍ୟ ଶେଷ ହେବା ଅବଧିକୁ ଆଉ ୧ ବର୍ଷ ବଢ଼ାଇ ଦିଆଯିବ। ଏ ସମ୍ପର୍କରେ ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ସହକାରୀ ଯନ୍ତ୍ରୀ ସ୍ବାଗତିକା ପଟ୍ଟନାୟକଙ୍କୁ ପଚାରିବାରୁ ସେ କାର୍ଯ୍ୟ ବିଳମ୍ବ ହେଉଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ଓ୍ବାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ ବିଳମ୍ବ ହେଉଥିବାରୁ ପୁରା ପ୍ରକଳ୍ପ କାର୍ଯ୍ୟ ଧିମେଇଯାଇଛି। କାର୍ଯ୍ୟର ମାନ ଜଗିବା ପାଇଁ ବିଭାଗ ସହ ସରକାର ଆଉ ଏକ ଏଜେନ୍ସିଙ୍କୁ ନିଯୁକ୍ତ କରିଛନ୍ତି। କାମକୁ ନେଇ ଆସୁଥିବା ଅଭିଯୋଗକୁ ତର୍ଜମା କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ମତ ରଖିଛନ୍ତି।
ପ୍ରକାଶଥାଉକି, ପ୍ରକଳ୍ପ ନିର୍ମାଣକୁ ନେଇ ବିଭାଗ ସହ ଠିକାସଂସ୍ଥାର ଚୁକ୍ତିନାମା ହୋଇଥିଲା। ଉକ୍ତ ଚୁକ୍ତିନାମା ମୁତାବକ ୨୦୨୪ରେ ସବୁ ଘରକୁ ପାନୀୟ ଜଳ ଯୋଗାଇ ଦେବେ ବୋଲି ସରକାର ଘୋଷଣା କରିଥିଲେ। ହେଲେ ଏଠାରେ ଠିକାସଂସ୍ଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ଅକ୍ଷମତା ପ୍ରକାଶ କରିଛି। ତେଣୁ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ବିଭାଗ ପକ୍ଷରୁ ସମୟସୀମାକୁ ବଢ଼ାଇବାକୁ ମସୁଧା କରାଯାଉଛି। ଏପରି କି ଠିକାସଂସ୍ଥାର ସବୁ ଭୁଲ୍‌ତ୍ରୁଟିକୁ ଅଣଦେଖା କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri