କିଛି ସମୟ ପରେ ବାଜିବ ଯୁଦ୍ଧ ସାଇରନ

ଛତ୍ରପୁର,୭ା୫(ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶ ମୁତାବକ ଓଡ଼ିଶା ସରକାର ପକ୍ଷରୁ ସମଗ୍ର ଓଡ଼ିଶାବାସୀଙ୍କ ଜନଜୀବନ ସୁରକ୍ଷା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଉ କିଛି ସମୟ ପରେ ଗଞ୍ଜାମ ଜିଲାର ଗୋପାଳପୁର ବିଜ୍ଞାପିତ ଅଞ୍ଚଳ, ରଙ୍ଗେଇଲୁଣ୍ଡା ବ୍ଲକ ବକ୍ସି ପଲ୍ଲୀ Cyclone centre, ଗୋପାଳପୁର ବନ୍ଦର,IRE Ltd ( ଅର୍ଜିପଲ୍ଲୀ)ଠାରେ ବିପଦ ସଙ୍କେତ ଯୁଦ୍ଧ ସାଇରନ ବାଜିବା ସମୟରେ ଲୋକେ ନିଜ ଜୀବନକୁ କିଭଳି ସୁରକ୍ଷିତ ରଖିବେ ସେହି ସମ୍ପର୍କରେ ମଗ ଡ୍ରିଲ ମାଧ୍ୟମରେ ସଚେତନତା କରାଯିବ। ବିପର୍ଯ୍ୟୟ ସମୟର ପ୍ରଥମ ସାଇରନ ବାଜିବା ପରେ ଜନ ଜୀବନ କିଭଳି ସୁରକ୍ଷିତ ରଖିବା ଅପରିହାର୍ଯ୍ୟ ସେହି ଅନୁସାରେ ପ୍ରଶିକ୍ଷଣ ଦିଆଯିବ। ପୁଣି ଥରେ ୪ ଟା ୩୦ ମିନିଟ୍‌ ସମୟରେ ପୁନର୍ବାର ଶେଷ ଆଲର୍ଟ ନିମନ୍ତେ ଆଉ କିଛି ଗୋଟିଏ ସାଇରନ ବଜିବ। ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର କରି ଜନ ସଚତନତା ସୃଷ୍ଟି କରିବା ନିମନ୍ତେ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।